Categories: ଖେଳ

ମାତ୍ର ୪ ବଲ୍‌ ଖେଳି ଇତିହାସ ରଚିଲେ ଏହି ଖେଳାଳି

ଦୁବାଇ,୫।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୦ର ପ୍ରତି ମ୍ୟାଚ୍‌ କିଛି ନା କିଛି ରେକର୍ଡ ସୃଷ୍ଟି ହେବା ସହ ଭାଙ୍ଗୁଛି। ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ଏକ ବଡ ରେକର୍ଡ ହାସଲ କରିଛନ୍ତି। ସବୁଠୁ ରୋଚକ କଥା ହେଉଛି ଏହି ରେକର୍ଡ ସେ ମାତ୍ର ୪ଟି ବଲ୍‌ ଖେଳି ହାସଲ କରିଛନ୍ତି। ହାଇଦ୍ରାବାଦ୍‌ ବିପକ୍ଷ ମ୍ୟାଚ୍‌ରେ ସେ ୪ଟି ବଲ୍‌ରେ ୨୦ ରନ୍‌ କରିଥିଲେ। ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୫୦୦ ଥିଲା। ଆଇପିଏଲ୍‌ ଇତିହାସରେ ଏପର୍ଯ୍ୟନ୍ତ ୫୦୦ ଷ୍ଟ୍ରାଇକ୍‌ ରେଟ୍‌ କୌଣସି ବ୍ୟାଟ୍ସମ୍ୟାନ୍‌ଙ୍କର ନାହିଁ। ଏହାପୂର୍ବରୁ ଟି-୨୦ ଇତିହାସରେ ଏକମାତ୍ର କ୍ରିକେଟର୍‌ ଭାବେ ଏହି କୃତିତ୍ୱ ହାସଲ କରିଥିଲେ। ସେ ୪ଟି ବଲ୍‌ରୁ ୨୨ ରନ୍‌ କରିଥିଲେ। ସୂଚନାଯୋଗ୍ୟ, ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ କୃନାଲ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ପାଳିର ଶେଷ ୪ଟି ବଲ୍‌ରୁ ୨୦ ରନ୍‌ ସଂଗ୍ରହ କରିଥିଲେ। ପ୍ରଥମ ବଲ୍‌ରେ ୬, ଦ୍ୱିତୀୟ ଏବଂ ତୃତୀୟ ବଲ୍‌ରେ ଲଗାତର ୪ ଏବଂ ଚତୁର୍ଥ ବଲ୍‌ରେ ୬ ମାରିଥିଲେ।

Share