‘ବିରାଟଙ୍କ ଡିପ୍ରେସନ୍‌ ପାଇଁ ଅନୁଷ୍କା ଦାୟୀ’

ଅଭିନେତା କମଲ ରସିଦ ଖାନ ଓରଫ୍‌ କେଆରକେ ପ୍ରାୟତଃ ସୋସିଆଲ ମିଡିଆରେ କିଛି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରି ଚର୍ଚ୍ଚାରେ ରହିଥାନ୍ତି। ସେ କେବଳ ବଲିଉଡ ତାରକାଙ୍କ ଗୋଡ ଟାଣନ୍ତି ନାହିଁ, ବେଳେବେଳେ ବିଭିନ୍ନ କ୍ଷେତ୍ରରେ ପରିଚିତ ଲୋକଙ୍କ ବିଷୟରେ ସେ ନିଜ ମତ ଦିଅନ୍ତି। ଆଜି ଭାରତ ଓ ପାକିସ୍ତାନ ମ୍ୟାଚ ପୂର୍ବରୁ କେଆରକେ ବିରାଟ କୋହଲିଙ୍କୁ ଟାର୍ଗେଟ କରିଛନ୍ତି। ଦଳରେ ବିରାଟ କୋହଲିଙ୍କ ଚୟନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
କେଆରକେ ପ୍ରଥମେ ଅନୁଷ୍କା ଏବଂ ବିରାଟଙ୍କ ଉପରେ ଏକ ଟୁଇଟ୍‌ କରି କହିଛନ୍ତି, ‘ବିରାଟ କୋହଲି ହେଉଛନ୍ତି ଭାରତର ପ୍ରଥମ କ୍ରିକେଟର, ଯାହାର ଅବସାଦ ସମସ୍ୟା ରହିଛି। ଜଣେ ଅଭିନେତ୍ରୀଙ୍କୁ ବିବାହ କରିବାର ଏହା ହେଉଛି ଫଳାଫଳ। ଅନୁଷ୍କା ବର୍ତ୍ତମାନ ଏହି କଥାକୁ ତାଙ୍କ ମନରେ ନେବା ଉଚିତ୍‌ ଯେ ବିରାଟଙ୍କର ଡିପ୍ରେସନର ସମସ୍ୟା ଅଛି। ଯଦି ବିରାଟଙ୍କ ଡିପ୍ରେସନ ସମସ୍ୟା ଥିବା ସେ ନିଜେ କହୁଛନ୍ତି, ତେବେ ତାଙ୍କୁ କାହିଁକି ଏସିଆ କପ୍‌ ଦଳରେ ଚୟନ କରାଗଲା। କ’ଣ ଚୟନକର୍ତ୍ତା ବି ଡିପ୍ରେସନ୍‌ର ଶିକାର ଅଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।


କେଆରକେ କେବଳ ଏତିକିରେ ଅଟକି ନ ଥିଲେ, ସେ ଆଉ ଏକ ଟୁଇଟ କରି ଲେଖିଥିଲେ- ଉତ୍ତର ଭାରତର ଜଣେ ଶକ୍ତିଶାଳୀ ବ୍ୟକ୍ତି (ବିରାଟ କୋହଲି) କିପରି ଡିପ୍ରେସନର ଶିକାର ହେଲେ। ତେବେ ସୋସିଆଲ ମିଡିଆରେ ବହୁ ସମାଲୋଚନା ପରେ କେଆରକେ ଏହି ଟୁଇଟ୍‌ ସବୁ ଡିଲିଟ କରିଦେଇଛନ୍ତି।


ସୂଚନାଯୋଗ୍ୟ, ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି କିଛି ଦିନ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏଥିପାଇଁ ତାଙ୍କୁ ସମାଲୋଚନା କରାଯାଉଛି। ନଭେମ୍ବର ୨୦୧୯ ଠାରୁ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିନାହାଁନ୍ତି। ଗତ ମାସରେ ଇଂଲଣ୍ଡ ବିପକ୍ଷ ସିରିଜ ପରେ ସେ ବିରତି ନେଇଥିଲେ। ଏବେ ବିରାଟ ଟିମ ଇଣ୍ଡିଆକୁ ଫେରିଛନ୍ତି। ସେ ଏସିଆ କପରେ ରନ ସ୍କୋର କରିବାକୁ ପ୍ରସ୍ତୁତ ଅଛନ୍ତି। ନିକଟରେ ବିରାଟ କୋହଲି ଏକ ସାକ୍ଷାତକାରରେ ନିଜ ଡିପ୍ରେସନକୁ ନେଇ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri