କ୍ରୀତି ସାନନ୍‌ଙ୍କ ଏମିତି ଲୁକ୍‌ ଦେଖି ବିଗ୍‌-ବି କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଗ୍ଲାମରିୟସ ଫଟୋ ଶେୟାର କରିଛନ୍ତି। ତାଙ୍କର ଏହି ଫଟୋକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି। ପ୍ରଶଂସକଙ୍କ ବ୍ୟତୀତ ବଲିଉଡ୍‌ର ଷ୍ଟାରମାନେ ମଧ୍ୟ ଏହି ଫଟୋରେ ପ୍ରତିକ୍ରିୟା ଦେଇଛନ୍ତି। ଏହି ଲିଷ୍ଟରେ ବଲିଉଡ୍‌ର ମହାନାୟକ ତଥା ଅଭିନେତା ଅମିତାଭ ବଚ୍ଚନଙ୍କ ନାଁ ରହିଛି। କ୍ରୀତିଙ୍କ ଫଟୋରେ ବିଗ୍‌-ବି କମେଣ୍ଟ କରିବା ସହ ପ୍ରଶଂସା ବି କରିଛନ୍ତି।

ଏହି ଫଟୋ ଦେଖି ବିଗ୍‌ -ବି ହାର୍ଟ୍‌ ଇମୋଜି ଦେବା ସହ ଓ୍ବାଓ ଲେଖିଛନ୍ତି। ସେହିପରି କିଏ ମସ୍ତ କୁଲ୍‌ ତ କିଏ ବ୍ୟୁଟିଫୁଲ୍‌ ଲେଖିଛନ୍ତି। କ୍ରୀତିକୁ ଅମିତାଭଙ୍କ ଏହି କମେଣ୍ଟ ବହୁ ପସନ୍ଦ ଆସିଛି।

Share