‘ଆଦିପୁରୁଷ’ର ଟ୍ରେଲର ଲଞ୍ଚିଂରେ କ୍ରିତି ସାନନ ପିନ୍ଧିଥିଲେ ୨୪ କ୍ୟାରେଟ ସୁନାର ଶାଢି

ମୁମ୍ବାଇ: ସାଉଥର ମୋଷ୍ଟ ଆଓ୍ବେଟେଡ ମୁଭି ‘ଆଦିପୁରୁଷ’ର ଟ୍ରେଲର ରିଲିଜ ହୋଇଯାଇଛି। ଏହି ଫିଲ୍ମରେ ବାହୁବଳି ଫେମ ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିଛନ୍ତି। ତାଙ୍କର ଅପୋଜିଟରେ ବଲିଉଡ ନାୟିକା କ୍ରିତି ସାନନ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସୀତା ମାତାଙ୍କ ଚରିତ୍ରରେ କ୍ରିତି ଖୁବ ଫିଟ୍‌ ଲାଗୁଛନ୍ତି। ଏହି ମୁଭିର ଟ୍ରେଲର ଲଞ୍ଚରେ ବି ଆକ୍ଟ୍ରେସ ତାଙ୍କ ୟୁନିକ ଲୁକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ‘ଆଦିପୁରୁଷ’ ଲଞ୍ଚ ଅବସରରେ କ୍ରିତି ଖୁବ ଗ୍ରେସଫୁଲ ଲୁକରେ ନଜର ଆସିଥିଲେ। ଆକ୍ଟ୍ରେସ୍‌ ହ୍ବାଇଟ ଓ ଗୋଲଡେନ କଲରର ଶାଢି ପିନ୍ଧିଥିଲେ। ଏବେ ଜଣାପଡିଛି କି କ୍ରିତିଙ୍କ ଏହି ଶାଢି ୨୪ କ୍ୟାରେଟ ସୁନାରେ ତିଆରି କରାଯାଇଛି।

କ୍ରିତି ସାନନ ଏକ କଷ୍ଟମ-ଡିଜାଇନ ହୋଇଥିବା କେରଳ କଟନ ଡବଲ ଡ୍ରାପ ଶାଢି ପିନ୍ଧିଥିଲେ ଯେଉଁଥିରେ ୨୪ କ୍ୟାରେଟ ସୁନା ଲାଗିଥିଲା। ଏହି ଶାଢିକୁ ଫ୍ୟାଶନ ଡିଜାଇନର୍‌ ଆବୁ ଜାନି ଏବଂ ସନ୍ଦୀପ ଖୋସଲା ପ୍ରସ୍ତୁତ କରିଥିଲେ। ଡିଜାଇନର୍‌ ସନ୍ଦୀପ ଖୋସଲାଙ୍କ ଇନଷ୍ଟାଗ୍ରାମ ପୃଷ୍ଠାରେ କ୍ରିତି ସାନନଙ୍କ ଫଟୋ ଶେୟାର କରାଯାଇଛି। ଏଥିରେ ଡିଜାଇନର ମଧ୍ୟ ଶାଢିର ଡିଜାଇନ ବିଷୟରେ କହିଛନ୍ତି। କ୍ରିତିଙ୍କ ଡବଲ ଡ୍ରପ ହୋଇଥିବା ଓ୍ବିଣ୍ଟେଜ କେରଳ କଟନ ଶାଢିରେ ୨୪ କ୍ୟାରେଟ ସୁନା ଖାଡି ବ୍ଲକ ପ୍ରିଣ୍ଟ ରହିଛି। ଶାଢି ବ୍ୟତୀତ ଅଭିନେତ୍ରୀଙ୍କ ବ୍ଲାଉଜକୁ ତମ୍ବା ଫୁଲ ଏବଂ ଏମ୍ରଡୋରିରେ ସଜାଯାଇଛି । ଶୁଦ୍ଧ ଖାଡି କପଡା ଶାଢି ସହିତ ’ମାତା ସୀତାଙ୍କ ପବିତ୍ରତା’ କୁ ଉପସ୍ଥାପନ କରିବା ପାଇଁ ବ୍ୟବହୃତ ହୋଇଥିଲା।

Share