‘ଆଦିପୁରୁଷ’ର ଟ୍ରେଲର ଲଞ୍ଚିଂରେ କ୍ରିତି ସାନନ ପିନ୍ଧିଥିଲେ ୨୪ କ୍ୟାରେଟ ସୁନାର ଶାଢି

ମୁମ୍ବାଇ: ସାଉଥର ମୋଷ୍ଟ ଆଓ୍ବେଟେଡ ମୁଭି ‘ଆଦିପୁରୁଷ’ର ଟ୍ରେଲର ରିଲିଜ ହୋଇଯାଇଛି। ଏହି ଫିଲ୍ମରେ ବାହୁବଳି ଫେମ ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିଛନ୍ତି। ତାଙ୍କର ଅପୋଜିଟରେ ବଲିଉଡ ନାୟିକା କ୍ରିତି ସାନନ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସୀତା ମାତାଙ୍କ ଚରିତ୍ରରେ କ୍ରିତି ଖୁବ ଫିଟ୍‌ ଲାଗୁଛନ୍ତି। ଏହି ମୁଭିର ଟ୍ରେଲର ଲଞ୍ଚରେ ବି ଆକ୍ଟ୍ରେସ ତାଙ୍କ ୟୁନିକ ଲୁକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ‘ଆଦିପୁରୁଷ’ ଲଞ୍ଚ ଅବସରରେ କ୍ରିତି ଖୁବ ଗ୍ରେସଫୁଲ ଲୁକରେ ନଜର ଆସିଥିଲେ। ଆକ୍ଟ୍ରେସ୍‌ ହ୍ବାଇଟ ଓ ଗୋଲଡେନ କଲରର ଶାଢି ପିନ୍ଧିଥିଲେ। ଏବେ ଜଣାପଡିଛି କି କ୍ରିତିଙ୍କ ଏହି ଶାଢି ୨୪ କ୍ୟାରେଟ ସୁନାରେ ତିଆରି କରାଯାଇଛି।

କ୍ରିତି ସାନନ ଏକ କଷ୍ଟମ-ଡିଜାଇନ ହୋଇଥିବା କେରଳ କଟନ ଡବଲ ଡ୍ରାପ ଶାଢି ପିନ୍ଧିଥିଲେ ଯେଉଁଥିରେ ୨୪ କ୍ୟାରେଟ ସୁନା ଲାଗିଥିଲା। ଏହି ଶାଢିକୁ ଫ୍ୟାଶନ ଡିଜାଇନର୍‌ ଆବୁ ଜାନି ଏବଂ ସନ୍ଦୀପ ଖୋସଲା ପ୍ରସ୍ତୁତ କରିଥିଲେ। ଡିଜାଇନର୍‌ ସନ୍ଦୀପ ଖୋସଲାଙ୍କ ଇନଷ୍ଟାଗ୍ରାମ ପୃଷ୍ଠାରେ କ୍ରିତି ସାନନଙ୍କ ଫଟୋ ଶେୟାର କରାଯାଇଛି। ଏଥିରେ ଡିଜାଇନର ମଧ୍ୟ ଶାଢିର ଡିଜାଇନ ବିଷୟରେ କହିଛନ୍ତି। କ୍ରିତିଙ୍କ ଡବଲ ଡ୍ରପ ହୋଇଥିବା ଓ୍ବିଣ୍ଟେଜ କେରଳ କଟନ ଶାଢିରେ ୨୪ କ୍ୟାରେଟ ସୁନା ଖାଡି ବ୍ଲକ ପ୍ରିଣ୍ଟ ରହିଛି। ଶାଢି ବ୍ୟତୀତ ଅଭିନେତ୍ରୀଙ୍କ ବ୍ଲାଉଜକୁ ତମ୍ବା ଫୁଲ ଏବଂ ଏମ୍ରଡୋରିରେ ସଜାଯାଇଛି । ଶୁଦ୍ଧ ଖାଡି କପଡା ଶାଢି ସହିତ ’ମାତା ସୀତାଙ୍କ ପବିତ୍ରତା’ କୁ ଉପସ୍ଥାପନ କରିବା ପାଇଁ ବ୍ୟବହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ମାନୀତ ହେଲେ ଓଡ଼ିଆ ପୁଅ ଯୁବ କବି ସୁନୀଲ, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ,୩।୮(ବିଦ୍ୟାଧର ସାହୁ ): ସାହିତ୍ୟ ସଂସଦ , ମାଲକାନଗିରି ଓଡ଼ିଶାର ସପ୍ତମ ପ୍ରତିଷ୍ଠା ଦିବସ ବ୍ରହ୍ମପୁର ସ୍ଥିତ ଗୋପାଳ କୃଷ୍ଣ ରଙ୍ଗ ମଞ୍ଚ, ଗୋସାଣୀ ନୂଆଁ ଗାଁ…

କରେଣ୍ଟ କଟିଲେ ଠପ ହୋଇଯାଉଛି ମୋବାଇଲ ସେବା

କେସିଙ୍ଗା,୩।୮,(ତୁମେଶ୍ୱର ସାହୁ): କଳାହାଣ୍ଡି ଜ଼ିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରଜାପାଲି ଗ୍ରାମରେ ଥିବା ଜିଓ ଟାୱାର ବିଦ୍ୟୁତ ଚାଲିଗଲେ ଠପ ହୋଇଯାଉଛି । ଯାହାଦ୍ୱାରା ମୋବାଇଲ ସେବା…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ଫାର୍ମାସିଷ୍ଟଙ୍କ ସାହସକୁ ଚାରିଆଡୁ ପ୍ରଶଂସା

ଗୁଣପୁର,୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯଶୋବନ୍ତ ନାୟକ ମହାନତା ଦେଖାଇ ଜଣେ ପ୍ରସୂତିଙ୍କ ସହ ଶିଶୁକନ୍ୟାର ଜୀବନ ବଞ୍ଚାଇଛନ୍ତି।…

ଶୌଚ ହେବାକୁ ଯାଇଥିଲେ ମହିଳା, ଟାଣିନେଲା କୁମ୍ଭୀର, ନଦୀକୂଳରେ ପଡ଼ିଛି…

କେନ୍ଦ୍ରାପଡ଼ା,୩ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ କୁମ୍ଭୀର…

ଆଜି ଏହି ୬ ଜିଲାରେ ବିଜୁଳି ଘଡ଼ଘଡ଼ି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା…

ଭୁବନେଶ୍ୱର,୩ା୮: ରାଜ୍ୟରେ ବନ୍ୟା ସ୍ଥିତି ଜାରି ରହିଥିବାବେଳେ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଦୁଇଦିନ ହେବ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ସୋମବାରଠାରୁ…

ମୋଦି ସରକାରଙ୍କୁ ନେଇ ବଡ଼ କଥା କହିଲେ ତସଲିମା

କୋଲକାତା,୩।୮: ବାଂଲାଦେଶରୁ ବହିଷ୍କୃତ ଏବଂ ବର୍ତ୍ତମାନ ନୂଆଦିଲ୍ଲୀରେ ରହୁଥିବା ଲେଖିକା ତସଲିମା ନାସରିନ ବଙ୍ଗ ସରକାରଙ୍କ ପ୍ରଶଂସା କରିଛନ୍ତି ଏବଂ ତାଙ୍କର କୃତଜ୍ଞତା ପ୍ରକାଶ କରିଛନ୍ତି। ନାସରିନ…

Bankipur Bypoll Result 2026: ବାଙ୍କିପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ, ଫଳାଫଳ ପୂର୍ବରୁ ‘ଲଡୁ’ ତିଆରି କଲେଣି ଭାଜପା କର୍ମୀ

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନ ପାଇଁ ଗୁରୁବାର (୩୦ ଜୁଲାଇ, ୨୦୨୬) ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆଜି (ସୋମବାର) ଘୋଷଣା କରାଯିବ। ଏହି ଆସନ ପାଇଁ…

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri