Categories: ଜାତୀୟ

ପେନସିଲ ମାଗିଲେ ମା’ ମାରୁଛନ୍ତି: ୬ ବର୍ଷ ଶିଶୁର ମୋଦିଙ୍କୁ ପତ୍ର

କନ୍ନୌଜ.୧ ।୮: ପ୍ରଥମ ଶ୍ରେଣୀରେ ପଢୁଥିବା ଜଣେ ୬ ବର୍ଷର ଛାତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦରଦାମ ବୃଦ୍ଧି ଯୋଗୁ ଉପୁଜୁଥିବା ସମସ୍ୟାକୁ ନେଇ ଏକ ଭାବପୂର୍ଣ୍ଣ ଚିଠି ଲେଖିଛନ୍ତି । ଉତ୍ତର ପ୍ରଦେଶ କନ୍ନୌଜର ଛିବରାମଉ ନିବାସି କୃତି ଏହି ପତ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ।

କୃତି ଲେଖିଛନ୍ତି, ମୋ ନାଁ କୃତି ଦୁବେ, ମୁଁ ପ୍ରଥମ ଶ୍ରେଣୀରେ ପାଠ ପଢୁଛି । ମୋଦିଜି ଆପଣ ଦରଦାମ ବହୁତ ବଢାଇ ଦେଇଛନ୍ତି । ଏମିତିକି ପେନସିଲ ରବରର ଦାମ ବି ବଢାଇ ଦେଇଛନ୍ତି । ମ୍ୟାଗିର ଦାମ ବି ବଢାଇ ଦେଇଛନ୍ତି । ଏବେ ମୋ ମାଆ ପେନସିଲ ମାଗିଲେ ମୋତେ ମାରୁଛନ୍ତି । ମୁଁ କ’ଣ କରିବି? ପିଲାମାନେ ମୋ ପେନସିଲ ଚୋରି କରି ନେଉଛନ୍ତି ।
ଶିଶୁଟି ହିନ୍ଦିରେ ଲେଖିଥିବା ଏହି ପତ୍ରଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଶିଶୁଟିର ପିତା ବିଶାଲ ଦୁବେ ପେଶାରେ ଓକିଲ ହୋଇଥିବା ବେଳେ ସେ କହିଛନ୍ତି, ଏହା ମୋ ଝିଅର ‘ମନ କି ବାତ’ । ସେତେବେଳେ ସେ ରାଗି ଯାଇଥିଲା ଯେତେବେଳେ ସେ ପେନସିଲ ସ୍କୁଲରେ ହଜାଇ ଦେବା ବା ଚୋରି ହୋଇଥିବା କଥା କହିଥିଲା ତା’ର ମାଆ ତାକୁ ଗାଳି କରିଥିଲେ ।
ଛିବରାମଉର ଏସଡିଏମ ଅଶୋକ କୁମାର ଖବରଦରତାଙ୍କୁ କହିଛନ୍ତି ଏହି କୁନି ଝିଅର ପତ୍ର ସମ୍ପର୍କରେ ମୁଁ ସୋସିଆଲ ମିଡିଆ ମାଧ୍ୟମରେ ଜାଣିବାକୁ ପାଇଲି । ମୋ ତରଫରୁ ଯେତେ ସମ୍ଭବ ସାହାଯ୍ୟ କରିବାକୁ ମୁଁ ପ୍ରସ୍ତୁତ ଅଛି । ଏହାବି ମୁଁ ଚେଷ୍ଟା କରିବି କି ଶିଶୁଟିର ପତ୍ର ସମ୍ପନ୍ଧିତ ଅଧିକାରୀଙ୍କ ନିକଟରେ ପହଞ୍ଚିଯାଉ ।
ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ଏବେ କୃତିଙ୍କ ପତ୍ର ଚର୍ଚ୍ଚାର ବିଷୟ ହୋଇଛି ।

Share