କ୍ରିତି ସାନନଙ୍କୁ ପ୍ରଶଂସା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ କେବଳ ଜଣେ ଭଲ ଅଭିନେତ୍ରୀ ନୁହେଁ ବରଂ ଜଣେ ଭଲ ମଣିଷ । ନିଜର ଦୃଢ ମନୋବଳ ଓ ପରିଶ୍ରମ ଯୋଗୁ ସେ ଆଜି ଅଭିନୟ ଜଗତରେ ନିଜ ପାଇଁ ତିଆରି କରିପାରିଛନ୍ତି ଏକ ସ୍ୱତନ୍ତ୍ର ସ୍ଥାନ । ନିକଟରେ ସୋସିଆଲ ମିଡିଆରେ କ୍ରିତିଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଯାହାକୁ ଦେଖି ସମସ୍ତେ ଖୁବ୍ ପ୍ରଶଂସା କରିଛନ୍ତି । ଉକ୍ତ ଭିଡିଓରେ ଦେଖାଯାଇଛି କ୍ରିତି ଶୁଟିଂ ସେଟରୁ ଫେରିବା ସମୟରେ ଗଳିରେ ବୁଲୁଥିବା ବୁଲା କୁକୁରଙ୍କୁ ଖାଦ୍ୟ ଓ ପାଣି ଦେଉଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ କ୍ରିତିଙ୍କର ଏଭଳି କାମକୁ ସମସ୍ତେ ଖୁବ୍ ପ୍ରଶଂସା କରିଛନ୍ତି । ଆଉ ଏହି ଭିଡିଓରେ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ କରି ଅଭିନେତ୍ରୀଙ୍କ କାମକୁ ଅନେକ ପ୍ରଶଂସା କରିଛନ୍ତି । ଏବେ କ୍ରିତି ତାଙ୍କ ଅଗାମୀ ଫିଲ୍ମ ଆଦିପୁରୁଷ, ଶହଜାଦା, ଭେଡିୟା ଓ ଗଣପତ ପାଇଁ ଖୁବ୍ ବ୍ୟସ୍ତ ଅଛନ୍ତି । ଶେଷଥର ପାଇଁ ସେ ବଚ୍ଚନ ପାଣ୍ଡେରେ ଦେଖା ଦେଇଥିବା ବେଳେ ଏହା ବକ୍ସ ଅଫିସରେ ଫ୍ଲପ ହୋଇଥିଲା ।

Share