ପୁଣି ଏକାଠି ନଜର ଆସିବେ କ୍ରିତି ଓ କାର୍ତ୍ତିକ

ମୁମ୍ବାଇ: ନିକଟରେ କ୍ରିତି ସାନନ୍‌ଙ୍କ ‘ମିମି’, ‘ହମ୍‌ ଦୋ ହମାରେ ଦୋ’ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ପୁଣି ଥରେ କାର୍ତ୍ତିକ ଆର୍ୟନଙ୍କ ସହ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏ ନେଇ ଉଭୟ କଳାକାର ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଆଗାମୀ ଫିଲ୍ମ ‘ଶେହେଜାଦ’ରେ ଦୁଇ ଜଣ ଦର୍ଶକଙ୍କ ସାମ୍ନାକୁ ଆସିବେ। ପୂର୍ବରୁ ୨୦୨୯ରେ ଦୁହିଁଙ୍କୁ ‘ଲୁକା ଛୁପି’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଶେହେଜାଦ୍‌ ଫିଲ୍ମର ନିର୍ଦ୍ଦେଶନା ଦେବେ ରୋହିତ ଗାନ୍ଧୀ। ୨୦୨୨ ନଭେମ୍ବର ୪ରେ ଏହି ଫିଲ୍ମ ମୁକ୍ତିଲାଭ କରିବ। ଫିଲ୍ମଟି ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ଆଲ୍ଲା ବୈକୁଣ୍ଠପୁରାମୁଲୋ’ରୁ ରିମେକ୍‌ ହୋଇଛି।

Share