Posted inଖେଳ

ଏଟିକେ- ମୋହନ ବାଗାନ୍‌ ସହ କ୍ରିଷ୍ଣାଙ୍କ ଚୁକ୍ତି ବୃଦ୍ଧି

ନୂଆଦିଲ୍ଲୀ,୨୬।୬ (ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦଳ ଏଟିକେ ସହ ଫିଜିର ତାରକା ଷ୍ଟ୍ରାଇକର ରଏ କ୍ରିଷ୍ଣା ତାଙ୍କର ଚୁକ୍ତି ଆଉ ଗୋଟିଏ ବର୍ଷକୁ ବୃଦ୍ଧି କରିଛନ୍ତି। ଫଳରେ ସେ ଆସନ୍ତାବର୍ଷ ପର୍ଯ୍ୟନ୍ତ ଏଟିକେ ତରଫରୁ ପ୍ରତିନିଧିତ୍ୱ କରିବେ। ଆଇ- ଲିଗ୍‌ ଚାମ୍ପିୟନ ମୋହନ ବାଗାନ ଓ ଆଇଏସ୍‌ଏଲ୍‌ ଚାମ୍ପିୟନ ଏଟିକେ ବିଳୟ ହୋଇଛି। ଫଳରେ ଏଟିକେ ଏଥର ଏଟିକେ- ମୋହନ ବାଗାନ ହିସାବରେ ଆଗାମୀ ସେସନ ଖେଳିବ।
୨୦୧୯-୨୦ ସେସେନ୍‌ରେ ୩୨ ବର୍ଷୀୟ କ୍ରିଷ୍ଣା ଜବରଦସ୍ତ ଫର୍ମରେ ଥିଲେ। ସେ ୧୫ଟି ଗୋଲ ସ୍କୋର କରିଥିବା ବେଳେ ୬ଟି ଆସିଷ୍ଟ କରିଥିଲେ। ତାଙ୍କ ପ୍ରଦର୍ଶନ ବଳରେ ଏଟିକେ ତୃତୀୟ ଟାଇଟଲ ହାସଲ କରିଥିଲା। ଏଟିକେ ସହ ଚୁକ୍ତି ବୃଦ୍ଧି କରି ବେଶ୍‌ ଆନନ୍ଦିତ ଓ ଏହି ଚାମ୍ପିୟନ ଦଳ ସହ ଆଗକୁ ଜଡିତ ରହିବାକୁ ଚାହେଁ ବୋଲି କ୍ରିଷ୍ଣା କହିଛନ୍ତି। ମୋହନ ବାଗାନ ସହ ଏଟିକେର ବିଲୟ ହେବା ଏକ ନିର୍ଣ୍ଣାୟକ ପଦକ୍ଷେପ ଓ ନୂଆ ଦଳ ତରଫରୁ ଖେଳିବା ପାଇଁ ବେଶ୍‌ ଉତ୍ସାହିତ ରହିଛି। ଭାରତ ଯାଇ କୋଚ୍‌ ଆଣ୍ଟୋନିଓ ହାବାସଙ୍କ ତତ୍ତ୍ୱବଧାନରେ ଟ୍ରେନିଂ ଆରମ୍ଭ କରିବାକୁ ବ୍ୟଗ୍ର ଅଛି ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ଫିଜି ପାଇଁ କ୍ରିଷ୍ଣା ୪୦ଟି ମ୍ୟାଚ୍‌ ଖେଳିଛନ୍ତି। ୨୦୦୭ରେ ସେ ପଦାର୍ପଣ କରିଥିଲେ। ଗତ ସଂସ୍କରଣରେ ଲିଗ୍‌ ପର୍ଯ୍ୟାୟରେ ୩୩ ଗୋଲ ସ୍କୋର କରି ଏଟିକେ ଦ୍ୱିତୀୟ ସ୍ଥାନରେ ରହିଥିଲା। ତେବେ ଫାଇନାଲରେ ଚେନ୍ନାଇନ୍‌ ଏଫ୍‌ସିକୁ ୩-୧ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା। ଏଏଫ୍‌ସି କପ୍‌ରେ କ୍ରିଷ୍ଣା ଏଟିକେ- ମୋହନ ବାଗାନ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ସେକେଣ୍ଡ ଟାୟର କଣ୍ଟିନେଣ୍ଟାଲ କ୍ଲବ୍‌ ପ୍ରତିଯୋଗିତାରେ ଏଟିକେ- ମୋହନ ବାଗାନ ସିଧାସଳଖ ଗ୍ରୁପ୍‌ ପର୍ଯ୍ୟାୟରେ ସ୍ଥାନିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri