ଆଇଆଇଟି-ଜେଇଇ (ମେନ୍‌) ପ୍ରବେଶିକା ପରୀକ୍ଷା: କ୍ରୀଷ୍ଣା ବିକାଶ ଛାତ୍ରୀଛାତ୍ରଙ୍କ ବାଜିମାତ୍‌

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ): ଶନିବାର ପ୍ରକାଶିତ ଆଇଆଇଟି-ଜେଇଇ (ମେନ୍‌) ପ୍ରବେଶିକା ପରୀକ୍ଷାରେ କ୍ରୀଷ୍ଣା ବିକାଶ ଗ୍ରୁପ ଅନ୍ତର୍ଗତ ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ରାଜ୍ୟରୁ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ବରଗଡ଼ କ୍ରୀଷ୍ଣା ବିକାଶର ପ୍ରତ୍ୟୁଷ କୁମାର ସାହୁ ୯୯.୩୯, ୪ଜଣ ୯୮, ୧୪ଜଣ ୯୭, ୨୧ଜଣ ୯୬, ୨୯ଜଣ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖିଛନ୍ତି ଏବଂ ୮୭ଛାତ୍ରୀଛାତ୍ର ୨୦୨୫ ଜେଇଇର ନିର୍ଦ୍ଧାରୀତ କଟ୍‌ଅଫ୍‌ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖି ସଫଳ ହୋଇଛନ୍ତି ବୋଲି କ୍ରୀଷ୍ଣା ବିକାଶ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବିବେକ ଦାଶରୀ ସୂଚନା ଦେଇଛନ୍ତି। ୮୭ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୫୩ଛାତ୍ରୀଛାତ୍ର ରାଉରକେଲା ଏନ୍‌ଆଇଟିରେ ଆଡ଼ମିଶନ ପାଇବା ପାଇଁ ନିର୍ଦ୍ଧାରୀତ କଟ୍‌ଅଫ୍‌ ପ୍ରତିଶତ ରଖି ଫଳାଫଳ ତାଲିକାର ଶୀର୍ଷରେ ରହିଥିବା ସେ କହିଛନ୍ତି। ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ(ସିନିୟର ସେକେଣ୍ଡାରୀ) ଚିତ୍ତରଞ୍ଜନ ପତି ପରୀକ୍ଷାଫଳ ଉପରେ ସବିଶେଷ ବିବରଣୀ ସହିତ ସୂଚନା ଦେଇଛନ୍ତି, ପ୍ରତ୍ୟୁଷ ୯୯.୩୯, ହର୍ଷିତ ଚନ୍ଦ୍ରାକର ୯୮.୬୨, ପିୟୁଷ ସାହୁ ୯୮.୩୯, ନିର୍ଲିପ୍ତା ୯୮.୦୮ କୁରୁକୁରିଆ, ଜିୟା ୯୭.୮୩, ସୌମ୍ୟରଞ୍ଜନ ୯୭.୬୭, ରୋନକ ୯୭.୫୯, ମନୀଷ ୯୭.୪୬, ରୋହନ ୯୭.୩୮, ନମିତା ୯୭.୩୪, ଚିନ୍ମୟାନନ୍ଦ ୯୭.୩୪, ମୁକେଶ ୯୭.୨୭, ମଧୁସୂଦନ ୯୭.୧୩, ଅମରନାଥ ୯୭.୦୨ ପ୍ରତିଶତ ମାର୍କ ରଖିଛନ୍ତି। ସେହିପରି ରଜତ ୯୬.୮୩, ହେମନିଲ ୯୬.୫୧, ସ୍ବସ୍ତିକ ୯୬.୫୧, ଅଂଶୁମାନ ୯୬.୪୪, ଅଙ୍କିତ ୯୬.୪୦, ରିତିକା ୯୬.୨୭, ଲିପୁନ ୯୬.୧୦, କାହ୍ନାଜୀ ୯୫.୯୯, ରାକେଶ ୯୫.୮୮, ମୋହନ ୯୫.୮୦, ଶିବମ ୯୫.୫୦, ଅଙ୍କିତ ୯୫.୪୩, ଯଶୋବନ୍ତ ୯୫.୪୨, ଶୁଭମ ୯୫.୪୨, ପ୍ରଗତି ୯୫.୧୮ ପ୍ରତିଶତ ସହିତ ତାଲିକାର ଶୀର୍ଷରେ ରହିଛନ୍ତି।
ପଦାର୍ଥ ବିଜ୍ଞାନରେ ପ୍ରତ୍ୟୁଷ କୁମାର ସାହୁ ଏବଂ ପିୟୁଷ ସାହୁ ଶତ ପ୍ରତିଶତ ମାର୍କ ରଖିଥିବାବେଳେ ନମିତା ୯୯.୯୨, ଅଙ୍କିତ ୯୯.୭୬, ହର୍ଷିତ ୯୯.୭୩, ଚିନ୍ମୟାନନ୍ଦ ୯୯.୭୩, ନିର୍ଲିପ୍ତା ୯୯.୬୪, ଜିୟା ୯୯.୫୫, ସୌମ୍ୟରଞ୍ଜନ ୯୯.୪୨, ମୁକେଶ ୯୯.୨୯, ଅଂଶୁମାନ ୯୯.୨୧, ରୋନକ ୯୯.୦୯, ରିତିକା ୯୯.୦୩, ମଧୁସୂଦନ ୯୯.୦୨ ପ୍ରତିଶତ ରଖି ସଫଳ ହୋଇଛନ୍ତି। ରସାୟନ ବିଜ୍ଞାନରେ ପ୍ରତ୍ୟୁଷ ୯୯.୯୭, ହର୍ଷିତ ୯୯.୭୫, ରୋନକ ୯୯.୬୬, ପିୟୁଷ ୯୯.୬୧, ରୋହନ ୯୯.୬୦, ଅମରନାଥ ୯୯.୩୯, ତପସ୍ବିନୀ ୯୯.୩୬, ନିର୍ଲିପ୍ତା ୯୯.୩୪, ଓମ୍‌କାର୍‌ ୯୯.୨୮, ଜିୟା ୯୯.୧୦ ପ୍ରତିଶତ ରଖିଛନ୍ତି।
ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ୮୭ଛାତ୍ରୀଛାତ୍ର ଆଇଆଇଟି-ଜେଇଇ ଏଡଭାନ୍ସଡ୍‌ ପରୀକ୍ଷା ପାଇଁ କ୍ରୀଷ୍ଣା ବିକାଶର ଅନୁଭବୀ, ଦକ୍ଷ ଶିକ୍ଷକମାନଙ୍କର ମାର୍ଗଦର୍ଶନରେ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି। ଜେଇଇ ମେନ୍‌ ନିର୍ଣ୍ଣାୟକ ପ୍ରବେଶିକା ପରୀକ୍ଷାରେ ଛାତ୍ରୀଛାତ୍ରଙ୍କ ଉତ୍କୃଷ୍ଟ ସଫଳତା ପାଇଁ କ୍ରୀଷ୍ଣା ବିକାଶ ଗ୍ରୁପର ଚେୟାରମ୍ୟାନ ଡି. ମୂରଲୀ କ୍ରୀଷ୍ଣା ବିକାଶରେ ଚାଲିଥିବା ସେଣ୍ଟ୍ରାଲାଇଜଡ୍‌ ଏଣ୍ଟ୍ରାନ୍ସ ଏକାଡ଼େମୀର ପାଠ୍ୟକ୍ରମକୁ ପ୍ରଶଂସା କରିବା ସହିତ ବିଗତ ଏକ ଦଶନ୍ଧି ଧରି କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର ଜେଇଇ ମେନ୍ସ ଏବଂ ଏଡଭାନ୍ସଡ୍‌ ପ୍ରବେଶିକା ପରୀକ୍ଷା ଗୁଡ଼ିକରେ ନିରନ୍ତର ସଫଳତା ପାଇଁ ଅଧ୍ୟକ୍ଷ(ସିନିୟର ସେକେଣ୍ଡାରୀ) ଚିତ୍ତରଞ୍ଜନ ପତି, ଛାତ୍ରୀଛାତ୍ର ଏବଂ ଅଧ୍ୟାପିକା, ଅଧ୍ୟାପକଙ୍କ ପରିଶ୍ରମକୁ ସଫଳତାର ଶ୍ରେୟ ଦେଇଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ଆଇଆଇଟି ଜେଇଇ ଏଡଭାନ୍ସଡ୍‌, ଏନ୍‌ଟିଏ-ନିଟ୍‌(ମେଡ଼ିକାଲ), ସିୟୁଇଟି, ସିଏ, କ୍ଲାଡ୍‌, ଏନଡ଼ିଏ ଏବଂ ଆଇପିମ୍ୟାଟ୍‌ ଆଦି ପରୀକ୍ଷା ଗୁଡ଼ିକରେ ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ଆଣିବା ସହିତ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ସେ ଆଶା ପୋଷଣ କରିଛନ୍ତି। ବିକାଶ ଗ୍ରୁପର ଡାଇରେକ୍ଟର ଡ. ସମରେନ୍ଦ୍ରନାଥ ପଣ୍ଡା, ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ, ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରଦୀପ କୁମାର ସାହୁ ସମସ୍ତ ସଫଳ ଛାତ୍ରୀଛାତ୍ର, ଅଧ୍ୟାପିକା, ଅଧ୍ୟାପକ ଏବଂ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ନିର୍ମାଣ ଦାବିରେ ଶିକ୍ଷକଙ୍କ ଆମରଣ ଅନଶନ

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତରେ ଦୀର୍ଘ ଦିନରୁ ପଡ଼ି ରହିଥିବା ଅଧାପନ୍ତରିଆ ରାସ୍ତା କାମକୁ ନେଇ ଅସନ୍ତୋଷ ତେଜିଛି। ଛେଦାଭୂମୀ...

ଯୁବକଙ୍କୁ ଗୁଳି ମାଡ: ବାଇକରେ ଆସି ଫାୟାରିଂ କରି ଫେରାର୍‌ ହୋଇଗଲେ…

ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ...

ଅଞ୍ଚଳ ପାଇଁ ଗୌରବ ଆଣିଲେ ଗୋରା ସିଂ: OPSC ପରୀକ୍ଷାରେ ୬୩ତମ ର଼୍ୟାଙ୍କ ରଖି କୃତକାର୍ଯ୍ୟ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କିର୍ତ୍ତି): ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର୍ୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସୁଯୋଗ୍ୟ ସନ୍ତାନ ଗୋରା...

ଆକ୍ସନ ମୋଡରେ ଯୋଗାଣ ନିରୀକ୍ଷକ: ଗାଁରେ ପହଞ୍ଚି ନିଜେ ବାଣ୍ଟିଲେ ବଞ୍ଚିତ ହିତାଧିକାରୀଙ୍କୁ ଚାଉଳ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କୀର୍ତ୍ତି): ଚମ୍ପାଛୁଆଁ ଗ୍ରାମର ହିତାଧିକାରୀମାନେ ଚଳିତ ବର୍ଷର ୩ ମାସର ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ଥିବା ନେଇ ‘ଧରିତ୍ରୀ’ ରେ ଖବର...

ଭାରତ ମାତା ପୂଜନ ଉତ୍ସବରେ ଦୁଲୁକିବ ମଞ୍ଚ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ରହିଛି…

ଦାରିଙ୍ଗବାଡି, ୧୯।୧ (ଅରୁଣ ସାହୁ ): ଆସନ୍ତା ସାଧାରଣତନ୍ତ୍ର ଦିବସରେ ୧୪ ତମ ଭାରତ ମାତା ପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ସିମନବାଡି ଦୁର୍ଗା...

ବ୍ରାଉନସୁଗାର କାରବାର ସୂଚନା ପାଇ ଅଚାନକ ଚଢାଉ କଲା ପୋଲିସ, ଜବତ ହେଲା…

ଜୟପୁର,୧୯।୧(ପବନ ପାଣିଗ୍ରାହୀ): ବ୍ରାଉନସୁଗାର କାରବାର ସମୟରେ ଟାଉନ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରି ବ୍ରାଉନସୁଗାର ଜବତ କରିଛି।...

ମା’ ସହ ୨ ଝିଅଙ୍କୁ ହତ୍ୟା ଉଦ୍ୟମ କରି ମାରିଥିଲେ ଚମ୍ପଟ, ଧରାପଡିବା ପରେ ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୯।୧(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ରହୁଥିବା ସ୍ବର୍ଗତ ପାଣ...

ଏମ୍‌ପି ସପ୍ତଗିରି ଉଲାକାଙ୍କ ବଡ଼ ସୂଚନା: ଏହି ସବୁ ରୁଟ୍‌ରେ ବସିବ…

ରାୟଗଡା,୧୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଟ୍ରେନ ଯାତାୟାତ ସିଗନାଲ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ଟେକ୍ନିକାଲ ବ୍ୟବସ୍ଥାର କଣ୍ଟ୍ରୋଲ ବର୍ତ୍ତମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri