ବରଗଡ଼,୨୬୬(ପ୍ରେମାନନ୍ଦ ଖମାରୀ):ଚଳିତବର୍ଷ ପ୍ରକାଶିତ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ(ସିୟୁଇଟି) ପରୀକ୍ଷାରେ କ୍ରିଷ୍ଣା ବିକାଶ ଗ୍ରୁପ ଅନ୍ତର୍ଗତ ବରଗଡ଼ ସହର ଉପକଣ୍ଠ ବିକାଶ ଆବାସିକ ବିଦ୍ୟାଳୟ ଓ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଅଭୂତପୂର୍ବ ସଫଳତା ଅର୍ଜନ କରି ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି। ଉକ୍ତ ପରୀକ୍ଷାରେ ୬୦ଜଣ ଛାତ୍ରୀଛାତ୍ର ସଫଳ ହୋଇଛନ୍ତି ବୋଲି ବିକାଶ ଆବାସିକ ବିଦ୍ୟାଳୟର ମ୍ୟାନେଜିଂ ଡାଇରେକ୍ଟର ବିବେକ ଦାଶରୀ ପ୍ରକାଶ କରିଛନ୍ତି। ବିକାଶ ଆବାସିକ ବିଦ୍ୟାଳୟର ସିନିୟର ସେକେଣ୍ଡାରୀ ଅଧ୍ୟକ୍ଷ ଚିତରଞ୍ଜନ ପତି ସବିଶେଷ ବିବରଣୀ ଦେଇ ଜଣାଇଛନ୍ତି, ଉକ୍ତ ଶିକ୍ଷାନୁଷ୍ଠାନର ଜିଜ୍ଞାସା ଜ୍ୟୋତିର୍ମୟୀ ମହାପାତ୍ର ୯୦୮.୫, ଶ୍ରୀପର୍ଣ୍ଣା ଦାଶ ୯୦୭.୫, ସୁଶ୍ରୀ ରିୟା ଦାଶ ୮୯୭.୯, ସମୀକ୍ଷା ସାହୁ ୮୫୨.୫, ପ୍ରିୟଙ୍କା ଜାଲାନ ୭୭୮.୫, ଆଶୀର୍ବାଦ ପଣ୍ଡା ୭୬୧.୨, ରାଜ ଚୌଧୁରୀ ୭୫୭.୪, ରୋନକ ରାଜ୍ ପୁରୋହିତ୍ ୭୫୨.୩, ଜନ୍ନତ ପରୀ ୭୧୩.୩, ନୈନା ସାହୁ ୭୦୨.୧, ଆଦ୍ୟଷ୍ମିତା ଖଟୁଆ ୭୦୧.୫, ସମୀକ୍ଷା ପାଣ୍ଡେ ୬୯୮.୩, ଆଦ୍ୟାଶା ସାହୁ ୬୯୭.୪, ସ୍ବାତୀ ଦାଶ ୬୯୫.୭, ଦବ୍ୟାରାଣୀ ଭରଦ୍ୱାଜ ୬୮୮.୫ ମାର୍କ ରଖିଛନ୍ତି। ସେହିପରି ନିଳଞ୍ଜନା ପଣ୍ଡା ୬୭୬.୯, ସ୍ବପ୍ନିଳ ମୁଣ୍ଡ ୬୫୮.୪, ଶୀତଲ ପାଢ଼ୀ ୬୫୪.୭, ଶୁଭଙ୍କର ସାହୁ ୬୫୩.୧, ତନ୍ମୟୀ ମେହେର ୬୪୯.୯, ଆକାଂକ୍ଷା ପଟେଲ ୬୪୩.୭, ଆର୍ୟନ ଖୁଣ୍ଟିଆ ୬୩୫.୪, ପ୍ରତିକାଂଶୁ ଶତପଥୀ ୬୨୯.୭, ନିରଞ୍ଜନ ଖୁଣ୍ଟିଆ ୬୨୯.୩, ଜତୀନ ଚୌଧୁରୀ ୬୨୬.୯, ସନ୍ଦିପ କୁମାର ନାୟକ ୬୨୩, ଆର୍ଦ୍ରାସିକ୍ତା ମିଶ୍ର ୬୧୯.୫, ଆଦ୍ୟାଶା ଖୁଣ୍ଟିଆ ୬୧୫.୧, ମୋହିତ ରଞ୍ଜନ ଜୋଶୀ ୬୧୩.୨, ଆର୍ୟନ ପଟେଲ ୬୦୫.୯, ସଞ୍ଜନା ମାରାଣ୍ଡି ୬୦୪.୯, ସ୍ମିତି ମାହତୋ ୬୦୨.୫ ମାର୍କ ରଖି ଦିଲ୍ଲୀ ୟୁନିଭର୍ସିଟିରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ଅଧ୍ୟକ୍ଷ ପତି ସୂଚନା ଦେଇଛନ୍ତି। ୨୦୨୫ ପରୀକ୍ଷାଫଳରେ ୨୪ଜଣ ଛାତ୍ରୀଛାତ୍ର ଦିଲ୍ଲୀ ୟୁନିଭର୍ସିଟିରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାବେଳେ ଚଳିତବର୍ଷ ୬୦ଛାତ୍ରୀଛାତ୍ର ନିର୍ଦ୍ଧାରିତ କଟ୍ଅଫ୍ ମାର୍କ ଉପରେ ଥିବା ସିଟ୍ ପାଇବେ ବୋଲି ଆଶା କରାଯାଉଥିବା ସୂଚନା ଦିଆଯାଇଛି। କ୍ରିଷ୍ଣା ବିକାଶ ଗ୍ରୁପର ଚେୟାରମ୍ୟାନ ଡି. ମୂରଲୀ କ୍ରିଷ୍ଣା ସିଇୟୁଟି ପରୀକ୍ଷା ପାଇଁ ସ୍କୁଲରେ ପ୍ରସ୍ତୁତି ପ୍ରଣାଳୀକୁ ବୋର୍ଡ଼ ସହିତ ଇଣ୍ଟିଗ୍ରେଟେଡ୍ କରି ୨ବର୍ଷ ମଧ୍ୟରେ ଜାତୀୟସ୍ତରରେ ଏହି ଉଚ୍ଚକୋଟୀର ସଫଳତା ଆଣି ପାରିଥିବାରୁ ଅନୁଷ୍ଠାନର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକ, ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ଚିତରଞ୍ଜନ ପତି, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥଙ୍କୁ ଅଭିନନ୍ଦନ ଓ ସାଧୁବାଦ ଜଣାଇଛନ୍ତି। କ୍ରିଷ୍ଣା ବିକାଶ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବିବେକ ଦାଶରୀ, ଟ୍ରଷ୍ଟି ଦାଶରୀ ରାମ ତୁଳସୀ, ଡାଇରେକ୍ଟର ଟୁ ଚେୟାରମ୍ୟାନ ଅଫିସ୍ ଲୋକେଶ ଦାଶରୀ, କ୍ରିଷ୍ଣା ବିକାଶ ସମୂହର ଡାଇରେକ୍ଟର ଡ. ସମରେନ୍ଦ୍ରନାଥ ପଣ୍ଡା ସଫଳ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।