ନୂଆ ଯୋଡ଼ି କ୍ରିଷ୍ଣା-ଅସୀମା

ଆଉ ଏକ ନୂଆ ଯୋଡ଼ି ଖୁବ୍‌ଶୀଘ୍ର ବଡ଼ ପରଦାରେ ମୁହଁ ଦେଖାଇବାକୁ ଯାଉଛନ୍ତି। ଏହି ଯୋଡ଼ି ହେଲେ କ୍ରିଷ୍ଣା-ଅସୀମା। ସୁବ୍ରତ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେବାକୁ ଯାଉଥିବା ନୂଆ ଓଡ଼ିଆ ସିନେମା ‘ଇସ୍କ ତେରେ ନାମ୍‌’ରେ ଉକ୍ତ ଯୋଡ଼ିକୁ ବ୍ରେକ୍‌ ଦେଉଛନ୍ତି ନବାଗତ ପ୍ରଯୋଜକ ବାଇଧର ପଟ୍ଟନାୟକ। ଫିଲ୍ମଟିର ନିର୍ଦ୍ଦେଶନା ଦେବେ ସୁବ୍ରତ ମୋହନୀ। ବିଭୁନ-ଚିନ୍ମୟ ଏହାର ସ୍ବର ସଂଯୋଜନା ଦାୟିତ୍ୱ ତୁଲାଇବେ। ଏହା ପୂର୍ବରୁ ଏହି ଯୋଡ଼ି ବାଇଧରଙ୍କ ମ୍ୟୁଜିକ ଆଲବମ୍‌ ‘ଆଇ ଲଭ୍‌ ୟୁ ସୋନା’ରେ ଅଭିନୟ କରି ସାଉଁଟିଛନ୍ତି ଢେର ପ୍ରଶଂସା। ତେବେ ଏହି ନୂଆ ଯୋଡ଼ି ନିଜ ବଡ଼ ପରଦା କ୍ୟାରିୟରକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି। ଏମାନଙ୍କ ବ୍ୟତୀତ ତୃପ୍ତି ସ୍ବାଇଁ, ମହେଶ ଦାଶ, କାଳିଆ, ପିଣ୍ଟୁ, ରାଜା, ରଶ୍ମିତା, ଟନିଆ, ଲୀନା ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିବେ। ଅନ୍ୟପକ୍ଷରେ ଫିଲ୍ମଟି ଖୁବ୍‌ ଶୀଘ୍ର ଫ୍ଲୋର୍‌କୁ ଯିବ ବୋଲି ପ୍ରଯୋଜକ ବାଇଧର ସୂଚନା ଦେଇଛନ୍ତି।

Share