Categories: ଖେଳ

୧୨ ଘଣ୍ଟା ଧରି କଲେ ବ୍ୟାଟିଂ, ଖେଳିଲେ ୪୮୯ ବଲ୍‌

ନୂଆଦିଲ୍ଲୀ,୨୦।୩: ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ୍‌ ବ୍ରେଥ୍‌ଓ୍ବାଇଟ୍‌। ୭୧୦ ମିନିଟ୍‌ ଅର୍ଥାତ ୧୨ ଘଣ୍ଟା ଯାଏ ସେ ମଇଦାନରେ ରହି ୪୮୯ ବଲ୍‌ରେ ୧୬୦ ରନ୍‌ର ଇନିଂସ ଖେଳିଛନ୍ତି। ପାଖାପାଖି ୮୨ ଓଭର ଖେଳ ସେ ନିଜେ ବ୍ୟାଟିଂ କରିଛନ୍ତି। ତେବେ ମିନିଟ ଏବଂ ବଲ୍‌ ହିସାବରେ ଏହା ସବୁଠାରୁ ଲମ୍ବା ଇନିଂସର ଏକ ରେକର୍ଡ। ପୂର୍ବରୁ କ୍ରିଜ୍‌ରେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ପୂର୍ବ ଅଧିନାୟକ ବ୍ରାଏନ ଲାରା ସବୁଠାରୁ ଅଧିକ ସମୟ ବିତାଇଥିଲେ।

ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ସବୁଠାରୁ ଲମ୍ବା ଇନିଂସର ରେକର୍ଡ:
-ବ୍ରାଏନ ଲାରା- ୭୭୮ ମିନିଟ୍‌, ଅପରାଜିତ ୪୦୦ ରନ୍‌, ୨୦୦୪ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌
-ବ୍ରାଏନ ଲାରା- ୭୬୬ ମିନିଟ, ୩୭୫ ରନ୍‌, ୧୯୯୪ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌
-କ୍ରେଗ୍‌ ବ୍ରେଥ୍‌ଓ୍ବାଇଟ୍‌- ୭୧୦ ମିନିଟ୍‌, ୧୬୦ରନ୍‌-୨୦୨୨ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌
-ରାମନରେଶ -୬୯୮ ମିନିଟ୍‌-୨୯୧ ରନ୍‌, ୨୦୦୯ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌

ଯଦି ସବୁଠାରୁ ଲମ୍ବା ଟେଷ୍ଟ ଇନିଂସ ବିଷୟରେ କଥା ହେବା ତେବେ ପାକିସ୍ତାନର ହନିଫ ମହମ୍ମଦଙ୍କ ନାମରେ ଏହି ରେକର୍ଡ ରହିଛି। ୧୯୫୮ରେ ସେ ୩୩୭ ରନ୍‌ର ଇନିଂସ ଖେଳିଥିଲେ। ନିକଟରେ ପାକିସ୍ତାନ ଅଧିନାୟକ ବାବର ଆଜମ ସେଭଳି କିଛି କରିଦେଖାଇଥିଲେ। ସେ ୪୨୫ ବଲରେ ୧୯୬ ରନ୍‌ର ଇନିଂସ ଖେଳିଥିଲେ। ସେ ୬୦୩ ମିନିଟ୍‌ ମଇଦାନରେ ବିତାଇଥିଲେ। ବାବରଙ୍କ ଏହି ଇନିଂସ ବଳରେ ଦଳ କରାଚି ଟେଷ୍ଟକୁ ଡ୍ର କରାଇବାରେ ସଫଳ ହୋଇଥିଲା।

Share