କୋଭିଶିଲ୍ଡ ଟିକାର ସମୟ ବ୍ୟବଧାନ ହେବନି କମ୍‌, ସରକାରଙ୍କ ସୂଚନା…

ନୂଆଦିଲ୍ଲୀ,୨୩।୯: ଦେଶରେ କରୋନା ମହାମାରୀ ବିରୋଧରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ କୋଭିଶିଲ୍ଡ ଟିକାର ୨ ଡୋଜ୍‌ ମଧ୍ୟରେ ଥିବା ୧୨ ସପ୍ତାହ ଅର୍ଥାତ୍‌ ୮୪ ଦିନର ବ୍ୟବଧାନ କମାଇବା ପାଇଁ ବିଭିନ୍ନ ବର୍ଗରୁ ଦାବି କରାଯିବା ସହିତ କେରଳ ହାଇକୋର୍ଟରେ ଏନେଇ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା।

ହାଇକୋର୍ଟ ଏହାର ଶୁଣାଣି କରି ସମୟ ବ୍ୟବଧାନ ୪ ସପ୍ତାହ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ହାଇକୋର୍ଟ ସେପ୍ଟେମ୍ବର ୩ରେ ପ୍ରଦାନ କରି ରାୟ ଫେରାଇ ନେବା ଆବଶ୍ୟକ।

ଏପରି ନ ନେଲେ କେନ୍ଦ୍ର ସରକାରଙ୍କ କରୋନା ମହାମାରୀ ବିରୋଧୀ ଲଢ଼େଇର ଟିକାକରଣ ଅଭିଯାନର କ୍ରିୟାନ୍ବୟନ କ୍ଷେତ୍ରରେ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ବିଶେଷଜ୍ଞ ତଥା ବୈଜ୍ଞାନିକ ଆଧାରରେ ସମୟ ବ୍ୟବଧାନକୁ ରଖା ଯାଇଛି। ଏଥିରେ କୌଣସି ଭୁଲ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ସମସ୍ତଙ୍କ ପାଇଁ ନିୟମ ସମାନ ବୋଲି ସରକାର ସୂଚନା ଦେଇଛନ୍ତି।

Share