ଜଙ୍ଗଲ ଜମିରେ କୋଟଗଡ଼ ପାର୍କ

ନୟାଗଡ଼ ଅଫିସ,୩୦ା୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ରଣପୁର ତହସିଲ କୋଟଗଡ଼ ରାଜସ୍ବ ମୌଜାରେ ସରକାରୀ ଜମି, ମୁଣ୍ଡିଆ ଜମି, ରକ୍ଷିତ ଜଙ୍ଗଲ କିସମ ଜମିରେ ବେଆଇନ ଭାବେ କୋଟଗଡ ପାର୍କ, ରିସୋର୍ଟ, କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଛି ବୋଲି ଅଭିଯୋଗ ହୋଇଛି । ଏନେଇ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ, କଟକର କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ, ନୟାଗଡ଼ ଜିଲାପାଳ, ନୟାଗଡ଼ ଏସ୍‌ପି, ନୟାଗଡ଼ ବନଖଣ୍ଡ, ରଣପୁର ତହସିଲଦାରଙ୍କୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଫେରାଦ୍‌ ହୋଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ଜଙ୍ଗଲ ସଂରକ୍ଷଣ ଆଇନକୁ ଉଲ୍ଲଂଘନ କରି କୋଟଗଡ଼ ମୌଜାରେ ସରକାରୀ ଜମି, ମୁଣ୍ଡିଆ ଜମି, ରକ୍ଷିତ ଜଙ୍ଗଲ କିସମ ଜମିରେ ବେଆଇନ ଭାବେ କୋଟଗଡ ପାର୍କ, ରିସୋର୍ଟ, କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଛି । ପ୍ରଥମତଃ ଜଙ୍ଗଲ ଜମିକୁ ବେଆଇନ ଭାବେ ଜବରଦଖଲ କରାଯାଇ ପ୍ରାଚୀର କରାଯାଇଥିଲା । ପରେ ଜମିରୁ ଗଛ କଟାଯାଇ ଜେସିବିରେ ମାଟି ସମତୁଲ କରାଯାଇ ପାର୍କ, ରିସୋର୍ଟ, କଲ୍ୟାଣ ମଣ୍ଡପ କରାଯାଇଛି ।ଏବେ ପାର୍କ, ରିସୋର୍ଟ, କଲ୍ୟାଣ ମଣ୍ଡପ ନଁାରେ ଭଲ ରୋଜଗାର ଚାଲିଛି । ପାର୍କ, ରିସୋର୍ଟ, କଲ୍ୟାଣ ମଣ୍ଡପର ନିର୍ମାଣ ଶୈଳୀ ଅତ୍ୟନ୍ତ ସୁନ୍ଦର ହୋଇଥିବାରୁ ଗହଳି ବଢ଼ୁଛି ା