ଭୁବନେଶ୍ୱର,୧୦।୧୦: କୋଟାକ୍ ମ୍ୟୁଚୁଆଲ ଫଣ୍ଡର ନିବେଶକ ଶିକ୍ଷା ତଥା ସଚେତନତା ପ୍ରୟାସ ‘ଶିଖୋ ପୈସା କି ଭାଷା’ କାର୍ଯ୍ୟକ୍ରମ ନିକଟରେ ରାଉଲକେଲାସ୍ଥିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ମିଳିତ ସହଭାଗିତାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଆର୍ଥିକ ଶିକ୍ଷାର ଅଭିବୃଦ୍ଧି ପାଇଁ ଶିକ୍ଷକମାନଙ୍କ ବୁଝାମଣାକୁ ସଶକ୍ତୀକରଣ କରିବା ଉଦ୍ଦେଶ୍ୟରେ ବ୍ୟାପକ ଶିକ୍ଷା ଏବଂ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରି ଆର୍ଥିକ ସାକ୍ଷରତା ପଥକୁ ବିକଶିତ କରିବାକୁ ସ୍ଥିର ହୋଇଛି, ଯାହାଦ୍ୱାରା ଏହା ଏକ ସମ୍ଭାବ୍ୟ ପ୍ରଗତିଶୀଳ ଭବିଷ୍ୟତ ଦିଗରେ ଭାରତର ବିକାଶ ଯାତ୍ରାରେ ସହାୟକ ହୋଇପାରିବ। ଏହି ପଦକ୍ଷେପ ମାଧ୍ୟମରେ ଓଡ଼ିଶାର ୮୨୫ରୁ ଅଧିକ ସିବିଏସଇ ଶିକ୍ଷକ ଏବଂ ରାଉରକେଲାର ୭୫ରୁ ଅଧିକ ଶିକ୍ଷକଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି। ସେମାନଙ୍କ ମଧ୍ୟରେ ୫୦% ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯିବାର ଆଶା ରଖାଯାଇଛି। ଯାହାଦ୍ୱାରା ଇକ୍ୟୁଟେବୁଲ ଅଭିବୃଦ୍ଧି ଏବଂ ବିକାଶର ଧାରା ସମ୍ପନ୍ନ ହୋଇପାରିବ। ଏହି ପଦକ୍ଷେପର ଏକ ଅଂଶ ଭାବରେ କୋଟାକ୍ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ସେଣ୍ଟର ଫର ଇନଭେଷ୍ଟମେଣ୍ଟ ଏଜୁକେଶନ ଆଣ୍ଡ ଲର୍ନିଂ (ସିଆଇଇଏଲ)ରୁ ୫୦୦ରୁ ଅଧିକ ଦକ୍ଷ ପ୍ରଶିକ୍ଷକଙ୍କୁ ଅଣାଯାଇଛି। ସେମାନେ ପ୍ରଭାବଶାଳୀ ଅଧିବେଶନଗୁଡିକର ନେତୃତ୍ୱ ନେଉଛନ୍ତି ଏବଂ କାର୍ଯ୍ୟକ୍ରମରେ ଗୁଣବତ୍ତା ତଥା ପ୍ରାସଙ୍ଗିକତା ପ୍ରତି ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏ ସମ୍ପର୍କରେ କୋଟାକ ମ୍ୟୁଚୁଆଲ ଫଣ୍ଡର ମୁଖ୍ୟ (ଡିଜିଟାଲ ବିଜନେସ, ମାର୍କେଟିଂ ଆଣ୍ଡ ଆନାଲିଟିକ୍ସ) କିଞ୍ଜଲ ଶାହା କହିଛନ୍ତି, ନିବେଶକ ଶିକ୍ଷା ତଥା ସଚେତନତା ‘ଶିଖୋ ପୈସା କି ଭାଷା’ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଆର୍ଥିକ ସଶକ୍ତୀକରଣ ପାଇଁ ଗଭୀର ଭାବେ ପ୍ରତିଶ୍ରୁତିବଦ୍ଧ। ଏପରିକି ଆମର ବିଶ୍ୱାସ ଶିକ୍ଷକମାନେ ଦେଶର ଭାଗ୍ୟ ଏବଂ ନୂତନ ପିଢ଼ି ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ବିଶେଷ କରି ସିବିଏସଇ ସହିତ ଆମର ସହଭାଗିତା ଲୋକଙ୍କ ମଧ୍ୟରେ ଓ ଶିକ୍ଷକଙ୍କ ମାଧ୍ୟମରେ ଆର୍ଥିକ ସାକ୍ଷରତା ଏବଂ ନିବେଶ ସମ୍ପର୍କରେ ବିଶେଷ ସଚେତନତା ସୃଷ୍ଟି କରାଯାଇପାରିବ।
ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋଟ
ନୂଆଦିଲ୍ଲୀ,୨୭।୩(ପି.ଟି.): ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…
ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ
ନୂଆଦିଲ୍ଲୀ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…
ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…
ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…
ନଦୀକୁ ଖସିଲା ବସ୍: ୨୪ ମୃତ, ଏବେ ବି ଅନେକ ନିଖୋଜ
ଢାକା,୨୬ା୩: ବାଂଲାଦେଶରେ ଏକ ବସ୍ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…
ବସଷ୍ଟାଣ୍ଡରେ OSRTC ବସ୍ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO
କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍ରେ ହଠାତ ନିଆଁ ଲାଗିଯିବା…
ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍
ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…
ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…
ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…
ଚକ୍ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ
ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…
Archives

