କୋସୋଭ ରାଷ୍ଟ୍ରନାୟିକା

କୋସୋଭ ଦକ୍ଷିଣପୂର୍ବ ୟୁରୋପର ଏକ ରାଷ୍ଟ୍ର। ସର୍ବିଆ ସହ ଲାଗି ରହିଥିବା ସୀମା ବିବାଦ ଦୂର ହୋଇପାରି ନାହିଁ । ୧୭ ଫେବୃୟାରୀ ୨୦୦୮ରେ ଏହା ସର୍ବିଆଠାରୁ ଅଲଗା ହୋଇ ସ୍ବାଧୀନ ରାଷ୍ଟ୍ର ଘୋଷିତ ହୋଇଥିଲା। ଜାତିସଂଘରେ ଏହା ୯୮ତମ ଦେଶ ଭାବେ କୂଟନୈତିକ ମାନ୍ୟତା ପାଇଛି। ଦୁର୍ନୀତି ବିରୋଧୀ ଲଢ଼େଇ କରିବା ସହ ସର୍ବିଆ ସହ ଉତ୍ତମ ସମ୍ପର୍କ ରଖି ନାଗରିକଙ୍କ ପାଇଁ ଆଦର୍ଶ ପାଲଟିପାରିଥିବାରୁ ଭିଜୋସା ଓସ୍‌ମାନ କୋସୋଭର ଯୁବ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି। କୋସୋଭ ଯୁଦ୍ଧ ବେଳେ ସେ କିଶୋରୀ ଅବସ୍ଥାରେ ଥିବା ବେଳେ ତାଙ୍କ ପାଟି ଭିତରେ ଜଣେ ସୈନିକ ଏକେ-୪୭ ରାଇଫଲ ପୂରାଇ ଦେଇଥିଲେ। ୪ ଏପ୍ରିଲ ୨୦୨୧ରେ ଦେଶର ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିବା ଏହି ମହିଳା ସେତବେଳର ଲୋମଟାଙ୍କୁରା ଦୃଶ୍ୟକୁ ମନେପକାଇ କହିଛନ୍ତି ଯେ, ଆଗକୁ କୋସୋଭ ଏକ ଉତ୍ତମ ଶାସନ ଦେଖିବା ଅପେକ୍ଷାରେ ଅଛି। ତାଙ୍କ ଉପରେ ନାଗରିକଙ୍କ ଥିବା ଭରସା ହେବ ଏହାର ମାପକାଠି।
୧୭ ମେ ୧୯୮୨ରେ ଭିଜୋସା ମିଟ୍ରୋଭିକାଠାରେ ଜନ୍ମଗ୍ରହଣ କରିଥିଲେ। ଏହି ସହରରେ ତାଙ୍କ ପିଲାଦିନ କଟିଥିଲା ଓ ସେ ସେହିଠାରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଗ୍ରହଣ କରିଥିଲେ। ପ୍ରିଷ୍ଟିନା ବିଶ୍ୱବିଦ୍ୟାଳୟରୁ ସେ ଆଇନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ୨୦୦୫ରେ ଆମେରିକାର ୟୁନିଭର୍ସିଟି ଅଫ୍‌ ପିଟ୍‌ସବର୍ଗ ସ୍କୁଲ ଅଫ୍‌ ଲ’ରୁ ସ୍ନାତକ ଡିଗ୍ରୀ ଗ୍ରହଣ କରିଥିଲେ। ଆଇନ ଗବେଷଣାରେ ତାଙ୍କ ସନ୍ଦର୍ଭ ‘କୋସୋଭରେ ଅନ୍ତର୍ଜାତୀୟ ସାମଗ୍ରୀ ବିକ୍ରି ଲାଗି ଜାତିସଂଘ ସମ୍ମେଳନର ଚୁକ୍ତି ପ୍ରୟୋଗ’ ବିଶିଷ୍ଟ ଆଇନଜ୍ଞଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଆଇନବିଦ୍ୟାରେ ଦକ୍ଷତା ତାଙ୍କୁ ପ୍ରଥମେ ୟୁନିଭର୍ସିଟି ଅଫ୍‌ ପ୍ରିଷ୍ଟିନାରେ ଅଧ୍ୟାପନା କରିବାର ସୁଯୋଗ ଦେଇଥିଲା। ପରବର୍ତ୍ତୀ ସମୟରେ ସେ ୟୁନିଭର୍ସିଟି ଅଫ୍‌ ପିଟ୍‌ସବର୍ଗରେ ଅତିଥି ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ତେବେ ଅଧ୍ୟାପନା ଭିତରେ ତାଙ୍କ ପ୍ରତିଭା ସୀମିତ ରହି ନ ଥିଲା। ଦେଶବାସୀଙ୍କ ସେବା କରିବା ଲାଗି ରାଜନୀତି ସର୍ବୋତ୍ତମ ମାଧ୍ୟମ ବୋଲି ସେ ଯୁବାବସ୍ଥାରୁ ଅନୁଭବ କରୁଥିଲେ। ଯେତେବେଳେ ବୃତ୍ତିଗତ ଜୀବନରେ ସେ ସଫଳତା ଅର୍ଜନ କଲେ ତାଙ୍କ ଇଚ୍ଛାଶକ୍ତି ଆହୁରି ବୃଦ୍ଧି ପାଇଲା ଯେ ସେ ରାଜନୀତିରେ ଭଲ କରିବେ। ସେଣ୍ଟର-ରାଇଟ୍‌ ଡେମୋକ୍ରାଟିକ୍‌ ଲିଗ୍‌ ଅଫ୍‌ କୋସୋଭରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଭିଜୋସା ୨୭ ଅଗଷ୍ଟ ୨୦୦୯ରେ ତତ୍କାଳୀନ ରାଷ୍ଟ୍ରପତି ଫାତମିର ସେଜ୍‌ଦିୟୁଙ୍କ ଚିଫ୍‌ ଅଫ୍‌ ଷ୍ଟାଫ୍‌ ହୋଇଥିଲେ। ଏଥିସହିତ ସେ ରାଷ୍ଟ୍ରପତିଙ୍କ ଆଇନ ପରାମର୍ଶଦାତା ତଥା ବହିର୍ବ୍ୟାପାର ନୀତି ଉପଦେଷ୍ଟା ମଧ୍ୟ ହୋଇପାରିଥିଲେ। ସେହି ସମୟ ହିଁ ତାଙ୍କୁ ଦେଶରେ ଅଧିକ ପରିଚିତ କରିଥିଲା। ଏହା ପରେ ସେ କୋସୋଭ ଆସେମ୍ବ୍ଲିକୁ ତିନି ଥର ନିର୍ବାଚିତ ହୋଇଥିଲେ ଏବଂ ସେଥିମଧ୍ୟରୁ ମହିଳା ପାର୍ଲାମେଣ୍ଟେରିଆନ୍‌ ଭାବେ ସର୍ବାଧିକ ଭୋଟ ପାଇବାର ଗୌରବ ଅର୍ଜନ କରିଥିଲେ। ଏଥିସହିତ ହେଗ୍‌ସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ରେ କୋସୋଭର ସ୍ବାଧୀନତା ନେଇ ସେ ଯେଉଁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ, ତାହା ତାଙ୍କୁ ଅନ୍ତର୍ଜାତୀୟ ଖ୍ୟାତି ଆଣିଦେଇଥିଲା। ଏହା ପରେ ତାଙ୍କ ଲୋକପ୍ରିୟତା ମଧ୍ୟ ଦେଶରେ ବଢ଼ିବାକୁ ଲାଗିଲା। ୨୦୧୯ରେ ଏକଦା ଆଲୋଚନା ହେଲା ଯେ ଭିଜୋସା ଦେଶର ପ୍ରଧାନମନ୍ତ୍ରୀ ହେବେ। ସେହି ସମୟରେ ସେ ଦୁର୍ନୀତି ବିରୋଧରେ ଦେଶବ୍ୟାପୀ ସଂଗ୍ରାମ କରୁଥିଲେ। କୋସୋଭ ପାଇଁ ମୁକ୍ତ ବଜାର ବ୍ୟବସ୍ଥା ଗଢିତୋଳିବା ତାଙ୍କ ଅଭିଯାନର ଅନ୍ୟତମ ଦିଗ ଥିଲା। ସେ ସେଥିରେ ସଫଳ ହେଲେ। କିନ୍ତୁ ନିର୍ବାଚନ ଜିତିବାରେ ବିଫଳ ହେଲେ। ଏଲ୍‌ଡିକେରେ ତାଙ୍କୁ ଅଣଦେଖା କରାଯିବା ପରେ ସେ ୭ ସେପ୍ଟେମ୍ବର ୨୦୨୦ରେ ପାର୍ଟି ଛାଡ଼ିଦେଲେ। ସ୍ଲୋଗାନ ଦେଲେ ଯେତେବେଳେ ପାର୍ଟିରେ ସଂସ୍କାର ଆସିବ ସେ ଫେରିବେ। ନିଜ ଉପରେ ଥିବା ଦୃଢ଼ ଆତ୍ମବିଶ୍ୱାସ ତାଙ୍କୁ ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ପଦରେ ବସାଇଦେଲା। କାରଣ ରାଷ୍ଟ୍ରପତି ଥାସିଙ୍କୁ ହେଗ୍‌ସ୍ଥିତ କୋସୋଭ ସ୍ପେଶାଲିଷ୍ଟ ଚାମ୍ବର୍ସ ଆଣ୍ଡ୍‌ ସ୍ପେଶାଲିଷ୍ଟ ପ୍ରସିକ୍ୟୁଟର୍ସ ଅଫିସ୍‌ ଅପରାଧୀ ସାବ୍ୟସ୍ତ କଲା। ୨୦୨୧ରେ କୋସୋଭ ପାର୍ଲାମେଣ୍ଟ ନିର୍ବାଚନ ଥିବା ବେଳେ ସେ ୨ ଜାନୁୟାରୀରେ ନିଜସ୍ବ ଦଳ ଗୁକ୍ସୋ ଗଢ଼ିଲେ ଓ ଏବେ ଦେଶର ରାଷ୍ଟ୍ରପତି।
ଭିଜୋସାଙ୍କ ବ୍ୟକ୍ତିଗତ ଜୀବନ କହିଲେ ସ୍ବାମୀ ପ୍ରିଣ୍ଡୋନ୍‌ ସାଡ୍ରିୟୁ ହେଉଛନ୍ତି ବହିର୍ବ୍ୟାପାର ମନ୍ତ୍ରଣାଳୟର କର୍ମଚାରୀ। ସେମାନଙ୍କର ଦୁଇ କନ୍ୟା ଅଛନ୍ତି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri