ଠିଆ ହୋଇପାରୁନି କୋରେଇ ଭବନ

ଯାଜପୁର ଅଫିସ,୨୬ା୭:ରାଜନୈତିକ ଓ ପ୍ରଶାସନିକ ଉଦାସୀନତାର ଅନ୍ୟ ଏକ ଉଦାହରଣ ଯାଜପୁର ଜିଲା କୋରେଇ ବ୍ଲକରେ ଦେଖିବାକୁ ମିଳିଛି। ଜିଲାର ଅନ୍ୟ ନିର୍ବାଚନ ମଣ୍ଡଳୀ ନାମରେ ଭବନମାନ ରହିଥିବାବେଳେ କୋରେଇ ଭବନ ଦୀର୍ଘ ୭ ବର୍ଷ ହେଲା ପ୍ରସ୍ତାବରେ ସୀମିତ ରହିଛି। ପାଣିକୋଇଲି-କେନ୍ଦୁଝର ୨୦ନଂ.ଜାତୀୟ ରାଜପଥର ଧନେଶ୍ୱର ନିକଟ ପଥରପଦା ମୌଜାରେ ଏହି ଭବନ ନିର୍ମାଣ କାମ ପିଲରରେ ସୀମିତ ରହିଛି। ରାଜନୈତିକ ଟଣାଓଟରାରେ ଏହି ପ୍ରକଳ୍ପ ବଳି ପଡିଛି ବୋଲି କେତେଜଣ ପ୍ରକାଶ କରିଛନ୍ତି। ଠିକାଦାର ଓ କେତେଜଣ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ମଞ୍ଜୁର ଅର୍ଥ ହରିଲୁଟ ହୋଇଥିବା ସନ୍ଦେହ କରାଯାଉଛି ା ଏଥିରୁ ଗତ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେବ କୋରେଇ ନିର୍ବାଚନ ମଣ୍ଡଳୀରେ ବିକାଶର ଗତିପଥ ପ୍ରତିହତ ହେଉଥିବା ଚର୍ଚ୍ଚା ଜୋର ଧରିଛି।
ଜିଲାର କୋରେଇ ନିର୍ବାଚନ ମଣ୍ଡଳୀରେ ସମ୍ପ୍ରତି ଦୁର୍ବଳ ନେତୃତ୍ୱ ଓ ପକ୍ଷପାତିତା ନୀତି ଯୋଗୁ ବିଜେଡିର ପୁରୁଖା କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ା ଏହା ଜିଲା ବିଜେଡିର ଲୋକପ୍ରିୟତାକୁ ପ୍ରଭାବିତ କରୁଛି ା ଏକାଧିକ ମଞ୍ଜୁରପ୍ରାପ୍ତ ପ୍ରକଳ୍ପ ଆରମ୍ଭ କିମ୍ବା ସମ୍ପୂର୍ଣ୍ଣ ହୋଇ ପାରିନାହିଁ ା ସେଥିମଧ୍ୟରୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସହ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କୋରେଇ ଭବନ ଅନ୍ୟତମ। ପୂର୍ବତନ ବିଧାୟକ ଆକାଶ ଦାସନାୟକ ଏହି କୋରେଇ ଭବନ ନିର୍ମାଣ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ। ଏହାପରେ ସରକାରଙ୍କ ପକ୍ଷରୁ ୨୦୧୬-୧୭ ବର୍ଷରେ ଏହି ଭବନ ନିର୍ମାଣ କରିବାକୁ ୫୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ଏହାସହ ପଥରପଦା ରାଜସ୍ବ ମୌଜାର ଖାତା ନଂ.୪୯୩, ଫ୍ଲଟ ନଂ.୩୦୦, ୨୯୫, ୨୯୬/୩୦୧୩,୨୨୮/୩୦୧୨ ଜମି ଚିହ୍ନଟ କରାଯାଇଥିଲା। ତକତ୍ାଳୀନ କୋରେଇ ବିଡିଓ ସରକାରଙ୍କ ସମସ୍ତ ନିୟମ ଅନୁସାରେ କୋରେଇ ବ୍ଲକରେ ଟେଣ୍ଡର ଆହ୍ବାନ କରିଥିଲେ। ତେବେ ଏହି ଜମି ରାଜପଥଠାରୁ ବହୁ ତଳେ ଥିବାରୁ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ଅତିରିକ୍ତ ୧୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହି ଅର୍ଥକୁ ବିଧାୟକ ଓ ଏମ୍‌ପିଙ୍କ ହାତପାଣ୍ଠିରୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହାବାଦ୍‌ ପାଚେରୀ ନିର୍ମାଣ ପାଇଁ ୨୯ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲା। କିନ୍ତୁ ବିଡମ୍ବନା, ଭୂଇଁଠାରୁ କେତୋଟି ପିଲର ଉଠିଥିବାବେଳେ ଏହି ମହତ ପ୍ରକଳ୍ପକୁ ସମସ୍ତେ ଭୁଲି ଯାଇଛନ୍ତି। କୋରେଇ ନିର୍ବାଚନ ମଣ୍ଡଳୀରେ ପ୍ରତିଥର ନେତା ବଦଳୁଥିବାରୁ ଠିକାଦାରୀ ରାଜନୀତି ଅଣାୟତ୍ତ ହେଉଛିି ବୋଲି ଅଭିଯୋଗ ହୋଇଛି ା
୧୯୭୪ରୁ କୋରେଇ ନିର୍ବାଚନ ମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ହୋଇଥିଲା। ଗତ ୨ ଦଶନ୍ଧି ହେଲା ଜଣେ ନେତାଙ୍କୁ କୋରେଇବାସୀ ଗ୍ରହଣ କରିନାହାନ୍ତି ା ୨୦୦୦ ନିର୍ବାଚନରେ ବିଜେଡି ନୂଆକରି ଗଠିତ ହୋଇଥିଲେ ହେଁ ଅଶୋକ ଦାସ ଜନତା ଦଳରୁ ଠିଆ ହୋଇ ନିର୍ବାଚନ ଜିତିଥିଲେ। ଏହାପରେ ୨୦୦୪ରେ ଭାଜପା ଓ ବିଜେଡି ମେଣ୍ଟରୁ ସଞ୍ଜିତା ମହାନ୍ତି, ୨୦୦୯ରେ ପ୍ରୀତିରଞ୍ଜନ ଘଡେଇ ଓ ୨୦୧୪ରେ ଆକାଶ ଦାସନାୟକ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ା ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିରୁ ଭାଜପା ଏବଂ ଭାଜପାରୁ ପୁଣି ବିଜେଡିକୁ ଲମ୍ପମାରି ଅଶୋକ ବଳ ନିର୍ବାଚନ ଜିତିଥିଲେ। ଇତିମଧ୍ୟରେ ୩ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି ା ଏହି ୩ ବର୍ଷ ମଧ୍ୟରେ କୋରେଇ ନିର୍ବାଚନ ମଣ୍ଡଳୀ ସହ ବ୍ୟାସନଗର ପୌରପରିଷଦର ବିକାଶକୁ ଅବଲୋକନ କଲେ ସେତେଟା ସନ୍ତୋଷଜନକ ନୁହେଁ ବୋଲି ଚର୍ଚ୍ଚା ହେଉଛି ା ଅଧିକାଂଶ ପ୍ରକଳ୍ପରେ ଦୁର୍ନୀତି, ଅନିୟମିତତା, ହରିଲୁଟ ଅଭିଯୋଗ ହେଉଥିବା ବିଭିନ୍ନ ଗଣମାଧ୍ୟମ ସହ ସୋସିଆଲ ମିଡିଆରେ ଶୁଣିବାକୁ ମିଳିଛି। ଏହାବାଦ୍‌ ପୂର୍ବରୁ ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନୟନ ଓ ଜନହିତକର କାର୍ଯ୍ୟକୁ ଆଗେଇ ନିଆଯାଇ ପାରିନାହିଁ ା ଏଥିରେ କୋରେଇ ଭବନ, ସଂସ୍କୃତି ଭବନ, ଆଦର୍ଶ ପୋଖରୀ, ମାର୍କେଟ କମ୍ପ୍ଲେକ୍ସ, ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପ, ବ୍ୟାସସରୋବରର ଉନ୍ନତିକରଣ, ନୂତନ ପଞ୍ଚାୟତ ଗୃହ ଆଦି ଉନ୍ନତି ଯୋଜନାରେ ଏକାଧିକ ପ୍ରକଳ୍ପ ବନ୍ଦ ହୋଇ ପଡିଛି ା ଏହା କୋରେଇବାସୀଙ୍କୁ କେବଳ ବ୍ୟଥିତ କରୁନାହିଁ ବରଂ ବିଜେଡିର ନେତୃତ୍ୱ ଉପରେ ଅଙ୍ଗୁଳି ଉଠାଇଛି ା ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅନୁଦାନ ଅର୍ଥ ମହଜୁଦ ରହିଥିବା ସତ୍ତ୍ବେ ଖର୍ଚ୍ଚ ହୋଇ ପାରିନାହିଁ ବୋଲି କେତେଜଣ ବରିଷ୍ଠ କର୍ମୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି ା ଏନେଇ ପୁରୁଖା କର୍ମୀମାନେ ଜିଲାର ଜଣେ ବରିଷ୍ଠ ନେତାଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରି ସାରିଛନ୍ତି ବୋଲି ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri