ଆନ୍ଧ୍ର ଦଖଲରେ କୋରାପୁଟର ତୁରୁକୁ

କୋରାପୁଟ,୧ା୭(ସ୍ବ.ପ୍ର. ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଳକର କୋଟିଆକୁ ଆନ୍ଧ୍ର ନିଜର ବୋଲି ଦର୍ଶାଇବାକୁ ଉଦ୍ୟମ ଜାରି ରଖିଛି। ଏହାକୁ ନେଇ ଓଡ଼ିଶା ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଛି। ମାମଲା ବିଚାରାଧୀନ ଥିବା ବେଳେ ଆନ୍ଧ୍ର କୋଟିଆରେ ବିଭିନ୍ନ ସମୟରେ ପଶି ସୀମାନ୍ତବାସୀଙ୍କୁ ପ୍ରଭାବିତ କରିଚାଲିଛି। ଏବେ କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର ସୀମାନ୍ତ ଗ୍ରାମରେ ଆନ୍ଧ୍ର ଅନୁପ୍ରବେଶ କରିଛି। ବ୍ଲକର କୁମ୍ଭଗଣ୍ଡା ପଞ୍ଚାୟତର ଶେଷ ଗ୍ରାମ ହେଉଛି ତୁରୁକୁ ଗ୍ରାମ। କୋରାପୁଟରୁ ଏହାର ଦୂରତା ୧୩୫ କିଲୋମିଟର। ଆନ୍ଧ୍ରର ନୂତନ ଜିଲା ମାନ୍ୟୁମ ତଥା ପାର୍ବତୀପୁରର ବିଦ୍ୟୁତ ବିଭାଗର କେତେ ଜଣ ଅଧିକାରୀ ଗତ କିଛି ମାସ ମଧ୍ୟରେ ଓଡ଼ିଶା ଭିତରେ ଅନୁପ୍ରବେଶ କରି ତୁରୁକୁ ଗ୍ରାମର ଗ୍ରାମବାସୀଙ୍କୁ ମାଗଣା ବିଦ୍ୟୁତ ସଂଯୋଗ ଦେଇଛନ୍ତି। କୁମ୍ଭଗଣ୍ଡା ପଞ୍ଚାୟତରୁ ୪ କି.ମି.ଦୂରରେ ଦୁଇଟି ପାହାଡ ପାର ହୋଇ ପାହାଡ଼ର କଡରେ ଥିବା ମାଟି ପଥର ରାସ୍ତାରେ ତୁରୁକୁ ଗ୍ରାମକୁ ଯିବାକୁ ହୁଏ। ଏଯାଏ ସ୍ଥାନୀୟ ପ୍ରଶାସନ ଗ୍ରାମକୁ ରାସ୍ତା ନିର୍ମାଣ କରିବାରେ ବିଫଳ ହେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମାସ ପୂରିଲେ ଚାଉଳ, ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପାଇଁ କୁମ୍ଭଗଣ୍ଡା ପଞ୍ଚାୟତକୁ ଦୁଇଟି ପାହାଡ଼ ଚଢି ଚାଲି ଚାଲି ଯିବାକୁ ପଡ଼େ। ଆମ ଗ୍ରାମରେ ବିଦ୍ୟାଳୟ, ପାନୀୟ ଜଳ ପ୍ରକଳ୍ପ, ଆଧାରକାର୍ଡ ଆଦି ସମସ୍ୟା ରହିଛି ବୋଲି କହନ୍ତି ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପିଡ଼ିକା। ସେ ତୁରୁକୁ ଗ୍ରାମରେ ପହଞ୍ଚତ୍ ସ୍ଥିତ ଅନୁଧ୍ୟାନ କରିଛନ୍ତି।
ସବୁ ଗ୍ରାମକୁ ବସୁଧା ଯୋଜନାରେ ସାମିଲ କରିବେ। ଉପାନ୍ତ ଗ୍ରାମକୁ ରାସ୍ତା, ସମସ୍ତ ଚାଷୀଙ୍କୁ କାଳିଆ ଯୋଜନାରେ ଅର୍ଥ,କୃଷକ କଲ୍ୟାଣ ପାଇଁ କୃଷି ବିଭାଗ ପକ୍ଷରୁ ବିହନ ସାର, ବିଜୁପକ୍କା ଘର ଯୋଗାଇଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ହେଲେ ଆନ୍ଧ୍ର ସୀମାନ୍ତର ଏହି ତୁରୁକୁ ଗ୍ରାମବାସୀଙ୍କ ପାଇଁ ଏହା ସାତ ସପନ ପାଲଟିଛି। ବିଦ୍ୟାଳୟଟିଏ ମଧ୍ୟ ନାହିଁ ଗ୍ରାମରେ। ୨୦୧୮-୧୯ରେ କେନ୍ଦ୍ର ସରକାର ପକ୍ଷରୁ ଗ୍ରାମର ୬ଟି ପରିବାରକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଯାହା ଘର ମିଳିଛି। ଦୁଇ ବର୍ଷ ପୂର୍ବରୁ ବେସରକାରୀ ସଂସ୍ଥା ପକ୍ଷରୁ ସୋଲାର ଷ୍ଟ୍ରିଟ୍‌ ଲାଇଟ ଲାଗିଥିଲା,ତାହା ଏବେ ଅଚଳ ହୋଇପଡିଛି। ଏବେ ଆନ୍ଧ୍ର ସରକାର ପକ୍ଷରୁ ମାଗଣା ବିଦ୍ୟୁତ୍‌ ସଂଯୋଗ ହୋଇଛି। ଏବେଠାରୁ ସତର୍କ ନ ହେଲେ ସମୟକ୍ରମେ ତୁରୁକୁ ଗ୍ରାମବାସୀ ଆନ୍ଧ୍ର ସପକ୍ଷରେ ଯିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏ ସମ୍ପର୍କରେ ବିଡିଓ ଧୀରେନ୍ଦ୍ର କଣ୍ଡାଗରିଙ୍କୁ ପଚାରିବାରୁ ସେ କହିଲେ ଯେ, ତୁରୁକୁ ଗ୍ରାମ ସମସ୍ୟା ପ୍ରତି ପ୍ରଶାସନ ଅବଗତ ଅଛି। ପାହାଡିଆ ଅଞ୍ଚଳ ହୋଇଥିବାରୁ ବିଭିନ୍ନ ସମସ୍ୟା ଉପୁଜୁଛି। ଗ୍ରାମକୁ ରାସ୍ତା ନିର୍ମାଣ ଲାଗି ନିକଟରେ ସର୍ଭେ ଶେଷ ହୋଇଛି। ଏ ସମ୍ପର୍କିତ ପ୍ରସ୍ତାବ ସରକାରଙ୍କ ନିକଟକୁ ପଠାଯାଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri