ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ମାମଲା: ୨୦ ଗିରଫ

କୋରାପୁଟ,୪।୪(ସ୍ବ.ପ୍ର): କୋରାପୁଟ ସହରରେ ଥିବା ପରଜା ସାହି ଓ ଇନ୍ଦିରା କୋଲାନୀ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ମଙ୍ଗଳବାର କୋରାପୁଟ ଟାଉନ ପୋଲିସ ୨୦ ଜଣଙ୍କୁ ଗିରଫ କରିଛି। ସ୍ଥାନୀୟ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ମନୋଜ ପୂଜାରୀ ସୂଚନା ଦେଇଛନ୍ତି। ଗିରଫ ୨୦ ଜଣଙ୍କ ମଧ୍ୟରେ ୫ଜଣ ନାବାଳକ ରହିଥିବାବେଳେ ସେମାନଙ୍କୁ ଜୟପୁରସ୍ଥିତ ଜୁଭେନାଲ କୋର୍ଟକୁ ପଠାଯାଇଥିବାବେଳେ ଅନ୍ୟ ୧୫ଜଣଙ୍କୁ କୋରାପୁଟ କୋର୍ଟକୁ ଚାଲାଣ କରାଯାଇଛି।

ସୂଚନାନୁଯାୟର, ଗତ ୨ତାରିଖରେ ସହରର ପରଜା ସାହିର ଜଣେ ବ୍ୟକ୍ତିଙ୍କ ଅନ୍ତେଷ୍ଟିକ୍ରିୟା ପରେ ନିଜ ଘରକୁ ଆସୁଥିବାବେଳେ ଇନ୍ଦିରା କୋଲନୀର କିଛି ବ୍ୟକ୍ତି କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥାକଟି ହୋଇଥିଲା ା ପରେ ଏହି କଥାକୁ ନେଇ ଉଭୟ ସାହି ମଧଧ୍ୟରେ ଉତ୍ତେଜନା ଦେଖାଯାଇଥିଲା ା ଏହାକୁ ନେଇ ଇନ୍ଦିରା କୋଲନୀ ବାସୀଙ୍କ ସହିତ ଟିକିରା ସାହିର କିଛି ଯୁବକ ସାମିଲ ହୋଇ ଠେଙ୍ଗା, ବାଡି , ରଡ ଭୁଜାଲି ଆଦି ଧରି ପରଜା ସାହି ଯାଇ ସେଠାରେ ଗାଡି ଭଙ୍ଗାରୁଜା ସହିତ ଉଭୟଙ୍କ ମଧ୍ୟରେ ଗଣ୍ଡୋଗଳ ହୋଇଥିଲା ା ଏଥିରେ ଉଭୟ ସାହିରୁ ୪ ଜଣ ଆହାତ ହୋଇଥିଲୋ ଏହି ଘଟଣାକୁ ନେଇ କୋରାପୁଟ ଟାଉନ ଥାନାରେ ଉଭୟ ସାହି ମାସୀ ପକ୍ଷରୁ ମାମଲା ଦାୟର ହେବା ପରେ ଟାଉନଥାନା ଅଧିକାରୀ ଥାନାରେ ୮୨/୨୦୨୩, ୮୮/୨୦୨୩ ଏବଂ ୯୦/୨୦୨୩ ରେ ୩ଟି କେସ୍‌ ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।