କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ ବିଧାୟକ ତାଙ୍କର ଶତାଧିକ ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଉପସ୍ଥିତିରେ ସେ ନିଜ ଦାୟିତ୍ବ ଗ୍ରହଣ କରିଛନ୍ତି ।
ଦାୟିତ୍ୱ ନେବା ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ, ଲୋକେ କିପରି ଏହାର ସୁବିଧା ପାଇବେ ସେଥିପ୍ରତି ସେ ଧ୍ୟାନ ଦେବେ ବୋଲି କହିଥିଲେ । ଏହି ଅବସରରେ କୋରାପୁଟ ଜିଲା ବିଜେପି ସଭାପତି ଶିବ ମୁଦୁଲିଙ୍କ ସହ ଅନ୍ୟ ଭାଜପା ନେତା ଓ କର୍ମୀ ଉପସ୍ଥିତ ଥିଲେ ।

