ରାଜ୍ୟର ସବୁଠୁ ଥଣ୍ଡା ସହର କୋରାପୁଟ

କୋରାପୁଟ,୨୭ା୧୨(ଅମିତାଭ ବେହେରା): ଓଡ଼ିଶାରେ ବର୍ତ୍ତମାନ ତାପମାତ୍ରା ଦିନକୁ ଦିନ ବଢୁଥିବା ବେଳେ ଶୀତର ପ୍ରକୋପ ହ୍ରାସ ପାଇଛି। ବୁଧବାର କୋରାପୁଟ ସହରର ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ ରହିଥିବାରୁ ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଥିବା ଜଣାଯାଇଛି। ବୁଧବାର ରାଜ୍ୟର ୪ ସହର ତାପମାତ୍ରା ୧୦ ଡିଗ୍ରୀ ମଧ୍ୟରେ ରହିଥିବା ବେଳେ ସେଥିରୁ କୋରାପୁଟ ସହରର ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ, ଜି. ଉଦୟଗିରିରେ ସର୍ବନିମ୍ନ ତାମାତ୍ରା ୭.୮ ଡିଗ୍ରୀ, ଦାରିଙ୍ଗିବାଡ଼ି ସହରରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ, ସେମିଳିଗୁଡ଼ା ସହରରେ ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରୀ ରହିଥିବା ଜଣାଯାଇଛି। ସୋମବାର କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରହିଥିବା ବେଳେ ଚଳିତ ବର୍ଷର ସବୁଠୁ ଥଣ୍ଡା ଦିନ ହୋଇଥିବା ବେଳେ ମଙ୍ଗଳବାର କୋରାପୁଟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ଓ ବୁଧବାର କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୭.୪ ରହିଥିବା ଜଣାଯାଇଛି। ସେହିପରି ଗତ ଦୁଇଦିନ ଧରି କୋରାପୁଟରେ ସକାଳେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଥିଲା। ସକାଳ ୯ଟା ଯାଏ କୁହୁଡ଼ି ହେଉଥିବାର ୫୦ ମିଟର ବ୍ୟବଧାନରେ ଥିବା ଗାଡ଼ି ଦୃଶ୍ୟମାନ ହେଉନାହଁ ଏଥିଯୋଗୁ କୋରାପୁଟ ଜିଲା ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳରେ ବାଧକ ସୃଷ୍ଟି ହେଉଛି। କିଛି ସ୍ଥାନରେ କୁହୁଡ଼ି ଯୋଗୁ ଦୁର୍ଘଟଣା ମଧ୍ୟ ଘଟୁଛି।