ଷ୍ଟେଶନରୁ କରୁଥିଲେ ଗଞ୍ଜେଇ ଚାଲାଣ, ମାଷ୍ଟର ମାଇଣ୍ଡ ସିଭିଲ୍‌ ଇଞ୍ଜିନିୟର ଛାତ୍ରଙ୍କୁ ବାନ୍ଧିଲା କୋରାପୁଟ GRP ପୋଲିସ 

କୋରାପୁଟ,୧୨।୧୦(ଅମିତାଭ ବେହେରା): କୋରାପୁଟ ରେଲୱେ ଷ୍ଟେସନରୁ ନିୟମିତ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଏମିତିରେ କୋରାପୁଟ ଜିଆରପି ପୋଲିସ ଗଞ୍ଜେଇ ଯୋଗାଉଥିବା ସିଭିଲ ଇଞ୍ଜିନିୟର ଛାତ୍ର ତଥା ମାଷ୍ଟର ମାଇଣ୍ଡଙ୍କୁ ଧରି ଗଞ୍ଜେଇ ଚୋରାଚାଲାଣ ମୁଳପୋଛ କରିବାକୁ ଲକ୍ଷ୍ୟ ରଖିଛି। ରବିବାର ମାଷ୍ଟର ମାଇଣ୍ଡ ଦୈତାରୀ ଖେମୁଣ୍ଡୁ ନାମକ ଜଣେ ସିଭିଲ ଇଞ୍ଜିନିୟରକୁ କୋରାପୁଟ ଜିଆର୍‌ପି ପୋଲିସ ଗିରଫ କରିଥିବା କୋରାପୁଟ ଜିଆରପି   ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ପ୍ରକାଶ କରିଛନ୍ତି।
ସୂଚନା ଥାଉ କି, ବିଗତ ଦିନରେ କୋରାପୁଟ ଜିଆର୍‌ପି ପୋଲିସ ଦୁଇ ଯୋଗାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳ ଗତ ଏପ୍ରିଲ ମାସରେ ବିହାରକୁ ଗଞ୍ଜେଇ ଚାଲାଣ ସମୟରେ ଅରବିନ୍ଦ କୁମାର ଶର୍ମା ନାମକ ଯୁବକକୁ ୩୪ କିଲୋ ଗଞ୍ଜେଇ ସହ ଗିରଫ କରା ଯାଇଥିଲା। ଗିରଫ ଅଭିଯୁକ୍ତକୁ ଜେରା ସମୟରେ ମିଳିଥିବା ତଥ୍ୟ ଅନୁସାରେ କୋରାପୁଟ ରେଲୱେ ଷ୍ଟେସନ ନିକଟରେ ଥିବା ଦୈତାରୀ ଖେମୁଣ୍ଡୁକୁ ଗିରଫ କରାଯାଇଛି। ଗତ ଦୁଇ ବର୍ଷ ହେବ ଏହିଭଳି ରେଲୱେ ଷ୍ଟେଶନ ନିକଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗଞ୍ଜେଇ ଯୋଗାଉଥିବା ପୋଲିସ ନିକଟରେ ସିକାର କରିଥିବା ଜିଆରପି ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ସୂଚନା ଦେଇଛନ୍ତି।
ଅଭିଯୁକ୍ତ ଦୈତାରୀ ଖେମୁଣ୍ଡୁ ଜଣେ ବିଟେକ ସିଭିଲ ପାସ ଆଉଟ ଛାତ୍ର । ତାଙ୍କ ଘର କୋରାପୁଟ ବ୍ଳକ ପିତେଇ ଗ୍ରାମ ବୋଲି ପୋଲିସ ସୂଚନା ଦେଇଛି। ସେ ରେଲୱେ ନିକଟ ସରକାରୀ ଜମିରେ ଜବରଦଖଲ କରି ଘର ନିର୍ମାଣ କରି ରହି ଆସୁଥିଲେ। କୋରାପୁଟ ମଣ୍ଡଳ କାରାଗାରରେ ରାଜ୍ୟ ବାହାରୁ ଗଞ୍ଜେଇ ଚୋରାଚାଲାଣରେ କଏଦ ଥିବା ମାଫିଆ ସହ ଯୋଗାଯୋଗ କରି ବ୍ୟବସାୟ କରୁଥିଲେ। ରେଲୱେ ଷ୍ଟେଶନ ପଛପଟେ କ୍ୟାମେରା ନ ଥିବା ସୂଯୋଗରେ ଚାଲାଣକାରୀମାନଙ୍କୁ ଗଞ୍ଜେଇ ଯୋଗାଉଥିବା ତଦନ୍ତରୁ ଜଣାପଡିଥିବା ଶ୍ରୀମତୀ ମହନ୍ତ କହିଛନ୍ତି। କୋରାପୁଟରେ ତିନି ସାଙ୍ଗ ଏକାଠି ଗଞ୍ଜେଇ ବ୍ୟବସାୟ କରୁଥିବା ବେଳେ ପୂର୍ବରୁ ଦୁଇ ଜଣ ଗିରଫ ହୋଇ କୋରାପୁଟ ଜେଲରେ ଅଛନ୍ତି। ଜିଆରପି ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଆଗକୁ ଅଧିକ ତଦନ୍ତ କରାଯାଉଛି ଏହି ଗ୍ୟାଙ୍ଗରେ ଅନ୍ୟ କେହି ସମ୍ପୃକ୍ତ ଥିଲେ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri