ଅନିଶ୍ଚିତତାରେ କୋରାପୁଟ ସହର ବାଇପାସ୍‌ ରାସ୍ତା

କୋରାପୁଟ,୨୯ା୧(ଅମିତାଭ ବେହେରା): କୋରାପୁଟ ସହରର ବାଇପାସ ରାସ୍ତା ନିର୍ମାଣ ନେଇ ଦୀର୍ଘ ୧୫ ବର୍ଷ ହେଲା ଜାତୀୟ ରାଜପଥ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ମାତ୍ର ଏଯାଏ ବାଇପାସ ନିର୍ମାଣ ଆରମ୍ଭ ହୋଇପାରୁନି। କେବେ ଜାଗା ଚିହ୍ନଟ, ଜମି ଅଧିଗ୍ରହଣ ପାଇଁ ଏହି ବାଇପାସ ପ୍ରକଳ୍ପ ବିଳମ୍ବ ହୋଇଥିବାବେଳେ ବର୍ତ୍ତମାନ ଜମିଗୁଡିକର ମୂଲ୍ୟ ନିର୍ଦ୍ଧାରଣ ହୋଇପାରୁ ନ ଥିବାରୁ ଏହି ପ୍ରକଳ୍ପ ପାଇଁ ଅନିଶ୍ଚିତତା ଦେଖାଦେଇଛି।
ଖବରରୁ ଜଣାପଡିଛି, ୧୫ ବର୍ଷ ତଳେ କୋରାପୁଟ ସହର ବାହାରେ ଏହି ଜାତୀୟ ରାଜପଥ ବାଇପାସ ନିର୍ମାଣ ପାଇଁ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା। କୋରାପୁଟ-ଜୟପୁର ରାସ୍ତାର କଫିବୋର୍ଡ ନିକଟରୁ ଏହି ବାଇପାସ ରାସ୍ତା ବାହାରି ପୂଜାରୀପୁଟ ଷ୍ଟାଡିୟମ ଦେଇ ମହିଳା କଲେଜ ଛକ ନିକଟରେ ଜାତୀୟ ରାଜପଥକୁ ସଂଯୋଗ କରିବାର ଥିଲା। ଏହି ଲକ୍ଷ୍ୟକୁ ଆଧାର କରି ପ୍ରଶାସନ ୨୦୧୬ରେ ଏହାର ସର୍ଭେ କାମ ସାରି ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇଥିଲା। ୭ କି.ମି. ଲମ୍ବ ବିଶିଷ୍ଟ ଏହି ବାଇପାସ ପାଇଁ ପ୍ରାୟ ୨୮ ଏକର ଜମି ଆବଶ୍ୟକ ଥିବାବେଳେ ଏଥିପାଇଁ ୪୮ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ତତ୍କାଳୀନ କୋରାପୁଟ ଜିଲାପାଳ ଭି.ଜୟ କୁମାରଙ୍କ ଉଦ୍ୟମରେ ଏହି କାର୍ଯ୍ୟ ତ୍ୱରାନ୍ବିତ ହୋଇଥିଲା। ସେ କେବେ ଜମି ଅଧିଗ୍ରହଣ ହେବ, କେତେ ସରକାରୀ ଜମି ଅଛି, କେତେ ଗଛ କଟୁଛି ସବୁ ସର୍ଭେ କାମ ସାରି ଜମି ଅଧିଗ୍ରହଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ସେହିପରି ୨୦୧୬ ମେ ୧୪ରେ ବାଇପାସ ନିର୍ମାଣରେ ୨୩ଟି ସରକାରୀ ପ୍ଲଟ ଓ ୫୫ଟି ବେସରକାରୀ ପ୍ଲଟର ଜମି ଯାଉଥିବା ସମ୍ପର୍କିତ ଏକ ବିଜ୍ଞପ୍ତି ଜାତୀୟ ରାଜପଥ ଅଥରିଟିଙ୍କ ପକ୍ଷରୁ ପ୍ରକାଶ ପାଇଥିଲା। ତେବେ ରେଳ ବିଭାଗର କିଛି ଜାଗା ଅଧିଗ୍ରହଣ ହୋଇ ନ ପାରିବାରୁ ରାସ୍ତା ନିର୍ମାଣ ଆରମ୍ଭ ହୋଇ ନ ଥିଲା। ଏହି ସମସ୍ୟା ନେଇ ବାରମ୍ବାର ରେଳ ବିଭାଗ ଓ ଜିଲା ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ସେସବୁ ସଫଳ ହୋଇ ନ ଥିଲା। ଇତି ମଧ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋରାପୁଟ ଗସ୍ତରେ ଆସିଥିବାବେଳେ ସହରର ବାଇପାସ ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ସେ ରେଳ ବିଭାଗ ଅଧିକାରୀଙ୍କୁ ଜମି ହସ୍ତାନ୍ତର ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ରାଜପଥ ବିଭାଗର ସୁନାବେଡା ଡିଭିଜନ ପକ୍ଷରୁ ଏକ ଜନପରାମର୍ଶ ବୈଠକ ମଧ୍ୟ ହୋଇଥିଲା। ଏଥିରେ ଥିବା ୩ଟି ଡିଜାଇନ ମଧ୍ୟରୁ ଗୋଟିଏ ଡିଜାଇନକୁ ଅନୁମୋଦନ କରାଯାଇଥିଲା। ଏହି ନୂଆ ପ୍ରକଳ୍ପରେ ବାଇପାସ ରାସ୍ତାର ଲମ୍ବ ୩.୮ କି.ମି. ରହିଥିବାବେଳେ ଏଥିପାଇଁ ବ୍ୟୟ ଅଟକଳ ୭୫ କୋଟି ଆକଳନ କରାଯାଇଛି। କୋରାପୁଟ ସହର ଉପକଣ୍ଠସ୍ଥ ମାଛରା ନିକଟରୁ ଏହି ବାଇପାସ ରାସ୍ତା ଆରମ୍ଭ ହୋଇ ରେଳଷ୍ଟେସନ ଛକ ତଥା ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ରହିବ ବୋଲି ସ୍ଥିର ହୋଇଥିଲା। ଏଥିପାଇଁ କୁମ୍ଭା, କହ୍ନେଇପୁଟ ଓ କୋରାପୁଟର କିଛି ଜମି ଅଧିଗ୍ରହଣ କରାଯିବ। ଏହି ଜମିଗୁଡିକ ମୂଲ୍ୟ ନିର୍ଦ୍ଧାରଣ କରି କୋରାପୁଟ ତହସିଲ ପକ୍ଷରୁ ଜାତୀୟ ରାଜପଥ ବିଭାଗକୁ ଅବଗତ କରାଯାଇଥିଲା। ହେଲେ ଏହି ଜମିମୂଲ୍ୟକୁ ନେଇ ଜାତୀୟ ରାଜପଥ ବିଭାଗ ସମ୍ମତି ପ୍ରକାଶ ନ କରି ନୀରବ ରହିଛି। ଏପରି କ୍ଷେତ୍ରରେ ରାଜ୍ୟ ସରକାର ଓ ଜନ ପ୍ରତିନିଧିମାନେ ତପତ୍ରତା ପ୍ରକାଶ କରୁ ନ ଥିବାରୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଛି।
ଅନ୍ୟପକ୍ଷରେ ଏନେଇ କୋରାପୁଟ ଜିଲାପାଳ ଅବଦଲ ଏମ. ଅଖତରଙ୍କୁ ପଚାରିବାରୁ ସେ କହିଲେ, ଏହି ବାଇପାସ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ଥିବା ଜମି ଅଧିଗ୍ରହଣ କରାଯିବ। ରେଳବିଭାଗ ଜାଗା ହସ୍ତାନ୍ତର କରିସାରିଥିବା ବେଳେ ଏବେ ଘରୋଇ ଜାଗାର ଆବଶ୍ୟକତା ରହିଛି। ସରକାରଙ୍କ ରାଜସ୍ବ ବିଭାଗର ତଥ୍ୟ ଅନୁସାରେ କେନ୍ଦ୍ର ଜାତୀୟ ରାଜପଥ ବିଭାଗକୁ ତଥ୍ୟ ପ୍ରଦାନ କରାଯାଇଛି। ହେଲେ ଜମି ମୂଲ୍ୟକୁ ନେଇ ଜାତୀୟ ରାଜପଥ ବିଭାଗ ସହମତ ହୋଇପାରୁନାହିଁ। ଫଳରେ ବାଇପାସ ରାସ୍ତା ନିର୍ମାଣ ଆରମ୍ଭ ହୋଇପାରୁନାହିଁ। ତେବେ ଜମି ମୂଲ୍ୟକୁ ନେଇ ଅସନ୍ତୁଷ୍ଟ ଥିବା ଜାତୀୟ ରାଜପଥ ବିଭାଗକୁ ପୁଣି ଏସମ୍ପର୍କରେ ଏକ ରିପୋର୍ଟ ପ୍ରଦାନ କରାଯାଇଛି। ବିଭାଗରୁ ସମ୍ମତି ଆସିଲେ ବାଇପାସ ରାସ୍ତା ନିର୍ମାଣ ଆରମ୍ଭ ହେବ ବୋଲି ଜିଲାପାଳ ଅଖତର ପ୍ରକାଶ କରିଛନ୍ତି। ବାଇପାସ ରାସ୍ତାନେଇ କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକାଙ୍କୁ ପଚାରିବାରୁ ସେ କହିଲେ, ଏହି ବାଇପାସ ରାସ୍ତା ତୁରନ୍ତ କାର୍ଯ୍ୟକାରୀ ପାଇଁ ଅନେକ ସମୟରେ ସଂସଦ ଅଧିବେଶନରେ ଦାବି ଉଠାଇଛି। ଆଗାମୀ ଦିନରେ ହେବାକୁ ଥିବା ଅଧିବେଶନରେ ମଧ୍ୟ ସେ ଏହି ପ୍ରସଙ୍ଗ ଉଠାଇ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ସେହିପରି ଜିଲା ଆଦିବାସୀ ମହାସଂଘ ଉପଦେଷ୍ଟା ମଦନ କିର୍ସାନୀଙ୍କୁ ପଚାରିବାରୁ ଉକ୍ତ ବାଇପାସ ରାସ୍ତା ନିର୍ମାଣ ଜରୁରୀ ବୋଲି ସେ କହିଥିଲେ।
ଏ ସମ୍ପର୍କରେ ଜାତୀୟ ରାଜପଥ ବିଭାଗ କନିଷ୍ଠଯନ୍ତ୍ରୀ ସୁମିତ୍‌ ରଞ୍ଜନ ରାୟଜଗଦ୍ଦେବଙ୍କୁ ପଚାରିବାରୁ ସେ କହିଲେ, ଏହି ପ୍ରକଳ୍ପ ପାଇଁ ଏବେ ଜମିମୂଲ୍ୟ ବହୁତ ଅଧିକ ହୋଇଯାଇଛି; ଯାହା ଧାର୍ଯ୍ୟ ବ୍ୟୟ ଅଟ୍ଟକଳକୁ ଟପିଯିବ। ଅର୍ଥ ପାଇବ ନାହିଁ। ତେଣୁ ଆମେ ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରିଛୁ। ଅଧିକ ଅର୍ଥ ଆସିଲେ ପୁଣି ଥରେ ବ୍ୟୟ ଅଟ୍ଟକଳ କରାଯାଇ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri