ପୁଡୁଚେରୀରେ ମହକିଲା କୋରାପୁଟ ବ୍ରାଉନ ଭ୍ୟାଲି କଫି

କୋରାପୁଟ,୨୬।୬(ସ୍ବ.ପ୍ର.): କୋରାପୁଟ କଫିର ଚାହିଦା ସାରା ବିଶ୍ୱରେ ଦିନକୁ ଦିନ ବୃଦ୍ଧିପାଉଛି ା ଏହାକୁ ପ୍ରମାଣିତ କରିିଛି ଅର୍ନ୍ତଜାତୀୟ ସଂସ୍ଥା ଆମାଜାନ। ଆମାଜାନ କିଛି ମାସ ତଳେ ଏହାର ମାର୍କେଟିଂ ଦାୟିତ୍ୱ ନେଇଥିଲା। ଏବେ ପୁଣି ଭାରତର ପଡୁଚେରି ଆରୋଭିଲରେ ଥିବା ‘କଫି ଆଇଡିଆସ’ ନାମକ ଏକ ଅନ୍ତର୍ଜାତୀୟ କଫି ବ୍ୟବସାୟିକ ଉଦ୍ୟୋଗ କୋରାପୁଟର ବ୍ରାଉଦ ଭ୍ୟାଲି କଫି ପ୍ରକ୍ରିୟାକରଣ କରି ଅନ୍ତର୍ଜାତୀୟ ବଜାର ସୃଷ୍ଟି କରିବାକୁ ଆରମ୍ଭ କରିଛି ା କୋରାପୁଟ ଜିଲା ପ୍ରାକୃତିକ ସୈନ୍ଦର୍ଯ୍ୟ ଓ ଆଦିବାସୀଙ୍କ ପାଇଁ ପରିଚିତ ଥିବାବେଳେ ଏବେ କଫି ସାରା ବିର୍ଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ା ପୁଡୁଚେରୀର ଏହି ଉଦ୍ୟୋଗ କୋରାପୁଟ କଫି ପ୍ରତି ଆକୃଷ୍ଣ ହୋଇଛି ା ଜିଲାର ଛୋଟାଗୁଡାରେ ଥିବା ବ୍ରାଉନଭ୍ୟାଲି କଫି ବଗିଚାରୁ ଅମଳ କଫି ଫଳକୁ ନେଇ ପ୍ରକ୍ରିୟାକରଣ କେନ୍ଦ୍ରରେ ବ୍ୟବହାର କରି ଅନ୍ତର୍ଜାତୀୟ ବଜାର ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଛି ା ଆଇଡିଆସ ସଂସ୍ଥାର ମୁଖ୍ୟ ପରିଚାଳକ ମାର୍କସ ଗତ କିଛି ଦିନ ତଳେ କୋରାପୁଟ ଜିଲା ଗସ୍ତ କରି ବିଭିନ୍ନ କଫି ବଗିଚା ବୁଲି ଦେଖିଥିଲେ। ବ୍ରାଉନ ଭ୍ୟାଲି କଫି ବଗିଚାରେ ଚାଷ ହେଉଥିବା ଆରବିକା କଫି ଫଳର ନମୁନା ସଂଗ୍ରହ କରି ନେଇଥିଲେ ା ନିଜ କଫି ଉଦ୍ୟୋଗରେ ଏହାକୁ ପରୀକ୍ଷା ନୀରିକ୍ଷା କରି ଏହା ଉଚ୍ଚମାନର ଓ ଗୁଣାବତାଯୁକ୍ତ ଜାଣିବା ପରେ କୋରାପୁଟରୁ ପ୍ରଥମ ଥର ପାଇଁ ୫ କୁଇଣ୍ଟାଲ ବ୍ରାଉନ ଭ୍ୟାଲି କଫି ନେଇଥିଲେ। ଏହାର ପ୍ରକ୍ରିୟାକରଣ କରି ଅନ୍ତର୍ଜାତୀୟ ବଜାରରେ ବିକ୍ରି ଉପଲବ୍ଧ କରାଯାଇଥିବା ସଂସ୍ଥାର ୱେବସାଇଟରେ ଉଲ୍ଲେଖ ରହିଛି।