କୋରାପୁଟ ୨୮।୩,(ଅମିତାଭ ବେହେରା ): କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ ଶେଷ ହୋଇଛି । ଲଗାତାର ଚତୁର୍ଥ ଥର ପାଇଁ କୋରାପୁଟ ବାର୍ ଆସୋସିଏଶନର ସଭାପତି ଭାବେ ପ୍ରଭାତ କୁମାର ସାହୁ ମହାପାତ୍ର ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ନିତ୍ୟାନନ୍ଦ ମହାନ୍ତି ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ମନୋରଞ୍ଜନ ରାଉତରାୟ ଜଣାଇଛନ୍ତି ।
ସଂଘର ଦୁଇ ପ୍ରମୁଖ ପଦବୀ ପାଇଁ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ସମ୍ପାଦକ ଭାବେ ସୁନୀଲ କୁମାର ଜେନା ଓ କୋଷାଧ୍ୟକ୍ଷ ଭାବେ କମାକ୍ଷୀ ମାଝୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ ସଦସ୍ୟ ପାଇଁ ୯ ଜଣ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଅଜିତ କୁମାର ସାହୁ, ଈଶ୍ୱରଦତ୍ତ ଖୋସଲା, କେଦାରନାଥ ସେନାପତି, ପ୍ରଶାନ୍ତ ସାହୁ, ନମିତା ମହାନ୍ତି, ସସ୍ମିତାରାଣୀ ସାହୁ, ରଶ୍ମିତା ଦାସ ଓ ସେଶାଦ୍ରୀ ପାଣିଗ୍ରାହୀ ପ୍ରମୁଖ ୮ ଜଣ ନିର୍ବାଚିତ ହୋଇଛନ୍ତି । ମୋଟ ୨୬୯ ଜଣ ଭୋଟରଙ୍କ ମଧ୍ୟରୁ ୨୨୫ ଜଣ ନିର୍ବାଚନରେ ଭାଗନେଇ ପ୍ରତିଯୋଗୀଙ୍କ ଭାଗ୍ୟ ନିର୍ଦ୍ଧାରିତ କରିଥିଲେ । ନିର୍ବାଚନ ଅଧିକାରୀ ମନୋରଞ୍ଜନ ରାଉତରାୟ, ସହକାରୀ ନିର୍ବାଚନ ଅଧିକାରୀ ପ୍ରଶାନ୍ତ ପାତ୍ର, ବିଦ୍ୟାଧର ସାହୁ, ଶିଶିର କୁମାର ବିଶ୍ବାଳ, ପ୍ରଶାନ୍ତ ସିଆଲ, ସୀମାଞ୍ଚଳ ମିଶ୍ର, ସତୀଶ କର ପ୍ରମୁଖ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ ।

