କୋରେଇ ଦୁର୍ଘଟଣା

ଯାଜପୁର ଜିଲା କୋରେଇ ରେଳ ଷ୍ଟେଶନରେ ୨୧ ନଭେମ୍ବର ୨୦୨୨ ସକାଳେ ଏକ ମାଲବାହୀ ଟ୍ରେନ୍‌ର ୮ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ସେଥିରୁ ଦୁଇଟି ବଗି ପ୍ଲାଟଫର୍ମ ଉପରେ ଚଢ଼ିଯିବାରୁ ୩ ଜଣଙ୍କ ପ୍ରାଣହାନି ଘଟିଛି। ମୃତକମାନେ ପ୍ରତୀକ୍ଷାଳୟରେ ଥିବା ସମୟରେ ହଠାତ୍‌ ଲାଇନଚ୍ୟୁତ ବଗି ପ୍ଲାଟଫର୍ମ ଧାର ଡେଇଁ ସେହିଠାରେ ମାଡ଼ ହେବାରୁ ସେମାନଙ୍କର ମୃତ୍ୟୁ ଘଟିଥିଲା। ଝାଡଖଣ୍ଡର ଡାଙ୍ଗୋଆପୋଷିରୁ ଗଞ୍ଜାମର ଛତ୍ରପୁର ଅଭିମୁଖେ ଯାଉଥିଲା ଏହି ଟ୍ରେନ୍‌। ବଗିଗୁଡ଼ିକ ଯେଭଳି ଭାବେ ପ୍ଲାଟଫର୍ମ ଉପରେ ଚଢ଼ିଯାଇଥିବା ଦେଖାଯାଇଛି, ସେଥିରେ ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା। ଅଘଟଣର କାରଣ ମନୁଷ୍ୟକୃତ ବୋଲି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ଓ୍ବାଗନ ଡୋର୍‌ରେ ତାଲା ନ ପଡ଼ି ତାରରେ ବନ୍ଧା ହୋଇଥିବାରୁ ତାହା ଛିଣ୍ଡିଯାଇଥିଲା। ଏଥିରୁ ବୁଝିହେଉଛି ଯେ, ଆମ ଦେଶରେ କୌଣସି ଲୋକ କୌଣସି ସ୍ତରରେ ସାଧାରଣ କାର୍ଯ୍ୟପ୍ରଣାଳୀ ଅନୁସରଣ କରିବାକୁ ପସନ୍ଦ କରନ୍ତି ନାହିଁ। ସମସ୍ତେ ‘ଚଳିଯିବା, ଚଳିଯିବା’ ପଦ୍ଧତିରେ କାର୍ଯ୍ୟ କରୁଥିବା ହେତୁ ଭାରତରେ ପ୍ରାୟ ସବୁଦିନେ ନୂତନ ପ୍ରକାରର ଦୁର୍ଘଟଣା ଦେଖିବାକୁ ମିଳୁଛି। ଏଠାରେ ମନେପକାଇ ଦିଆଯାଇପାରେ ୩୦ ଅକ୍ଟୋବର ୨୦୨୨ରେ ଗୁଜରାଟର ମୋର୍‌ବିଠାରେ ଝୁଲା ସେତୁ ଛିଣ୍ଡିଯିବା ଘଟଣା। ମୋର୍‌ବି ସହର ଦେଇ ପ୍ରବାହିତ ମାଛୁ ନଦୀ ଉପରେ ଥିବା ବ୍ରିଜ୍‌କୁ ବ୍ରିଟିଶ ଅମଳରେ ନିର୍ମାଣ କରାଯାଇଥିଲା। ସବୁଠାରୁ ଉଲ୍ଲେଖଯୋଗ୍ୟ ଯେ, ଶତାବ୍ଦୀ ପୁରୁଣା ପୋଲଟି ଦୁର୍ବଳ ହୋଇଯାଇଥିବାରୁ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଇ ତାହାର ମରାମତି କରାଯାଇଥିଲା। ୨୬ ତାରିଖରେ ଗୁଜରାଟୀ ନବବର୍ଷ ପାଇଁ ତାହାକୁ ଖୋଲି ଦିଆଯାଇଥିଲା। ତେବେ ୩୦ ତାରିଖରେ ୫୦୦ ଲୋକ ବ୍ରିଜ୍‌ ଦେଖିବାକୁ ଏକତ୍ରିତ ହୋଇଯିବାରୁ ଅଘଟଣ ଘଟିଥିଲା ଓ ୧୩୫ ଜଣଙ୍କ ପ୍ରାଣହାନି ହୋଇଥିଲା। ଏହି ବ୍ରିଜ୍‌ କାହିଁକି ଖସିଲା ଏକ ରହସ୍ୟ ନୁହେଁ। ଅତି ନିମ୍ନମାନର କାମ ଯୋଗୁ ଖସିଲା ପୋଲ। ଆରମ୍ଭ ହେଲା ପ୍ରବଳ ରାଜନୀତି। କେତେକ ତଳିଆ କର୍ମଚାରୀ ଓ ଅଧିକାରୀ ନିଲମ୍ବିତ ହେଲେ। କିନ୍ତୁ ବାସ୍ତବରେ ଏହା ହେଉଛି ଭାରତୀୟ ଚରିତ୍ରର ଉତ୍ତମ ଦୃଷ୍ଟାନ୍ତ।
କୁହାଯାଏ ଦୁର୍ଘଟଣା ଅକସ୍ମାତ ଘଟିଥାଏ। କିନ୍ତୁ ମନୁଷ୍ୟକୃତ ଅଘଟଣକୁ ରୋକାଯାଇପାରନ୍ତା। କୋରୋଇରେ ହୋଇଥିବା ଦୁର୍ଘଟଣାକୁ ଦେଖିଲେ ମାଲଡବା ଦାୟିତ୍ୱରେ ଥିବା କର୍ମଚାରୀମାନେ ଯଦି ଠିକ୍‌ ପଦକ୍ଷେପ ନେଇଥାଆନ୍ତେ, ତେବେ ତାହା ଖୋଲି ହୋଇ ପ୍ଲାଟଫର୍ମ ଧାରରେ ବାଡ଼େଇ ହୋଇ ନ ଥାଆନ୍ତା। ଏମିତି ଦେଖିଲେ ରେଳପଥ ଭିତ୍ତିଭୂମି ଏବେ ମଧ୍ୟ ଅନେକ ସ୍ଥାନରେ ପୁରୁଣାକାଳିଆ ବ୍ୟବସ୍ଥା ବ୍ୟବହାର କରିଚାଲିଛି। ଦୀର୍ଘବର୍ଷ ଧରି ଟ୍ରାକ୍‌ ଉପରେ ଟ୍ରେନ୍‌ ଗଡ଼ୁଥିଲେ ମଧ୍ୟ ଅନେକ ଡବା ମରାମତି ନ ହୋଇ ସେମିତି ଚାଲିଛି। ସେହିପରି ଜଗୁଆଳିବିହୀନ ରେଳ ଫାଟକ ଯୋଗୁ ପ୍ରତିବର୍ଷ ବହୁ ଲୋକଙ୍କ ଜୀବନ ଯାଉଛି। କେନ୍ଦ୍ର ସରକାର ସାଧାରଣ ଟ୍ରେନ୍‌ଗୁଡ଼ିକର ମରାମତି, ରକ୍ଷଣାବେକ୍ଷଣ କରିପାରୁ ନ ଥିବା ବେଳେ ବହୁ ଅର୍ଥ ବ୍ୟୟ କରାଯାଇ ନିର୍ମାଣ କରାଯାଇଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ପଛରେ ପଡ଼ିଛନ୍ତି। ଅନେକ ନୂଆ ନାମରେ ଚାଲୁଥିବା ରେଳଗାଡ଼ି ବାସ୍ତବରେ କୌଣସି ଭାବେ ଆଧୁନିକ ବ୍ୟବସ୍ଥାର ସୁବିଧା ହାସଲ କରିପାରୁ ନାହିଁ। ‘ନୂଆ ବୋତଲରେ ପୁରୁଣା ମଦ’ ଭଳି ଏବେ ଖାଲି ନୂଆ ନାମରେ ଟ୍ରେନ୍‌ ଚାଲୁଛି। ରେଳଲାଇନ୍‌ ବଦଳାଯାଉ ନାହିଁ କିମ୍ବା ସିଗ୍‌ନାଲିଂ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଉ ନାହିଁ। ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବା ଦିନଠାରୁ ବହୁ ଗାଈ, ଷଣ୍ଢ ଓ ମଣିଷଙ୍କୁ ମାରିଦେଇଥିବା ଖବର ପ୍ରକାଶ ପାଇଛି। କୁହାଯାଉଛି ଭାରତୀୟ ରେଳ ତରଫରୁ କୁଆଡ଼େ ଏକ ହଜାର କିଲୋମିଟର ଲମ୍ବ ପାଚେରି ନିର୍ମାଣ କରାଯିବ, ଯଦ୍ଦ୍ବାରା ଗୋରୁଙ୍କ ମୃତ୍ୟୁକୁ ରୋକାଯାଇପାରିବ। ମଣିଷ ପଛେ ମରୁ, ଗାଈଙ୍କୁ ନିଶ୍ଚିତ ଭାବେ ସୁରକ୍ଷିତ ରଖିବା ହେଉଛି ଆମ ସମସ୍ତଙ୍କ ମୂଳ ଦାୟିତ୍ୱ। ତେବେ ପାଚେରି ତିଆରି ପାଇଁ ଲାଗୁଥିବା ଅର୍ଥ କେତେଦୂର ଉଚିତ ଭାବେ ବ୍ୟବହୃତ ହେଲା ତାହା ଆସନ୍ତା ନିର୍ବାଚନ ପୂର୍ବରୁ ଜାଣି ହେବ ନାହିଁ।

କେନ୍ଦ୍ର ସରକାର ସାଧାରଣ ଟ୍ରେନ୍‌ଗୁଡ଼ିକର ମରାମତି, ରକ୍ଷଣାବେକ୍ଷଣ କରିପାରୁ ନ ଥିବା ବେଳେ ବହୁ ଅର୍ଥ ବ୍ୟୟ କରାଯାଇ ନିର୍ମାଣ କରାଯାଇଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ପଛରେ ପଡ଼ିଛନ୍ତି। ଅନେକ ନୂଆ ନାମରେ ଚାଲୁଥିବା ରେଳଗାଡ଼ି ବାସ୍ତବରେ କୌଣସି ଭାବେ ଆଧୁନିକ ବ୍ୟବସ୍ଥାର ସୁବିଧା ହାସଲ କରିପାରୁ ନାହିଁ। ‘ନୂଆ ବୋତଲରେ ପୁରୁଣା ମଦ’ ଭଳି ଏବେ ଖାଲି ନୂଆ ନାମରେ ଟ୍ରେନ୍‌ ଚାଲୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri