କୋରେଇ ଦୁର୍ଘଟଣା

ଯାଜପୁର ଜିଲା କୋରେଇ ରେଳ ଷ୍ଟେଶନରେ ୨୧ ନଭେମ୍ବର ୨୦୨୨ ସକାଳେ ଏକ ମାଲବାହୀ ଟ୍ରେନ୍‌ର ୮ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ସେଥିରୁ ଦୁଇଟି ବଗି ପ୍ଲାଟଫର୍ମ ଉପରେ ଚଢ଼ିଯିବାରୁ ୩ ଜଣଙ୍କ ପ୍ରାଣହାନି ଘଟିଛି। ମୃତକମାନେ ପ୍ରତୀକ୍ଷାଳୟରେ ଥିବା ସମୟରେ ହଠାତ୍‌ ଲାଇନଚ୍ୟୁତ ବଗି ପ୍ଲାଟଫର୍ମ ଧାର ଡେଇଁ ସେହିଠାରେ ମାଡ଼ ହେବାରୁ ସେମାନଙ୍କର ମୃତ୍ୟୁ ଘଟିଥିଲା। ଝାଡଖଣ୍ଡର ଡାଙ୍ଗୋଆପୋଷିରୁ ଗଞ୍ଜାମର ଛତ୍ରପୁର ଅଭିମୁଖେ ଯାଉଥିଲା ଏହି ଟ୍ରେନ୍‌। ବଗିଗୁଡ଼ିକ ଯେଭଳି ଭାବେ ପ୍ଲାଟଫର୍ମ ଉପରେ ଚଢ଼ିଯାଇଥିବା ଦେଖାଯାଇଛି, ସେଥିରେ ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା। ଅଘଟଣର କାରଣ ମନୁଷ୍ୟକୃତ ବୋଲି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ଓ୍ବାଗନ ଡୋର୍‌ରେ ତାଲା ନ ପଡ଼ି ତାରରେ ବନ୍ଧା ହୋଇଥିବାରୁ ତାହା ଛିଣ୍ଡିଯାଇଥିଲା। ଏଥିରୁ ବୁଝିହେଉଛି ଯେ, ଆମ ଦେଶରେ କୌଣସି ଲୋକ କୌଣସି ସ୍ତରରେ ସାଧାରଣ କାର୍ଯ୍ୟପ୍ରଣାଳୀ ଅନୁସରଣ କରିବାକୁ ପସନ୍ଦ କରନ୍ତି ନାହିଁ। ସମସ୍ତେ ‘ଚଳିଯିବା, ଚଳିଯିବା’ ପଦ୍ଧତିରେ କାର୍ଯ୍ୟ କରୁଥିବା ହେତୁ ଭାରତରେ ପ୍ରାୟ ସବୁଦିନେ ନୂତନ ପ୍ରକାରର ଦୁର୍ଘଟଣା ଦେଖିବାକୁ ମିଳୁଛି। ଏଠାରେ ମନେପକାଇ ଦିଆଯାଇପାରେ ୩୦ ଅକ୍ଟୋବର ୨୦୨୨ରେ ଗୁଜରାଟର ମୋର୍‌ବିଠାରେ ଝୁଲା ସେତୁ ଛିଣ୍ଡିଯିବା ଘଟଣା। ମୋର୍‌ବି ସହର ଦେଇ ପ୍ରବାହିତ ମାଛୁ ନଦୀ ଉପରେ ଥିବା ବ୍ରିଜ୍‌କୁ ବ୍ରିଟିଶ ଅମଳରେ ନିର୍ମାଣ କରାଯାଇଥିଲା। ସବୁଠାରୁ ଉଲ୍ଲେଖଯୋଗ୍ୟ ଯେ, ଶତାବ୍ଦୀ ପୁରୁଣା ପୋଲଟି ଦୁର୍ବଳ ହୋଇଯାଇଥିବାରୁ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଇ ତାହାର ମରାମତି କରାଯାଇଥିଲା। ୨୬ ତାରିଖରେ ଗୁଜରାଟୀ ନବବର୍ଷ ପାଇଁ ତାହାକୁ ଖୋଲି ଦିଆଯାଇଥିଲା। ତେବେ ୩୦ ତାରିଖରେ ୫୦୦ ଲୋକ ବ୍ରିଜ୍‌ ଦେଖିବାକୁ ଏକତ୍ରିତ ହୋଇଯିବାରୁ ଅଘଟଣ ଘଟିଥିଲା ଓ ୧୩୫ ଜଣଙ୍କ ପ୍ରାଣହାନି ହୋଇଥିଲା। ଏହି ବ୍ରିଜ୍‌ କାହିଁକି ଖସିଲା ଏକ ରହସ୍ୟ ନୁହେଁ। ଅତି ନିମ୍ନମାନର କାମ ଯୋଗୁ ଖସିଲା ପୋଲ। ଆରମ୍ଭ ହେଲା ପ୍ରବଳ ରାଜନୀତି। କେତେକ ତଳିଆ କର୍ମଚାରୀ ଓ ଅଧିକାରୀ ନିଲମ୍ବିତ ହେଲେ। କିନ୍ତୁ ବାସ୍ତବରେ ଏହା ହେଉଛି ଭାରତୀୟ ଚରିତ୍ରର ଉତ୍ତମ ଦୃଷ୍ଟାନ୍ତ।
କୁହାଯାଏ ଦୁର୍ଘଟଣା ଅକସ୍ମାତ ଘଟିଥାଏ। କିନ୍ତୁ ମନୁଷ୍ୟକୃତ ଅଘଟଣକୁ ରୋକାଯାଇପାରନ୍ତା। କୋରୋଇରେ ହୋଇଥିବା ଦୁର୍ଘଟଣାକୁ ଦେଖିଲେ ମାଲଡବା ଦାୟିତ୍ୱରେ ଥିବା କର୍ମଚାରୀମାନେ ଯଦି ଠିକ୍‌ ପଦକ୍ଷେପ ନେଇଥାଆନ୍ତେ, ତେବେ ତାହା ଖୋଲି ହୋଇ ପ୍ଲାଟଫର୍ମ ଧାରରେ ବାଡ଼େଇ ହୋଇ ନ ଥାଆନ୍ତା। ଏମିତି ଦେଖିଲେ ରେଳପଥ ଭିତ୍ତିଭୂମି ଏବେ ମଧ୍ୟ ଅନେକ ସ୍ଥାନରେ ପୁରୁଣାକାଳିଆ ବ୍ୟବସ୍ଥା ବ୍ୟବହାର କରିଚାଲିଛି। ଦୀର୍ଘବର୍ଷ ଧରି ଟ୍ରାକ୍‌ ଉପରେ ଟ୍ରେନ୍‌ ଗଡ଼ୁଥିଲେ ମଧ୍ୟ ଅନେକ ଡବା ମରାମତି ନ ହୋଇ ସେମିତି ଚାଲିଛି। ସେହିପରି ଜଗୁଆଳିବିହୀନ ରେଳ ଫାଟକ ଯୋଗୁ ପ୍ରତିବର୍ଷ ବହୁ ଲୋକଙ୍କ ଜୀବନ ଯାଉଛି। କେନ୍ଦ୍ର ସରକାର ସାଧାରଣ ଟ୍ରେନ୍‌ଗୁଡ଼ିକର ମରାମତି, ରକ୍ଷଣାବେକ୍ଷଣ କରିପାରୁ ନ ଥିବା ବେଳେ ବହୁ ଅର୍ଥ ବ୍ୟୟ କରାଯାଇ ନିର୍ମାଣ କରାଯାଇଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ପଛରେ ପଡ଼ିଛନ୍ତି। ଅନେକ ନୂଆ ନାମରେ ଚାଲୁଥିବା ରେଳଗାଡ଼ି ବାସ୍ତବରେ କୌଣସି ଭାବେ ଆଧୁନିକ ବ୍ୟବସ୍ଥାର ସୁବିଧା ହାସଲ କରିପାରୁ ନାହିଁ। ‘ନୂଆ ବୋତଲରେ ପୁରୁଣା ମଦ’ ଭଳି ଏବେ ଖାଲି ନୂଆ ନାମରେ ଟ୍ରେନ୍‌ ଚାଲୁଛି। ରେଳଲାଇନ୍‌ ବଦଳାଯାଉ ନାହିଁ କିମ୍ବା ସିଗ୍‌ନାଲିଂ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଉ ନାହିଁ। ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବା ଦିନଠାରୁ ବହୁ ଗାଈ, ଷଣ୍ଢ ଓ ମଣିଷଙ୍କୁ ମାରିଦେଇଥିବା ଖବର ପ୍ରକାଶ ପାଇଛି। କୁହାଯାଉଛି ଭାରତୀୟ ରେଳ ତରଫରୁ କୁଆଡ଼େ ଏକ ହଜାର କିଲୋମିଟର ଲମ୍ବ ପାଚେରି ନିର୍ମାଣ କରାଯିବ, ଯଦ୍ଦ୍ବାରା ଗୋରୁଙ୍କ ମୃତ୍ୟୁକୁ ରୋକାଯାଇପାରିବ। ମଣିଷ ପଛେ ମରୁ, ଗାଈଙ୍କୁ ନିଶ୍ଚିତ ଭାବେ ସୁରକ୍ଷିତ ରଖିବା ହେଉଛି ଆମ ସମସ୍ତଙ୍କ ମୂଳ ଦାୟିତ୍ୱ। ତେବେ ପାଚେରି ତିଆରି ପାଇଁ ଲାଗୁଥିବା ଅର୍ଥ କେତେଦୂର ଉଚିତ ଭାବେ ବ୍ୟବହୃତ ହେଲା ତାହା ଆସନ୍ତା ନିର୍ବାଚନ ପୂର୍ବରୁ ଜାଣି ହେବ ନାହିଁ।

କେନ୍ଦ୍ର ସରକାର ସାଧାରଣ ଟ୍ରେନ୍‌ଗୁଡ଼ିକର ମରାମତି, ରକ୍ଷଣାବେକ୍ଷଣ କରିପାରୁ ନ ଥିବା ବେଳେ ବହୁ ଅର୍ଥ ବ୍ୟୟ କରାଯାଇ ନିର୍ମାଣ କରାଯାଇଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ପଛରେ ପଡ଼ିଛନ୍ତି। ଅନେକ ନୂଆ ନାମରେ ଚାଲୁଥିବା ରେଳଗାଡ଼ି ବାସ୍ତବରେ କୌଣସି ଭାବେ ଆଧୁନିକ ବ୍ୟବସ୍ଥାର ସୁବିଧା ହାସଲ କରିପାରୁ ନାହିଁ। ‘ନୂଆ ବୋତଲରେ ପୁରୁଣା ମଦ’ ଭଳି ଏବେ ଖାଲି ନୂଆ ନାମରେ ଟ୍ରେନ୍‌ ଚାଲୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri