ଜିଲା ଭାଜପା ସଭାପତିଙ୍କୁ କୋଣଠେସା: ହେଉଛି ଚର୍ଚ୍ଚା

ସମ୍ବଲପୁର, ୨୯। ୯(ଭବାନୀ ଶଙ୍କର ଭୋଇ): ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଏମ୍‌ପି ବୈଜୟନ୍ତ ପଣ୍ଡା ଶନିବାର ସମ୍ବଲପୁର ଗସ୍ତରେ ଆସି ସଦସ୍ୟତା ଅଭିଯାନରେ ସାମିଲ ହୋଇଥିଲେ। ସମ୍ବଲପୁର ହାଟପଡ଼ା, ଜେଲଛକ ଆଦି ସ୍ଥାନରେ ସ୍ଥାନୀୟ ଲୋକଙ୍କୁ ଅନଲାଇନ୍‌ରେ ଦଳର ପ୍ରାଥମିକ ସଦସ୍ୟଭାବେ ସାମିଲ କରିଥିଲେ। ଏହାପରେ ଦୁର୍ଗାପାଲିସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ସଦସ୍ୟତା ଅଭିଯାନର ବିଶେଷ କର୍ମଶାଳାରେ ପଣ୍ଡା ସାମିଲ ହୋଇଥିଲେ। ଜିଲା ସଦସ୍ୟତା ପ୍ରଭାରୀ ସୁଶୀଲ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଜିଲା ସାଧାରଣ ସମ୍ପାଦକ ଅନିଲ ବେହେରା ଉପସ୍ଥିତ ଥିଲେ। ତେବେ ଭାଜପା ସଦସ୍ୟତା ଅଭିଯାନରେ ଜିଲା ସଭାପତି ଗିରୀଶ ପଟେଲ ଏବଂ ତାଙ୍କ ସମର୍ଥକ ଏଥିରେ ସାମିଲ ହୋଇ ନ ଥିଲେ। ଏ ସଂକ୍ରାନ୍ତରେ ଗିରୀଶଙ୍କ ଅନୁଗତ ତଥା ଜିଲା ମିଡିଆ ସଂଯୋଜକ ସୁନୀଲ ନନ୍ଦ ସଦସ୍ୟତା ଅଭିଯାନରେ ଜିଲା ସଭାପତିଙ୍କୁ ଡକାଯାଇ ନ ଥିବା ଫୋନଯୋଗେ ସୂଚନା ଦେଇଥିଲେ। ବିନା ସଭାପତିଙ୍କ ଉପସ୍ଥିତିରେ ଏଭଳି ସଦସ୍ୟତା ଅଭିଯାନ କରିବା ଦଳର ସମ୍ବିଧାନ ବିରୋଧୀ ବୋଲି କହିଥିଲେ।
ତେବେ ଏ ସଂକ୍ରାନ୍ତରେ ଜିଲା କୃଷକ ମୋର୍ଚା ସଭାପତି ସମୀର ରଞ୍ଜନ ବାବୁଙ୍କୁ ପଚାରିବାରୁ ଜିଲା ସଭାପତି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ସ୍ବାଗତ କରିବାକୁ ଆସିଥିଲେ। ପୁଣି ସଦସ୍ୟତା ଅଭିଯାନ ପ୍ରଶିକ୍ଷଣ ଶିବିର ହେଉଥିବା ହୋଟେଲରେ ମଧ୍ୟ ପହଞ୍ଚିଥିଲେ। ତେବେ କାର୍ଯ୍ୟକ୍ରମ ପୁର୍ବରୁ ଉଠି ଚାଲିଯାଇ ଥିଲେ ବୋଲି ବାବୁ କହିଛନ୍ତି। ଏହି ଟଣାଓଟରା ଭିତରେ ସମ୍ବଲପୁର ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ପଦାରେ ପଡିଥିବା ଚର୍ଚ୍ଚା ହେଉଛି। ଜୟନାରାୟଣ ଗୋଷ୍ଠୀ କିଛି ଦିନ ହେବ ଜିଲା ସଭାପତିଙ୍କୁ କୋଣଠେସା କରୁଥିବା ବେଳେ ରାଜ୍ୟ ଏବଂ ରାଷ୍ଟ୍ରୀୟ ନେତା ମଧ୍ୟ ଏବେ ଅଣଦେଖା କରୁଥିବା ଦେଖିବାକୁ ମିଳିଛି। ତେବେ ଆଗକୁ ତାଙ୍କ ସମର୍ଥକ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri