ରାସ୍ତାରେ ନଦୀର ଭ୍ରମ

ଯାଜପୁର,୨୯ା୯ (ହର୍ଷବର୍ଦ୍ଧନ ବେହେରା): ସହରବାସୀ ଏବଂ ପର୍ଯ୍ୟଟକଙ୍କ ଅବସର ବିନୋଦନ ପାଇଁ ରାଜ୍ୟ ସରକାର ବ୍ୟାସ ସରୋବର ପ୍ରକଳ୍ପର ପରିକଳ୍ପନା କରିଛନ୍ତି। କିନ୍ତୁ ଏହି ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ ଏବଂ ଜଙ୍ଗଲ ସୃଷ୍ଟି ଲକ୍ଷ୍ୟ ପରାହତ ହୋଇଛି। ବ୍ୟାସସରୋବର ଛକଠାରୁ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥାକୁ ଦେଖିଲେ ନଦୀର ଭ୍ରମ ସୃଷ୍ଟି ହେଉଛି। ହେଲେ ବ୍ୟାସ ସରୋବରକୁ ରାସ୍ତା ନିର୍ମାଣ ପାଇଁ ଆଉ ଅର୍ଥ ନାହିଁ ବୋଲି ଠିକାସଂସ୍ଥା ପକ୍ଷରୁ କୁହାଯାଉଛି। ବିଭାଗୀୟ ଅଟକଳ ଓ ଡିଜାଇନ ଅନୁସାରେ ଜିଲା ଖଣିଜ ନ୍ୟାସ ପ୍ରତିଷ୍ଠାନ(ଡିଏମଏଫ୍‌) ପାଣ୍ଠିରୁ ୬୯.୨୨ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବାବେଳେ ରାସ୍ତା ନିର୍ମାଣ ବାବଦ ଅର୍ଥ କୁଆଡ଼େ ଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଏଥିରୁ ସମ୍ପୃକ୍ତ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଏକ ବଡ଼ଧରଣର ଅସାଧୁ କାରବାର ହୋଇଥିବା ସନ୍ଦେହ କରାଯାଉଛି।
ବ୍ୟାସ ସରୋବର ପ୍ରକଳ୍ପର ଡିଜାଇନ ଅନୁସାରେ ପଶ୍ଚିମ ପଟରେ ପାଚେରି ନିର୍ମାଣ ଶେଷ ହୋଇ ନ ଥିବାରୁ ଅଧିକାଂଶ ଅଞ୍ଚଳ ଖୋଲା ପଡ଼ିଛି। ଏହାବାଦ୍‌ ମନ୍ଦିରର ଆବଶ୍ୟକ ନିର୍ମାଣ, ମେଡିସିନ ଗାର୍ଡେନ, ସଂଯୋଗୀକରଣ ରାସ୍ତା, ଆବଶ୍ୟକ ଉଚ୍ଚ ପାଚେରି, ଇରିଗେଶନ ସିଷ୍ଟମ, କୌରବ ଓ ପାଣ୍ଡବଙ୍କ ମୂର୍ତ୍ତି, ଚକ୍ରବୂ୍ୟହ, ଭୀଷ୍ମ ଶରଶଯ୍ୟା, ବିଶ୍ୱରୂପ, କମ୍ପୋଷ୍ଟ ଏରିଆ ଇତ୍ୟାଦି ଉପଯୁକ୍ତ ଭାବେ ନିର୍ମାଣ ହୋଇନାହିଁ। ପ୍ରକଳ୍ପକୁ ଯେନତେନ ପ୍ରକାରେ ସମ୍ପୂର୍ଣ୍ଣ କରି ଦିଲ୍ଲୀର ଠିକାସଂସ୍ଥା ଏନ୍‌ବିସିସି(ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କର୍ପୋରେଶନ) ଜରିଆରେ କାର୍ଯ୍ୟ କରୁଥିବା କ୍ରିଷ୍ଣା ବିଲ୍‌ଡର୍ସ ଫେରାର ହେବାକୁ ଯୋଜନା କରୁଥିବା ଅଭିଯୋଗ ହେଉଛି। ତେଣୁ ଡିସେମ୍ବର ସୁଦ୍ଧା ଏହି ଅଧାପନ୍ତରିଆ ପ୍ରକଳ୍ପକୁ ଉଦ୍‌ଘାଟନ କରାଯିବାକୁ ଯୋଜନା ହେଉଥିବା ସୂଚନା ମିଳିଛି। ପ୍ରାୟ ଦେଢ଼ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରରେ ମନୋରଞ୍ଜନ ପାଇଁ କୌଣସି ସୌନ୍ଦର୍ଯ୍ୟସ୍ଥଳୀ, ପାର୍କ, ବୋଟିଂ କ୍ଲବ ଇତ୍ୟାଦି ନ ଥିବାରୁ ଏହି ପ୍ରକଳ୍ପର ପୂର୍ଣ୍ଣାଙ୍ଗ ରୂପକୁ ସହରବାସୀ ଚାହିଁ ରହିଛନ୍ତି। ଏପରିକି ପ୍ରକଳ୍ପ ନିର୍ମାଣରେ କୌଣସି ପ୍ରକାର ବିରୋଧ କିମ୍ବା ବାଧକ ନ ସାଜିବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି। ଏହାର ସୁଯୋଗରେ ନିର୍ମାଣକାରୀ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥାର ମନମାନି ବଢ଼ି ଚାଲିଛି। ପ୍ରଥମେ ପ୍ରଥମେ କେତେକ ଉନ୍ନତମାନର କାର୍ଯ୍ୟ କରିଥିବାବେଳେ ପରବର୍ତ୍ତୀ ସମୟରେ କେବଳ ଲାଭ ଜଗିବା ଭଳି କାର୍ଯ୍ୟ ହୋଇଥିବା ଦୃଷ୍ଟିଗୋଚର ହୋଇଛି। ପ୍ରକଳ୍ପର ବିଭିନ୍ନ ସ୍ଥାନରେ ଷ୍ଟେନ୍‌ଲେସ୍‌ ଷ୍ଟିଲ ପରିବର୍ତ୍ତେ ନିମ୍ନମାନର ପାଇପରେ ପ୍ରାଇମର ଲଗାଇ ଛାଡି ଦିଆଯାଇଛି। ଫଳରେ ପ୍ରକଳ୍ପ ନ ସରୁଣୁ ବିଭିନ୍ନ ଲୁହା ପାଇପରେ କଳଙ୍କି ଲାଗିଥିବା ଦେଖାଯାଇଛି। ବିଶେଷକରି ମୁଣ୍ଡମାଳ ବ୍ୟାସନଗର ଛକଠାରୁ ପ୍ରକଳ୍ପ ନିକଟସ୍ଥ ମହିମା ମଠ ପର୍ଯ୍ୟନ୍ତ ଏକ ଓସରିଆ ରାସ୍ତାର ଭିତ୍ତିଭୂମି ନିର୍ମାଣ ସରିଛି। ଏଥିରେ ମୋରମ, ପାଉଁଶ, ମେଟାଲ ଇତ୍ୟାଦି ବ୍ୟବହାର କରି ଛାଡ଼ି ଦିଆଯାଇଛି। ଫଳରେ ରାସ୍ତା ସାରା ମେଟାଲ ଉଠି ବିଭିନ୍ନ ସ୍ଥାନରେ ଦବିଯାଇଛି। ପ୍ରକଳ୍ପର ପୁରୁଣା ମୁଖ୍ୟ ଫାଟକ ନିକଟରେ ରାସ୍ତା ଉପରେ ଏକ ନଦୀ ପ୍ରବାହିତ ହେଉଥିବା ଭଳି ଦୃଷ୍ଟିଗୋଚର ହେଉଛି। ଏଠାରେ ପାଣି ଉପରେ ଚାଲି କି ଯିବା କଷ୍ଟକର ଲାଗୁଛି। ବହୁ କୋଟି ଟଙ୍କା ଖର୍ଚ୍ଚ କରି ଯଦି ପ୍ରକଳ୍ପକୁ ସହଜ ଗମନାଗମନ ହୋଇ ନ ପାରିବ ତେବେ ତାହା ପର୍ଯ୍ୟଟକଙ୍କ ପାଇଁ ବିଡ଼ମ୍ବନା ଛଡା ଅନ୍ୟ କିଛି ନୁହେଁ ବୋଲି ମତପ୍ରକାଶ ପାଇଛି। ଏହାବାଦ ମନ୍ଦିର ଏବଂ ଗୁପ୍ତଗଙ୍ଗା ପାର୍ଶ୍ୱ ଅଞ୍ଚଳରେ କେବଳ ଟାଇଲ୍ସ ଓ ରଙ୍ଗ ଲଗାଇବା ସହ ଚତୁଃପାର୍ଶ୍ୱରେ କିଛି ଗଛ ଲଗାଇ ଛାଡ଼ି ଦିଆଯାଇଛି। ଦୁଇ ବଖରା ବିଶିଷ୍ଟ ଗୋଟିଏ ଛୋଟ ଘର ନିର୍ମାଣ ହୋଇଛି। ଏହାସହ ଗୁପ୍ତଗଙ୍ଗାଠାରୁ ଗଣ୍ଡାନାଳ ପର୍ଯ୍ୟନ୍ତ କେତେକ ଗଛ ଲଗାଇବା ସହ ସୌନ୍ଦର୍ଯ୍ୟକରଣ ଓ ବୋଟିଂ ବ୍ୟବସ୍ଥା କାର୍ଯ୍ୟ ହୋଇଛି। ସରୋବରର ମୁଖ୍ୟ ଫାଟକଠାରୁ ଗୁପ୍ତଗଙ୍ଗା ପର୍ଯ୍ୟନ୍ତ କେବଳ ଟାଇଲ୍ସ ଲାଗିଥିବାବେଳେ ଉଭୟ ପାର୍ଶ୍ୱରେ ଥିବା ୧୧ଟି ଗମ୍ବୁଜର ନିର୍ମାଣ କିମ୍ବା ମରାମତି ହୋଇନାହିଁ। ଫଳରେ ସେହି ପୁରୁଣା ଭଙ୍ଗା ଗମ୍ବୁଜଗୁଡିକ ଭାଙ୍ଗି ପଡ଼ି ପର୍ଯ୍ୟଟକଙ୍କ ପାଇଁ ବିପଦସଙ୍କୁଳ ହେବ ବୋଲି ଆଶଙ୍କା ପ୍ରକାଶ ପାଉଛି। ଏ ସଂକ୍ରାନ୍ତରେ କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥାର ପରିଚାଳକ ଜୟବୀରଙ୍କୁ ପଚାରିବାରୁ ସେ କହିଛନ୍ତି, ଏନ୍‌ଜିଟି ମାମଲା ଯୋଗୁ ରାସ୍ତା ଓ ବାକି ପାଚେରି ନିର୍ମାଣ ହୋଇପାରିନାହିଁ। ଗମ୍ବୁଜଗୁଡ଼ିକର ମରାମତି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହାବାଦ୍‌ ବର୍ଷାଦିନ ସରିଲେ ରଙ୍ଗ ଲଗାଇ ଉଦ୍‌ଘାଟନ କରିବାକୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?