ରାସ୍ତାରେ ନଦୀର ଭ୍ରମ

ଯାଜପୁର,୨୯ା୯ (ହର୍ଷବର୍ଦ୍ଧନ ବେହେରା): ସହରବାସୀ ଏବଂ ପର୍ଯ୍ୟଟକଙ୍କ ଅବସର ବିନୋଦନ ପାଇଁ ରାଜ୍ୟ ସରକାର ବ୍ୟାସ ସରୋବର ପ୍ରକଳ୍ପର ପରିକଳ୍ପନା କରିଛନ୍ତି। କିନ୍ତୁ ଏହି ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ ଏବଂ ଜଙ୍ଗଲ ସୃଷ୍ଟି ଲକ୍ଷ୍ୟ ପରାହତ ହୋଇଛି। ବ୍ୟାସସରୋବର ଛକଠାରୁ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥାକୁ ଦେଖିଲେ ନଦୀର ଭ୍ରମ ସୃଷ୍ଟି ହେଉଛି। ହେଲେ ବ୍ୟାସ ସରୋବରକୁ ରାସ୍ତା ନିର୍ମାଣ ପାଇଁ ଆଉ ଅର୍ଥ ନାହିଁ ବୋଲି ଠିକାସଂସ୍ଥା ପକ୍ଷରୁ କୁହାଯାଉଛି। ବିଭାଗୀୟ ଅଟକଳ ଓ ଡିଜାଇନ ଅନୁସାରେ ଜିଲା ଖଣିଜ ନ୍ୟାସ ପ୍ରତିଷ୍ଠାନ(ଡିଏମଏଫ୍‌) ପାଣ୍ଠିରୁ ୬୯.୨୨ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବାବେଳେ ରାସ୍ତା ନିର୍ମାଣ ବାବଦ ଅର୍ଥ କୁଆଡ଼େ ଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଏଥିରୁ ସମ୍ପୃକ୍ତ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଏକ ବଡ଼ଧରଣର ଅସାଧୁ କାରବାର ହୋଇଥିବା ସନ୍ଦେହ କରାଯାଉଛି।
ବ୍ୟାସ ସରୋବର ପ୍ରକଳ୍ପର ଡିଜାଇନ ଅନୁସାରେ ପଶ୍ଚିମ ପଟରେ ପାଚେରି ନିର୍ମାଣ ଶେଷ ହୋଇ ନ ଥିବାରୁ ଅଧିକାଂଶ ଅଞ୍ଚଳ ଖୋଲା ପଡ଼ିଛି। ଏହାବାଦ୍‌ ମନ୍ଦିରର ଆବଶ୍ୟକ ନିର୍ମାଣ, ମେଡିସିନ ଗାର୍ଡେନ, ସଂଯୋଗୀକରଣ ରାସ୍ତା, ଆବଶ୍ୟକ ଉଚ୍ଚ ପାଚେରି, ଇରିଗେଶନ ସିଷ୍ଟମ, କୌରବ ଓ ପାଣ୍ଡବଙ୍କ ମୂର୍ତ୍ତି, ଚକ୍ରବୂ୍ୟହ, ଭୀଷ୍ମ ଶରଶଯ୍ୟା, ବିଶ୍ୱରୂପ, କମ୍ପୋଷ୍ଟ ଏରିଆ ଇତ୍ୟାଦି ଉପଯୁକ୍ତ ଭାବେ ନିର୍ମାଣ ହୋଇନାହିଁ। ପ୍ରକଳ୍ପକୁ ଯେନତେନ ପ୍ରକାରେ ସମ୍ପୂର୍ଣ୍ଣ କରି ଦିଲ୍ଲୀର ଠିକାସଂସ୍ଥା ଏନ୍‌ବିସିସି(ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କର୍ପୋରେଶନ) ଜରିଆରେ କାର୍ଯ୍ୟ କରୁଥିବା କ୍ରିଷ୍ଣା ବିଲ୍‌ଡର୍ସ ଫେରାର ହେବାକୁ ଯୋଜନା କରୁଥିବା ଅଭିଯୋଗ ହେଉଛି। ତେଣୁ ଡିସେମ୍ବର ସୁଦ୍ଧା ଏହି ଅଧାପନ୍ତରିଆ ପ୍ରକଳ୍ପକୁ ଉଦ୍‌ଘାଟନ କରାଯିବାକୁ ଯୋଜନା ହେଉଥିବା ସୂଚନା ମିଳିଛି। ପ୍ରାୟ ଦେଢ଼ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରରେ ମନୋରଞ୍ଜନ ପାଇଁ କୌଣସି ସୌନ୍ଦର୍ଯ୍ୟସ୍ଥଳୀ, ପାର୍କ, ବୋଟିଂ କ୍ଲବ ଇତ୍ୟାଦି ନ ଥିବାରୁ ଏହି ପ୍ରକଳ୍ପର ପୂର୍ଣ୍ଣାଙ୍ଗ ରୂପକୁ ସହରବାସୀ ଚାହିଁ ରହିଛନ୍ତି। ଏପରିକି ପ୍ରକଳ୍ପ ନିର୍ମାଣରେ କୌଣସି ପ୍ରକାର ବିରୋଧ କିମ୍ବା ବାଧକ ନ ସାଜିବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି। ଏହାର ସୁଯୋଗରେ ନିର୍ମାଣକାରୀ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥାର ମନମାନି ବଢ଼ି ଚାଲିଛି। ପ୍ରଥମେ ପ୍ରଥମେ କେତେକ ଉନ୍ନତମାନର କାର୍ଯ୍ୟ କରିଥିବାବେଳେ ପରବର୍ତ୍ତୀ ସମୟରେ କେବଳ ଲାଭ ଜଗିବା ଭଳି କାର୍ଯ୍ୟ ହୋଇଥିବା ଦୃଷ୍ଟିଗୋଚର ହୋଇଛି। ପ୍ରକଳ୍ପର ବିଭିନ୍ନ ସ୍ଥାନରେ ଷ୍ଟେନ୍‌ଲେସ୍‌ ଷ୍ଟିଲ ପରିବର୍ତ୍ତେ ନିମ୍ନମାନର ପାଇପରେ ପ୍ରାଇମର ଲଗାଇ ଛାଡି ଦିଆଯାଇଛି। ଫଳରେ ପ୍ରକଳ୍ପ ନ ସରୁଣୁ ବିଭିନ୍ନ ଲୁହା ପାଇପରେ କଳଙ୍କି ଲାଗିଥିବା ଦେଖାଯାଇଛି। ବିଶେଷକରି ମୁଣ୍ଡମାଳ ବ୍ୟାସନଗର ଛକଠାରୁ ପ୍ରକଳ୍ପ ନିକଟସ୍ଥ ମହିମା ମଠ ପର୍ଯ୍ୟନ୍ତ ଏକ ଓସରିଆ ରାସ୍ତାର ଭିତ୍ତିଭୂମି ନିର୍ମାଣ ସରିଛି। ଏଥିରେ ମୋରମ, ପାଉଁଶ, ମେଟାଲ ଇତ୍ୟାଦି ବ୍ୟବହାର କରି ଛାଡ଼ି ଦିଆଯାଇଛି। ଫଳରେ ରାସ୍ତା ସାରା ମେଟାଲ ଉଠି ବିଭିନ୍ନ ସ୍ଥାନରେ ଦବିଯାଇଛି। ପ୍ରକଳ୍ପର ପୁରୁଣା ମୁଖ୍ୟ ଫାଟକ ନିକଟରେ ରାସ୍ତା ଉପରେ ଏକ ନଦୀ ପ୍ରବାହିତ ହେଉଥିବା ଭଳି ଦୃଷ୍ଟିଗୋଚର ହେଉଛି। ଏଠାରେ ପାଣି ଉପରେ ଚାଲି କି ଯିବା କଷ୍ଟକର ଲାଗୁଛି। ବହୁ କୋଟି ଟଙ୍କା ଖର୍ଚ୍ଚ କରି ଯଦି ପ୍ରକଳ୍ପକୁ ସହଜ ଗମନାଗମନ ହୋଇ ନ ପାରିବ ତେବେ ତାହା ପର୍ଯ୍ୟଟକଙ୍କ ପାଇଁ ବିଡ଼ମ୍ବନା ଛଡା ଅନ୍ୟ କିଛି ନୁହେଁ ବୋଲି ମତପ୍ରକାଶ ପାଇଛି। ଏହାବାଦ ମନ୍ଦିର ଏବଂ ଗୁପ୍ତଗଙ୍ଗା ପାର୍ଶ୍ୱ ଅଞ୍ଚଳରେ କେବଳ ଟାଇଲ୍ସ ଓ ରଙ୍ଗ ଲଗାଇବା ସହ ଚତୁଃପାର୍ଶ୍ୱରେ କିଛି ଗଛ ଲଗାଇ ଛାଡ଼ି ଦିଆଯାଇଛି। ଦୁଇ ବଖରା ବିଶିଷ୍ଟ ଗୋଟିଏ ଛୋଟ ଘର ନିର୍ମାଣ ହୋଇଛି। ଏହାସହ ଗୁପ୍ତଗଙ୍ଗାଠାରୁ ଗଣ୍ଡାନାଳ ପର୍ଯ୍ୟନ୍ତ କେତେକ ଗଛ ଲଗାଇବା ସହ ସୌନ୍ଦର୍ଯ୍ୟକରଣ ଓ ବୋଟିଂ ବ୍ୟବସ୍ଥା କାର୍ଯ୍ୟ ହୋଇଛି। ସରୋବରର ମୁଖ୍ୟ ଫାଟକଠାରୁ ଗୁପ୍ତଗଙ୍ଗା ପର୍ଯ୍ୟନ୍ତ କେବଳ ଟାଇଲ୍ସ ଲାଗିଥିବାବେଳେ ଉଭୟ ପାର୍ଶ୍ୱରେ ଥିବା ୧୧ଟି ଗମ୍ବୁଜର ନିର୍ମାଣ କିମ୍ବା ମରାମତି ହୋଇନାହିଁ। ଫଳରେ ସେହି ପୁରୁଣା ଭଙ୍ଗା ଗମ୍ବୁଜଗୁଡିକ ଭାଙ୍ଗି ପଡ଼ି ପର୍ଯ୍ୟଟକଙ୍କ ପାଇଁ ବିପଦସଙ୍କୁଳ ହେବ ବୋଲି ଆଶଙ୍କା ପ୍ରକାଶ ପାଉଛି। ଏ ସଂକ୍ରାନ୍ତରେ କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥାର ପରିଚାଳକ ଜୟବୀରଙ୍କୁ ପଚାରିବାରୁ ସେ କହିଛନ୍ତି, ଏନ୍‌ଜିଟି ମାମଲା ଯୋଗୁ ରାସ୍ତା ଓ ବାକି ପାଚେରି ନିର୍ମାଣ ହୋଇପାରିନାହିଁ। ଗମ୍ବୁଜଗୁଡ଼ିକର ମରାମତି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହାବାଦ୍‌ ବର୍ଷାଦିନ ସରିଲେ ରଙ୍ଗ ଲଗାଇ ଉଦ୍‌ଘାଟନ କରିବାକୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri