କୋଣାର୍କ ହେବ ଶୂନ ନିର୍ଗମନ ସହର

ଭୁବନେଶ୍ୱର,୨।୮(ବ୍ୟୁରୋ): କୋଣାର୍କ ହେବ ଦେଶର ପ୍ରଥମ ‘ଶୂନ ନିର୍ଗମନ ସହର’। ଅର୍ଥାତ୍‌ ସହରର ଶକ୍ତି ଚାହିଦା କେବଳ ଅକ୍ଷୟ ଶକ୍ତି ଉତ୍ସ ଦ୍ୱାରା ପୂରଣ ହେବ। ୨୦୨୨ ସେପ୍ଟେମ୍ବର ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗରେ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ସରକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ଦାବି କରାଯାଉଛି ଯେ, ଅନେକ କାର୍ଯ୍ୟ ଶେଷ ହୋଇସାରିଥିବାବେଳେ କେତେକ ଯୁଦ୍ଧକାଳୀନ ଭିତ୍ତିରେ ଚାଲିିଛି।
ଓଡ଼ିଶା ଅକ୍ଷୟ ଉର୍ଜା ବିକାଶ ଏଜେନ୍ସି (ଓରେଡା)ର ଜଣେ ଅଧିକାରୀ କହିଛନ୍ତି ଯେ, ପ୍ରକଳ୍ପ ପାଇଁ ଆବଶ୍ୟକ ଅଫ୍‌ ଗ୍ରୀଡ୍‌ (ଯାହା ଗ୍ରୀଡ୍‌ ସହ ସଂଯୁକ୍ତ ନୁହେଁ) କାର୍ଯ୍ୟଗୁଡ଼ିକୁ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଶେଷ ହେବା ସମ୍ଭାବନା ରହିଛି। ବାକି ଗ୍ରୀଡ୍‌ ସହ ଜଡ଼ିତ କାର୍ଯ୍ୟ ଆସନ୍ତାବର୍ଷ ସେପ୍ଟେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ। ନିକଟରେ ଓରେଡା କୋଣାର୍କ ମନ୍ଦିର ଏବଂ ସହରର ସମ୍ପୂର୍ଣ୍ଣ ସୌରୀକରଣ କାର୍ଯ୍ୟ ହାତକୁ ନେଇଛି। ଏନେଇ କୋଣାର୍କ ଏନ୍‌ଏସି ଅଞ୍ଚଳ ନିମନ୍ତେ ଏକ ଅଫ୍‌ ଗ୍ରୀଡ୍‌ ପ୍ରକଳ୍ପ କାର୍ଯ୍ୟ ଚାଲିଛି, ଯେଉଁଥିପାଇଁ ସହରର ବିଭିନ୍ନ ସ୍ଥାନରେ ଛୋଟ ସୌର ଉପକରଣ ସ୍ଥାପନ କରାଯାଉଛି। ସହର ବିକାଶକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରାଯାଇଛି। ଭବିଷ୍ୟତରେ ଯେତେବେଳେ ସହର ବିକାଶ ହେବ, ସେତେବେଳେ ଅଧିକ ଶକ୍ତି ଆବଶ୍ୟକ ପଡ଼ିବ। ଏ ଦିଗରେ ପ୍ରଦୂଷଣ ସୃଷ୍ଟି କରୁଥିବା ଶକ୍ତି ଉତ୍ସ ଉପରୁ ଯେଭଳି ନିର୍ଭରଶୀଳତା ହ୍ରାସ ହେବ ଏବଂ ସୌର ଶକ୍ତି ଭଳି ଅକ୍ଷୟ ଶକ୍ତି ଉତ୍ସର ବ୍ୟବହାର ବୃଦ୍ଧି ପାଇବ ସେଥିପ୍ରତି ଧ୍ୟାନ ଦିଆଯାଇଛି ବୋଲି ଓରେଡାର ଜଏଣ୍ଟ ଡାଇରେକ୍ଟର ଅଶୋକ ଚୌଧୁରୀ କହିଛନ୍ତି। ବର୍ତ୍ତମାନ ଓରେଡା ଅଫ୍‌ ଗ୍ରୀଡ୍‌ ଆପ୍ଲିକେଶନ ଯଥା ସୌର ବୃକ୍ଷ,
ପାନୀୟ ଜଳ ଷ୍ଟେଶନ, ରୁଫ୍‌ଟପ୍‌ ସୋଲାର ପ୍ୟାନେଲ, ବ୍ୟାଟେରି ଚାର୍ଜିଂ ଷ୍ଟେଶନ ପାଇଁ ଯୋଜନା କରିଥିବାବେଳେ ସେହି କାର୍ଯ୍ୟ ଆଗେଇ ଚାଲିଛି। ଏହି ପର୍ଯଟନଭିତ୍ତିକ ସହରକୁ ଆସୁଥିବା ବୈଦ୍ୟୁତିକ ଯାନଗୁଡ଼ିକ ପାଇଁ ଖୁବ୍‌ଶୀଘ୍ର ଚାର୍ଜିଂ ପଏଣ୍ଟ ଉପଲବ୍ଧ ହେବ। ଏହାସହିତ ଏହି ଅଞ୍ଚଳରେ ସ୍ବଚ୍ଛ ଶକ୍ତି ଦ୍ୱାରା ବ୍ୟବସାୟିକ ଯାନଗୁଡ଼ିକର ଚଳାଚଳ ବୃଦ୍ଧି ପାଇଁ ପ୍ରୋତ୍ସାହିତ କରାଯିବ।
ଚୌଧୁରୀ କହିଛନ୍ତି ଯେ, କୋଣାର୍କକୁ ଶୂନ ନିର୍ଗମନ ସହର ଭାବେ ସୁନିଶ୍ଚିତ କରିବା ପାଇଁ ଆମେ ସମୁଦାୟ ଶକ୍ତି ବ୍ୟବହାରକୁ ହିସାବ କରିଛୁ, ଯାହାକି ପ୍ରାୟ ୧୦ ମେଗାଓ୍ବାଟ୍‌। କିନ୍ତୁ ବଙ୍ଗୋପସାଗରର ନିକଟବର୍ତ୍ତୀ ଯୋଗୁ କୋଣାର୍କରେ ସୋଲାର ପାଓ୍ବାର ପ୍ଲାଣ୍ଟ ସ୍ଥାପନ ସମ୍ଭବ ନୁହେଁ। ବାତ୍ୟା ଏବଂ ଉପୂକଳଜନିତ କ୍ଷୟକ୍ଷତି ବିପଦ ଥିବା ଯୋଗୁ କୋଣାର୍କରେ ଏଭଳି ପ୍ଲାଣ୍ଟ ପାଇଁ ବୈଷୟିକ ଦୃଷ୍ଟିରୁ ସମସ୍ୟା ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି। ଏହା ପରିବର୍ତ୍ତେ କଳାହାଣ୍ଡିରେ କୋଣାର୍କ ସହର ପାଇଁ ୧୦ ମେଗାଓ୍ବାଟ୍‌ର ସୋଲାର ପାଓ୍ବାର ପ୍ଲାଣ୍ଟ ସ୍ଥାପନ କରିବାକୁ ଓରେଡା ଯୋଜନା କରିଛି। ସେଠାରୁ ସହରର ଶକ୍ତି ଚାହିଦା ପୂରଣ ହେବ। ଏଥିନିମନ୍ତେ ଟେଣ୍ଡର ପ୍ରକ୍ରିୟା ସରିଛି ଏବଂ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି ଚୌଧୁରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କର: ଭାରତରେ ପହଞ୍ଚି ଏମିତି କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ, ମିଳିଲା ଏମିତି ଜବାବ

ଢାକା,୯।୪: ଗତ ବର୍ଷ ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା ଶୀର୍ଷରେ ପହଞ୍ଚିବା ପରେ ବାଂଲାଦେଶ ଏବେ ସମ୍ପର୍କ ଉନ୍ନତ କରିବା ପାଇଁ ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri