କୋଣାର୍କ ଭାରତର ଅନ୍ୟତମ ସ୍ଥାବରତୀର୍ଥ

ପୂର୍ବରୁ ଆମେ ୧୯୭୧ ମସିହା ମଧ୍ୟରେ ରଚିତ କୋଣାର୍କ ମନ୍ଦିର ଇତିହାସ ସମ୍ବନ୍ଧରେ ମୋଟାମୋଟି ଏକ ତାଲିକା ଓ ସଂଖ୍ୟା ଦେଇଥିଲୁ। ୧୯୭୧ପରେ ଓଡ଼ିଆ, ବଙ୍ଗଳା, ଇଂଲିଶ ଓ ଅନ୍ୟାନ୍ୟ ଭାଷାରେ ୧୨ଟି ପୁସ୍ତକ ପାଇଛି। ସେଇ ୧୨ଟି ମଧ୍ୟରେ ରହିଛି ‘ନିଉ ଲାଇଟ୍‌ ଅଫ୍‌ ଦି ସନ୍‌ ଟେମ୍ପୁଲ ଅଫ୍‌ କୋଣାର୍କ।’ ବାରାଣସୀର ଚୌଖମ୍ବା ପ୍ରକାଶନ ୧୯୭୨ରେ ଏହାକୁ ପ୍ରକାଶ କରିଥିଲେ। ଏହି ପୁସ୍ତକଟି ଟୀକାଟିପ୍ପଣୀ ସହିତ ଇଂଲିଶରେ ଅନୁବାଦ ହୋଇଅଛି। ଅପ୍ରକାଶିତ ଚାରୋଟି ପୋଥିର ସହାୟତାରେ ପୁସ୍ତକଟି ପ୍ରସ୍ତୁତ ହୋଇଛି। ଆଲିସ ବୋନର ଓ ପଣ୍ଡିତ ସଦାଶିବ ରଥଶର୍ମା ଦୁହେଁ ରାଜେନ୍ଦ୍ର ପ୍ରସାଦ ଦାସଙ୍କ ସହିତ ଉକ୍ତ ଅନୁବାଦ ପୁସ୍ତକକୁ ପ୍ରସ୍ତୁତ କରିଛନ୍ତି। ଏଥିରେ ତୀର୍ଥ ଓ ଉପାସନା ଧାରାର କେତେକ ବର୍ଣ୍ଣନା କରିଛନ୍ତି ମୁଖବନ୍ଧରେ ଶ୍ରୀ ବୋନର ମହାଶୟ। ତଥାପି କେଉଁଠି ଅଭାବ ରହିଲା ପରି ବୋଧହୁଏ ସ୍ପଷ୍ଟ ଚିତ୍ର ମିଳିବାରେ।
ସନାତନ ଧାରାରେ ନଦୀତଟ, ନଦୀ ନିକଟ କ୍ଷେତ୍ର, ସମୁଦ୍ରତଟ ଓ ନଦୀ ସଙ୍ଗମ ସ୍ଥାନର ପବିତ୍ର ସ୍ଥାନକୁ ତୀର୍ଥ ଅର୍ଥରେ ପ୍ରାୟ ଗ୍ରହଣ କରାଯାଏ। ଏହାକୁ ‘ସ୍ଥାବରତୀର୍ଥ’ କୁହାଯାଏ। ତିନିପ୍ରକାର ତୀର୍ଥ ମଧ୍ୟରୁ ଜଙ୍ଗମତୀର୍ଥ ଓ ମାନସତୀର୍ଥ ମଧ୍ୟ ରହିଛି। ସ୍ଥାବରତୀର୍ଥ ତାକୁ ହିଁ କୁହାଯାଏ ଯେଉଁଠାରେ ଭୂମିର ପ୍ରଭାବ, ଜଳର ପ୍ରଭାବ, ମୁନି, ଋଷି, ସାଧୁ, ସନ୍ଥ ଓ ସନ୍ନ୍ୟାସୀଙ୍କ ତପସ୍ୟାର ପ୍ରଭାବ ଥାଏ। ମଣିଷଟିଏ ତୀର୍ଥକୁ ଗଲେ ଭୂମି, ଜଳ ଓ ତପସ୍ୟାର ପ୍ରଭାବରେ (ତପସ୍ୟାର ପ୍ରଭାବ ଅନ୍ତରୀକ୍ଷ ଅର୍ଥାତ୍‌ ଶୂନ୍ୟରୁ ହୋଇଥାଏ) ଶକ୍ତି ଦ୍ୱାରା ପୂର୍ଣ୍ଣ ହୁଏ (ଚାର୍ଯ୍ୟ ହୁଏ)। ସେଥିପାଇଁ କୁହାଯାଏ ମୁକ୍ତିର ରାସ୍ତା ଖୋଲିଯାଏ। ମୁକ୍ତିର ଅର୍ଥ ମୋକ୍ଷ ନୁହେଁ। ଏହି ଜନ୍ମରୁ, ଜୀବନ ଜଞ୍ଜାଳରୁ, ମାନସିକ ସନ୍ତୁଳନରୁ, ଦୈହିକ ଚାପରୁ ମୁକ୍ତି ହୁଏ। ଶାସ୍ତ୍ରରେ କୁହାଗଲା- ଜଳେ ସ୍ଥଳେ ଅନ୍ତରୀକ୍ଷେ ଚ ମୁକ୍ତି ଶ୍ରୀପୁରୁଷୋତ୍ତମେ। ଅର୍କକ୍ଷେତ୍ର ଏହି ପର୍ଯ୍ୟାୟର। କୋଣାର୍କ ପରିଚିତ ଥିଲା ଅର୍କକ୍ଷେତ୍ର ବା ଅର୍କତୀର୍ଥ ଭାବରେ। ଏଠାରେ ଭୂମିର ପ୍ରଭାବ ଓ ଜଳର ପ୍ରଭାବ ରହିଥିଲା, ଅଛି ମଧ୍ୟ। ମୁନି ଋଷିମାନଙ୍କର ଆଶ୍ରମ ଥିଲା, ସାଧନା କ୍ଷେତ୍ର ଥିଲା ତଥା ତପସ୍ୟା ଭୂମି ଥିଲା, ତେଣୁ ଭାରତରେ ଏହି ତୀର୍ଥ ସ୍ଥାବରତୀର୍ଥ ଭାବରେ ପ୍ରସିଦ୍ଧ ଥିଲା।
ଆମେ ପ୍ରସଙ୍ଗକ୍ରମେ ସୂଚନା ଦେଇଥିଲୁ ଏହି ତୀର୍ଥରେ ୫ଟି ନଦୀ ମହୋଦଧିରେ ମିଶିଥିଲେ। ମହାନଦୀର ଶାଖା ନଦୀ କୁଶଭଦ୍ରା ପଦ୍ମତୋଳାଗଣ୍ଡର ପଶ୍ଚିମ ଦିଗରେ ଗତି କରି ଦୁଇଭାଗ ହୋଇ ପୁଣି ଏକତ୍ରଭାବରେ ମହୋଦଧିରେ ମିଶିଥିଲେ। ପଦ୍ମକେଶର ଗଣ୍ଡ ବା ପଦ୍ମତୋଳା ଗଣ୍ଡ ରହିଥିଲା ପ୍ରାଚୀ ନଦୀରେ। ପ୍ରାଚୀ ନଦୀ ପ୍ରଥମେ ଶୋଲନଦୀ ରୂପେ କିଛି ବାଟ ଗତିକଲା ପରେ ଦୁଇଭାଗ ହୋଇଥିଲା। କାଦୁଆମଙ୍ଗଳା ଓ ଚନ୍ଦ୍ରଭାଗା। ଏଇ ଦୁଇଟି ପୁଣି ଏକାଠି ହୋଇ ମହୋଦଧିରେ ମିଶି ଥିଲା ପଦ୍ମକେଶର ମନ୍ଦିରର ପୂର୍ବ ଭାଗରେ। ଦେବୀ ନଦୀର ଏକ ଶାଖା ଗୋଲରାଗଡ଼ ପାଖଦେଇ ମହୋଦଧିରେ ମିଶିଥିଲା। ଗୋଲରାଗଡ଼ ବର୍ତ୍ତମାନ କୋଣାର୍କର ପୂର୍ବ ଦିଗରେ କାକଟପୁର ରାସ୍ତାରେ ଦକ୍ଷିଣ ପାର୍ଶ୍ୱକୁ ରହିଛି। ତେଣୁ ପବିତ୍ର ପଦ୍ମତୋଳା ଗଣ୍ଡର ଦାଢ଼ରେ ସୂର୍ଯ୍ୟଦେବଙ୍କ ପାଇଁ ଏକ ମନ୍ଦିର ତୋଳିବା ଲାଗି ସାହସିକ ପଦକ୍ଷେପ ନେଇଥିଲେ ଗଙ୍ଗବଂଶର ଗଜପତି ଲାଙ୍ଗୁଳା ନରସିଂହ ଦେବ। ଆମେ ଜାଣିଛେ ସ୍ଥାବରତୀର୍ଥ ଭାବରେ ଏହି କ୍ଷେତ୍ର ପ୍ରସିଦ୍ଧ ଥିଲା ଭାରତବର୍ଷରେ। ତୀର୍ଥ ପ୍ରଥମେ ଥିଲା। କେଶରୀ ବଂଶର ରାଜତ୍ୱକାଳରେ ମଧ୍ୟ ଗୋଟିଏ ଛୋଟମନ୍ଦିର ସୂର୍ଯ୍ୟଦେବଙ୍କ ପାଇଁ ନିର୍ମିତ ହୋଇଥିଲା। ଗଜପତି ନରସିଂହ ଦେବ ମନ୍ଦିର ନିର୍ମାଣ କରିବା ପରେ ସେ ମନ୍ଦିର ଓ ସେଠାରେ ପୂଜିତ ସୂର୍ଯ୍ୟ ବିଗ୍ରହଙ୍କ ସମ୍ବନ୍ଧରେ ଆଗକୁ ଯଥାସ୍ଥାନରେ ବର୍ଣ୍ଣିତ ହେବ।

ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri