Posted inଫୁରସତ

କୋଣାଦିତ୍ୟର ଉପାସନା ଖିଆଲି ପରମ୍ପରା ନୁହେଁ

ପୂର୍ବ ଆଲେଖ୍ୟରୁ ଆମେ ଜାଣିଲେ କୋଣାର୍କକୁ ୨୪ଥର ପଥର ଆସିଥିଲା। ସମସ୍ତ ପଥର ଓଡ଼ିଶାର ପାହାଡ଼/ପର୍ବତରୁ ଆସିଥିଲା। ସେଥିପାଇଁ ସେଗୁଡ଼ିକର ଅବସ୍ଥିତି ଆମେ ଆଲୋଚନା କରିଥିଲୁ। ପଥର ବାଛିବାଠାରୁ ପଥର ଆଣି କୋଣାର୍କରେ ପହଞ୍ଚାଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଓଡ଼ିଶାର ଅଭିଜ୍ଞ ଶିଳ୍ପୀ କରିଥିଲେ। ସେମାନଙ୍କୁ ସହଯୋଗ କରିଥିବା ରାଜା /ମହାରାଜା/ଗଡ଼ନାୟକ/ଖଣ୍ଡପାଳ/ଦଳବେହେରା/ଗଡ଼ ସାମନ୍ତମାନଙ୍କ ଅବଦାନ ମଧ୍ୟ ପ୍ରସଙ୍ଗକ୍ରମେ ଉପସ୍ଥାପନ କରାଯାଇଥିଲା। ଉଲ୍ଲେଖ କରିବାର ଆଭିମୁଖ୍ୟ ଆମର ସ୍ପଷ୍ଟ। ଯେଉଁମାନେ ଶ୍ରୀପଦ୍ମକେଶର ମନ୍ଦିର ଏବଂ କୋଣାର୍କ ଉପରେ ବଡ଼ ବଡ଼ ଗ୍ରନ୍ଥ/ପୁସ୍ତକ ଲେଖି ପ୍ରମାଣିତ କରିବାକୁ ଚାହିଁଥିଲେ ଓଡ଼ିଆମାନେ ଏହି ମନ୍ଦିର ନିର୍ମାଣ କରିନାହାନ୍ତି। ସେମାନଙ୍କ ବର୍ଣ୍ଣନା ଓ ମତକୁ ନିରାଧାର କରିବା। ଏକ ଭୁଲ୍‌ ଐତିହ୍ୟ ଆମ ଉପରେ ଲଦି ଦିଆଯାଇଥିଲା।
ପଦ୍ମତୋଳାଗଣ୍ଡରେ ପଥର ପହଞ୍ଚିବା ପରେ ତା’ର ହିସାବ ଓ ରକ୍ଷଣାବେକ୍ଷଣ କଥା ଆମେ ଆଲୋଚନା କରିଥିଲେ। ନିର୍ମାଣ କେମିତି ଆଗେଇଲା, କେଉଁମାନେ ଘରଦ୍ୱାର ପିଲାସଂସାରକୁ ଛାଡ଼ି ମାସ ମାସ ଧରି କୋଣାର୍କରେ ଅବସ୍ଥାନ କରି ଜାତିର ଗୌରବକୁ ପ୍ରତିଷ୍ଠା କରିଦେଇଗଲେ ତାଙ୍କ ବିଷୟରେ ଜାଣିବା ଓ ଅନ୍ୟକୁ ଜଣେଇବା।
ଅନେକ ପୁସ୍ତକରେ ଲେଖିବାକୁ ଲେଖକମାନେ ଭୁଲିଲେ ନାହିଁ ଯେ ତୀର୍ଥରେ ସ୍ନାନ କରି ଶ୍ରୀମହାଭାସ୍କରଙ୍କୁ ଦର୍ଶନ କରିବାର ଏକ ଖିଆଲି ପରମ୍ପରାକୁ ନେଇ ଏତେ ଧନ ଦରବ ଖର୍ଚ୍ଚ କରିବା କ’ଣ ଆବଶ୍ୟକ ଥିଲା। ସେମାନେ ବୁଝିନାହାନ୍ତି ସନତନୀୟ ସ୍ନାନ ପରମ୍ପରାର ରହସ୍ୟ। ଆମେ ଜାଣେ ଆମ ପରମ୍ପରାରେ ସ୍ନାନ ସାତ ପ୍ରକାର।
୧- ମନ୍ତ୍ର ସ୍ନାନ, ୨-ପାର୍ଥିବ ସ୍ନାନ (ମାଟି ଚୂର୍ଣ୍ଣ ବୋଳିହୋଇ ସ୍ନାନ କରିବା), ୩- ଆଗ୍ନେୟ ସ୍ନାନ (ପାଉଁଶ/ଭସ୍ମ ବୋଳି ହୋଇ ଏବଂ ସୂର୍ଯ୍ୟ କିରଣରେ ସ୍ନାନ କରିବା)।
୪- ବାୟବ୍ୟ ସ୍ନାନ: ଗୋରୁ ଗଲାବେଳେ ତାଙ୍କ ଖୁରା ବାଜି ଯେଉଁ ଧୂଳି ବା ରଜ ସୃଷ୍ଟି ହୁଏ ତାହା ଖୋଲା ଦେହକୁ ପବନ ସହ ବାଜିଲେ ବୟବ୍ୟ ସ୍ନାନ ହୁଏ।
୫- ଦିବ୍ୟ ସ୍ନାନ: ଖରା ପଡ଼ିଥିବ/ବର୍ଷା ବି ଝିପି ଝିପି ହେଉଥିବ, ଠିକ୍‌ ସେଇ ସମୟରେ ତୀର୍ଥରେ ଯେଉଁ ସ୍ନାନ କରାଯାଏ।
୬- ବାରୁଣି ସ୍ନାନ: ମହୋଦଧି, ପବିତ୍ର ନଦୀ ଏବଂ ପାହାଡ଼ରୁ ଝରିଆସି ତୀର୍ଥ ସଂଲଗ୍ନ ହୋଇଥିବା ଝରଣାରେ ତିଥି, ବାର ଓ ନକ୍ଷତ୍ର ଅନୁଯାୟୀ ଯେଉଁ ସ୍ନାନ କରାଯାଏ।
୭- ମାନସିକ ସ୍ନାନ: ମନରେ ଶ୍ରୀବିଷ୍ଣୁଙ୍କୁ ଧ୍ୟାନ କରି ସନ୍ନ୍ୟାସୀମାନେ ସ୍ଥାନ-କାଳ-ପାତ୍ର ଅନୁଯାୟୀ ଯେଉଁ ସ୍ନାନ କରନ୍ତି।
କୋଣାଦିତ୍ୟରେ ମହୋଦଧି ସଂଲଗ୍ନ ପବିତ୍ର ଚନ୍ଦ୍ରଭାଗା ନଦୀରେ ବାରୁଣି ସ୍ନାନ ପ୍ରଚଳିତ। ପବିତ୍ର ନଦୀର ତାହା ସଙ୍ଗମ ସ୍ଥଳ ଥିଲା। ପାରଲୌକିକ ବିଶ୍ୱାସ କେବଳ ନୁହେଁ, ଇହଲୋକର ବିଜ୍ଞାନ ବାର୍ତ୍ତା ଏଥିରେ ଅଛି। ବିଶ୍ୱାସ ଓ ଆସ୍ଥାର କଥା। ସେଇ ଗଣବିଶ୍ୱାସକୁ ସମ୍ମାନ ଦେଇଆସିଥିଲେ ମହାରାଜାମାନେ। ସେ ବିଶ୍ୱାସ ଶାମ୍ବଙ୍କର ମଧ୍ୟ ଥିଲା। ନଇଲେ ବ୍ୟାଧିମୁକ୍ତ ହେବା ସହିତ ସିଦ୍ଧି ପାଇଲେ କେମିତି!! ସେବେଠୁ ଓଡ଼ିଶା ମୂଲକରେ କୋଣାଦିତ୍ୟ ଥିଲା ପବିତ୍ର ଭୂମି।
ସେଇ ପବିତ୍ର ପରମ୍ପରାର ବିକାଶ କରିବାକୁ ସଂକଳ୍ପ ନେଇଥିଲେ ଲାଙ୍ଗୁଳା ନରସିଂଦେବ। ତୀର୍ଥ ଥିଲା, ସୂର୍ଯ୍ୟଦେବତା ବି ପୂଜା ପାଉଥିଲେ, ଦେବତାଙ୍କ ସମେତ ମଣିଷମାନଙ୍କ ସ୍ନାନ ବିଧି ଥିଲା, ଆଉ ଟିକେ ବିକାଶ କରାଇବାକୁ ଅଣ୍ଟା ଭିଡ଼ିଥିଲେ ଗଜପତି। ଗଜପତିଙ୍କୁ ସହଯୋଗର ହାତ ବଢ଼ାଇଥିଲେ ଓଡ଼ିଶାର ‘ମହାସାମନ୍ତ’ମାନେ। ଆମେ ଜାଣେ କେତୋଟି ଗ୍ରାମକୁ ନେଇ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ‘ବିଷୟ’ ଗଠିତ ହୋଇଥିଲା। ପାଞ୍ଚୋଟି ବିଷୟକୁ ନେଇ ଗଠିତ ଅଞ୍ଚଳର ମୁଖିଆ ଥିଲେ-ବିଷୟାଧିପତି। ଗଜପତି ୟାଙ୍କୁ ନିଯୁକ୍ତି ଦେଉଥିଲେ। ଭିନ୍ନ ଭିନ୍ନ କାଳରେ ବିଷୟାଧୃପତି ଚିହ୍ନିତ ହୋଇଛନ୍ତି ‘ରାଣକ’, ସାମନ୍ତ ଓ ମହାସାମନ୍ତ ଅଧିପତି ଭାବରେ। ଅନେକ ଐତିହ୍ୟରୁ ଜଣାଯାଏ ଗଜପତିଙ୍କର ମହାସାମନ୍ତ ଥିଲେ ବିଶ୍ୱାସପୁରୁଷ। ସେଥିପାଇଁ କେତେକ ଉଚ୍ଚକ୍ଷମତା ତାଙ୍କୁ ଦିଆଯାଇଥିଲା। ଗଜପତିଙ୍କ ପରିବାରର ଦୂରସମ୍ପର୍କୀୟ ବା ପରିବାରଭୁକ୍ତ ଥିଲେ ମହାସାମନ୍ତମାନେ। କୋଣାର୍କ ଅଞ୍ଚଳରେ ଯେଉଁ ଗଙ୍ଗବଂଶୀ ୧୬ ଗଡ଼ ଥିଲା, ସେଇ ଗଡ଼ର ମହାସାମନ୍ତମାନଙ୍କର ଉପାଧି ଥିଲା- ବୀରବର ମର୍ଦ୍ଦରାଜ ସାମନ୍ତ (ଗୋଲରାଗଡ଼), ସାମନ୍ତସିଂହାର (ଗଡ଼ଚାନ୍ଦପୁର), ରାୟ ସାମନ୍ତ (ଗଡ଼ବାଙ୍ଗର), ସାମନ୍ତରାୟ (ପଦନପୁର ଗଡ଼), ସାମନ୍ତ ଶ୍ରୀଚନ୍ଦନ (ଗଡ଼ମୃଗଶିରା) ପ୍ରଭୃତି।
ଏମାନଙ୍କୁ ଆଜି ଆମେ ସ୍ମରଣ କରୁଛେ- ଏଇମାନେ କୋଣାର୍କକୁ ପଥର ଆଣିବାର ବ୍ୟବସ୍ଥାରେ ମୁଖ୍ୟପୁରୋଧା ଥିଲେ। ପଥର ଆସିବା ପରେ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଥିଲେ। ଗଜପତି ସିନା ଅର୍ଥବଳ ଯୋଗେଇଦେବେ! ଲୋକବଳ…!! ଚାପ ସଜାଡ଼ିବାଠୁ ଚାପଦଳେଇ, ଦଳବେହେରା, ମହ୍ଲାର, ଘାଟ ଦଳେଇଙ୍କୁ ସଜାଗ କରାଇ କର୍ମଚଞ୍ଚଳ କରାଇବା, ଚାପରୁ ପଥର ବୋହି ପଥୁରିଆଙ୍କୁ ଯୋଗାଇଦେବା ସହଜ କାମ ନୁହେଁ। ଦିନରାତି ଜଣାପଡ଼ି ନ ଥିବ ଏମାନଙ୍କୁ। ଏମାନଙ୍କ ତ୍ୟାଗ, ନିଷ୍ଠା ଓ ସହଯୋଗ ସବିଶେଷ ଆଲୋଚନା ସ୍ତରକୁ ଆଣିବା। ନଇଲେ ବାହାରିଆ ଲେଖକଙ୍କ ପାଟି ଚୁପ୍‌ ହେବନି।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri