Categories: ଖେଳ

ଟସ୍‌ ଜିତିଲା କୋଲକତା

ମୁମ୍ବାଇ,୧୦।୪: ଆଜି ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ରେ ଦୁଇଟି ମ୍ୟାଚ ଖେଳାଯାଉଛି। ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ବ୍ରାବର୍ନ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ କୋଲକତା ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ପୂର୍ବ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିବା ପରେ କୋଲକାତା ନାଇଟ ରାଇଡର୍ସଙ୍କ ଆତ୍ମବିଶ୍ୱାସ ଦୃଢ ରହିଛି। ଆଇପିଏଲ୍‌ ୨୦୨୨ରେ କେକେଆର୍‌ ପ୍ରଦର୍ଶନ ଏପର୍ଯ୍ୟନ୍ତ ବହୁତ ଭଲ ରହିଛି। ପୂର୍ବ ମ୍ୟାଚ ଜିତିବାରେ କୋଲକତା ସଫଳ ହୋଇଥିବାବେଳେ ଦିଲ୍ଲୀର ଦଳ କ୍ରମାଗତ ଦୁଇଟି ମ୍ୟାଚ ହାରିଛି। ଏହି ମ୍ୟାଚରେ ବିଜୟ ଧାରା ବଜାୟ ରଖିବାକୁ ଶ୍ରେୟସ ଆୟରଙ୍କ ଦଳ ଦୃଷ୍ଟି ଦେବ। ଦିଲ୍ଲୀ କ୍ୟାପିଟାଲ୍ସର ଦଳ ବିଜୟ ଟ୍ରାକକୁ ଫେରିବାକୁ ଚାହିଁବ।
ଦ୍ୱିତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଦଳ ମୁହାଁମୁହିଁ ହେବେ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

Share