ପଶ୍ଚାତାପ କରୁଛନ୍ତି ମୋଦିଙ୍କୁ ଝାଲମୁଢି ଖୁଆଇଥିବା ଦୋକାନୀ: ଦୁଃଖରେ କହିଲେ, ବଡ଼ ଭୁଲ୍‌ କରିଦେଲି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

କୋଲକାତା,୨୦।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି ଝାରଗ୍ରାମରେ ‘ଝାଲମୁଢି’ ଖାଇବା ପାଇଁ ଅଟକିଥିବାର ଫଟୋ ଏବଂ ଭିଡିଓ ଏବେ ଘୂରି ବୁଲୁଛି। କିନ୍ତୁ ତାଙ୍କୁ ଝାଲମୁଢି ଖୁଆଇଥିବା ବ୍ୟକ୍ତି ଏବେ ନିଜ ମନର କଥା ପ୍ରକାଶ କରିଛନ୍ତି।
ନିର୍ବାଚନ ପ୍ରଚାର ସମୟରେ ବିକ୍ରମ ଶାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଝାଲମୁଢି ପ୍ରସ୍ତୁତ କରିଥିଲେ। ପ୍ରଧାନମନ୍ତ୍ରୀ ଏହାକୁ ଖାଇ ପ୍ରଶଂସା କରିବା ସହ ତାଙ୍କ ନାମ ଏବଂ ଠିକଣା ପଚାରିଥିଲେ ଏବଂ ତାଙ୍କ ପରିବାର ବିଷୟରେ ପଚାରିବାକୁ ଚେଷ୍ଟା କରିଥିଲେ। ଏହି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ସବୁକିଛି ଏତେ ସୁନ୍ଦର ଥିଲା ଯେ ତାଙ୍କ ଚାରିପାଖରେ ଥିବା ଲୋକମାନେ ତାଳି ମାରିବାକୁ ଲାଗିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ଯିବାପରେ ବିକ୍ରମ ଗୋଟିଏ କଥା ପାଇଁ ପଶ୍ଚାତାପ କରୁଛନ୍ତି।

ଅନୁଭବ କଲେ ଯେ ସେ ଏକ ମହାନ ସୁଯୋଗ ହରାଇଛନ୍ତି ଯାହା ଆଉ କେବେ ଆସିବ ନାହିଁ। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିକ୍ରମ ଶ ହସି କହିଲେ, “କ୍ଷମା କରିବେ… ମୁଁ ପ୍ରଧାନମନ୍ତ୍ରୀଙ୍କ ଅଟୋଗ୍ରାଫ ପାଇପାରିଲି ନାହିଁ।” ଏହି ଅନୁତାପ ଏବେ ତାଙ୍କ ଜୀବନର ଏକ ଅଂଶ ପାଲଟିଯାଇଛି।
ନର୍ଭସରେ ହୋଇଥିବା ଏକ ଛୋଟ ଭୁଲ

ବିକ୍ରମ କହିଛନ୍ତି,ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାଡି ତାଙ୍କ ଦୋକାନ ଆଗରେ ଅଟକିଲା ମୁଁ ପ୍ରଥମେ ସ୍ତବ୍ଧ ହୋଇଯାଇଥିଲି। ହସି ହସି ପ୍ରଧାନମନ୍ତ୍ରୀ ପ୍ରଥମେ ତାଙ୍କ ନାଁ ସହ ମୋ ମାତାପିତାଙ୍କ ବିଷୟରେ ପଚାରିଲେ। ପ୍ରଧାନମନ୍ତ୍ରୀ ଧ୍ୟାନ ଦେଇ ସବୁ ଶୁଣିଲେ ଝାଲମୁଢିର ମୂଲ୍ୟ ପଚାରିଲେ। ମୁଁ ଗ୍ରହଣ କରିବାକୁ ମନା କଲେ ସୁଦ୍ଧା ପ୍ରଧାନମନ୍ତ୍ରୀ ମୂଲ୍ୟ ଦେଲେ। ଏହି ସମୟରେ ମୁଁ ନର୍ଭସ ଥିଲି ଯେ, ତାଙ୍କୁ ଅଟୋଗ୍ରାଫ ମାଗିବା କଥା ଚିନ୍ତା କରି ନ ଥିଲି। ଏବେ ଭାବୁଛି ମୁଁ ଗୋଟେିଏ ବଡ଼ ଭୁଲ କରିଛି। ଏହି ଅନୁତାପ ଏବେ ସାରା ଜୀବନ ରହିବ।

ସୂଚନାଯୋଗ୍ୟ, ବିକ୍ରମ ବିହାରର ଗୟାରୁ ଆସିଥିଲେ ଏବଂ ଦାରିଦ୍ର୍ୟ ଯୋଗୁ ନବମ ଶ୍ରେଣୀ ପରେ ତାଙ୍କ ପାଠପଢ଼ା ଛାଡି କୋଲକାତା ପଳାଇ ଆସିଥିଲେ। ଏବେ ସେ ଦୈନିକ ୧୦୦୦-୧୨୦୦ ଟଙ୍କା ଆୟ କରୁଛନ୍ତି।

 

Dharitri – Odisha’s No.1 Odia Daily

 

Share