Posted inଜାତୀୟ

ଦୁର୍ଗା ପେଣ୍ଡାଲରେ ଦେଖିବାକୁ ମିଳିବ ପ୍ରବାସୀ ଶ୍ରମିକଙ୍କ ଦୁଃଖ

କୋଲକତା, ୫।୧୦: ଆଗକୁ ଆସୁଛି ଦୁର୍ଗାପୂଜା। କରୋନା ଯୋଗୁ ଏଥର ଦୁର୍ଗାପୂଜା ଫିକା ପଡିବାର ସମ୍ଭାବନା ରହିଛି। ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କୋଲକତାରେ ଏବର୍ଷ ଏକ ନିଆରା ଦୁର୍ଗାପୂଜା ପାଳନ କରାଯିବ। ଦୁର୍ଗା ପେଣ୍ଡାଲରେ ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା ଦେଖିବାକୁ ମିଳିବ। ଶ୍ରମିକଙ୍କ ଦୁଃଖକୁ ଥିମ୍‌ ଭାବେ ନେଇ ମୂର୍ତ୍ତି ପ୍ରସ୍ତୁତ କରାଯିବ। କୋଲକତାର ପ୍ରସିଦ୍ଧ ଦୁର୍ଗାପୂଜା କମିଟି ନାକତଲା ଉଦୟନ ସଂଘ ଏଭଳି ମୂର୍ତ୍ତି ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ଏଥର ଦୁର୍ଗା ପେଣ୍ଡାଲରେ ୧୨ ପୁଟ୍‌ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯିବ। ଏହାସହ ପେଣ୍ଡାଲ ନିକଟରେ ଏକ ଟ୍ରକ୍‌ ପ୍ରତିକୃତି ନିର୍ମାଣ କରାଯିବ, ଯେଉଁଥିରେ ଶ୍ରମିକମାନେ ବସି ଥିବାର ଦେଖାଯିବ। ବିଭିନ୍ନ ରାଜ୍ୟରୁ ୬୦ ଶ୍ରମିକଙ୍କୁ ଏହାର ନିର୍ମାଣ କାର୍ଯ୍ୟ ପାଇଁ ଡକାଯାଇଛି। ଏଥର ଅକ୍ଟୋବର ୧୭ରୁ ନବରାତ୍ରୀ ଆରମ୍ଭ ହେଉଛି। ଦୁର୍ଗାପୂଜା ୨୩ରୁ ଆରମ୍ଭ ହୋଇ ୨୬ରେ ଶେଷ ହେବ। ସୂଚନାଯୋଗ୍ୟ, କରୋନା ସମୟରେ ଲକ୍ଷ ଲକ୍ଷ ଶ୍ରମିକମାନେ ଚାକିରି ହରାଇ ନିଜ ରାଜ୍ୟ ଫେରୁଥିବାବେଳେ ଅନେକ ଅସୁବିଧାର ସାମ୍ନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କ ଗସ୍ତ ପ୍ରଭାବହୀନ: ଭାରତରେ ୧୦ ହଜାର କୋଟି ଡଲାର ନିବେଶ କରିବ ସୌଦି

ନୂଆଦିଲ୍ଲୀ,୨୯।୯: ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ବିଚଳିତ ହୋଇପଡିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବେ ଭାରତ ବିରୋଧରେ ସମର୍ଥନ ଯୋଗାଡ ପାଇଁ ଲାଗିପଡିଛନ୍ତି।...

ମନମୋହନ ସିଂଙ୍କ ନିକଟରେ ଦେଶ ଋଣୀ

ନୂଆଦିଲ୍ଲୀ,୯।୧୧: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ବେଳେବେଳେ ଏଭଳି ମନ୍ତବ୍ୟ ଦେଇଥାନ୍ତି, ଯାହା ଏନ୍‌ଡିଏ ସରକାରକୁ ଅପଦସ୍ଥ କରିବା ପାଇଁ ଉଦ୍ଦିଷ୍ଟ ବୋଲି ମନେହୁଏ। ଏହି କ୍ରମରେ...

ଓକିଲ ପୋଷାକରେ ଆସି କୋର୍ଟ ପରିସରରେ ସ୍ତ୍ରୀଙ୍କୁ ଗୁଳି କଲେ ସ୍ବାମୀ

ନୂଆଦିଲ୍ଲୀ,୨୧।୪: ରାଜଧାନୀ ଦିଲ୍ଲୀର ସାକେତ କୋର୍ଟରେ ଶୁକ୍ରବାର ହୋଇଥିବା ଗୁଳିକାଣ୍ଡ ପରେ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ନ୍ୟୁ ଫ୍ରେଣ୍ଡସ କଲୋନିରେ ଏକ...

ପିଏମ୍‌ କେୟାର୍ସ ଫଣ୍ଡକୁ ପ୍ରତି ମାସରେ ୫୦ ହଜାର ଟଙ୍କା ଦାନ କରିବେ ସିଡିଏସ୍‌ ଜେନରାଲ ବିପିନ ରାଓ୍ବତ

ନୂଆଦିଲ୍ଲୀ,୨୪।୫: କୋଭିଡ-୧୯ ମହାମାରୀ ସହ ଲଢିବାକୁ ଗଠନ କରାଯାଇଛି ପିଏମ୍‌ କେୟାର୍ସ ଫଣ୍ଡ। ଏହି ଫଣ୍ଡକୁ ବିଭିନ୍ନ ଆଡୁ ସହାୟତା ମିଳୁଥିବା ବେଳେ ଚିଫ୍‌ ଅଫ୍‌...

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା

ଗୁରୁଗ୍ରାମ,୩୧।୮- ୧୩ ବର୍ଷୀୟା ଦଳିତ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ଏଭଳି ଘଟଣା ଘଟିଛି ଉତ୍ତର ଦିଲ୍ଲୀର ନରେଲା ଅଞ୍ଚଳରେ। ହତ୍ୟା ପରେ ମୃତଦେହକୁ...

ଦେଶରେ କ୍ଲିନିକାଲ ଟ୍ରାଏଲ୍‌ ପର୍ଯ୍ୟାୟରେ ୩ କୋଭିଡ୍‌-୧୯ ପ୍ରତିଷେଧକ ଟୀକା

ନୂଆଦିଲ୍ଲୀ, ୧୫।୯: ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ପ୍ରାଣଘାତୀ ଭାଇରସ୍‌ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ...

ମୁଖ୍ୟମନ୍ତ୍ରୀ ଯୋଗୀ ଲାପଟପ୍‌ ଚଳାଇ ପାରୁନାହାନ୍ତି, ଶୁଣିଛି ଫୋନ୍‌ ବ୍ୟବହାର ବି ଆସେନା: ଅଖିଳେଶ

ନୂଆଦିଲ୍ଲୀ,୧୩।୧୧: ୟୁପିରେ ଯୋଗୀ ସରକାର ନୁହେଁ ବରଂ ‘ଯୋଗ୍ୟ ସରକାର’ର ଆବଶ୍ୟକତା ରହିଛି। ଯିଏ ଲାପଟପ୍‌ କିପରି ପରିଚାଳନା କରୁଥିବ, ଇଣ୍ଟରନେଟ୍‌ ପରିଚାଳନା କରୁଥିବ। ହେଲେ...

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜଣଙ୍କ ଜୀବନ

ପାଟନା,୧୪।୧୨: ବିହାରର ଛପରା ଜିଲାରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଆହୁରି ୫ ଜଣ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ଆଗକୁ...

Advertisement
Archives

Model This Week