Categories: ଜାତୀୟ

କେଏମସି ନିର୍ବାଚନ ମତଗଣନା ଆରମ୍ଭ: ବହୁ ପଛରେ ଭାଜପା

କୋଲକାତା,୨୧।୧୨: କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ (କେଏମସି) ନିର୍ବାଚନର ଫଳାଫଳ ମଙ୍ଗଳବାର ସ୍ପଷ୍ଟ ହେବ। ଏଥିପାଇଁ ସକାଳୁ ମତଗଣନା ଆରମ୍ଭ ହୋଇ ଯାଇଛି। କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ଟିଏମସି ୬୯ଟି ଆସନରେ ଆଗୁଆ ରହିଛି। ଚାରିଟି ଆସନରେ ଭାଜପା ଅଗ୍ରଣୀ ଥିବାବେଳେ ବାମ ଓ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛନ୍ତି। ୧୪୪ ୱାର୍ଡରେ ଭୋଟ ଗଣତି ପାଇଁ ୧୬ଟି ଗଣନା କେନ୍ଦ୍ର ସ୍ଥାପନ କରାଯାଇଛି । ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ଏକ କଡ଼ା ଟକ୍କର ହେବାକୁ ଯାଉଛି। ଏହି ଗଣନା କେନ୍ଦ୍ରଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କୌଣସି ଦଳର କର୍ମୀଙ୍କୁ ଏହି ପରିପ୍ରେକ୍ଷୀରେ ଗଣତି କେନ୍ଦ୍ରକୁ ଆସିବାକୁ ଦିଆଯିବ ନାହିଁ । ଡିସେମ୍ବର ୧୯ ରେ କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ପ୍ରାୟ ୬୪ ପ୍ରତିଶତ ଭୋଟ ଗ୍ରହଣ କରାଯାଇଥିଲା।

Share