ପୁଣି ଜଣେ ଅଭିନେତ୍ରୀ କଲେ ଆତ୍ମହତ୍ୟା

ପଶ୍ଚିମବଙ୍ଗରେ ପୁଣି ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। ବେଡିଆଡଙ୍ଗାରେ ଜଣେ ୧୮ ବର୍ଷୀୟା ମଡେଲ ସରସ୍ବତୀ ଦାସ ଫ୍ୟାନରେ ଝୁଲି ପଡ଼ି ଆତ୍ମହତ୍ୟା କରିଛନ୍ତି। ଗତ କିଛି ଦିନ ହେବ ପଶ୍ଚିମବଙ୍ଗରେ ୩ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି।
ସରସ୍ବତୀଙ୍କୁ ଫ୍ୟାନ୍‌ରେ ଝୁଲୁଥିବାର ଦେଖି ତାଙ୍କ ମା’ ତୁରନ୍ତ ହସ୍ପିଟାଲ୍‌ ନେଇଥିଲେ। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ସରସ୍ବତୀଙ୍କ ମୃତ୍ୟୁ ହୋଇସାରିଛି। ପୋଲିସ ଏବେ ଘଟଣାର ଅନୁସନ୍ଧାନ କରୁଛି। ପ୍ରାରମ୍ଭିକ ଅନୁସନ୍ଧାନରେ ଏହା ଆତ୍ମହତ୍ୟା ମାମଲା ବୋଲି ଜଣାପଡିଛି। ତେବେ ପୋଲିସ ଏପର୍ଯ୍ୟନ୍ତ କୌଣସି ଆତ୍ମହତ୍ୟା ନୋଟ ପାଇନାହିଁ।
ଗତ ୧୫ ଦିନ ମଧ୍ୟରେ ପଶ୍ଚିମବଙ୍ଗରେ ଏହା ଚତୁର୍ଥ ମଡେଲ୍‌ ଆତ୍ମହତ୍ୟା ମାମଲା। ଏହାପୂର୍ବରୁ ମଞ୍ଜୁଶା ନିୟୋଗି, ବଦିଶା ଡି ମଜୁମଦାର ଏବଂ ପଲ୍ଲବୀ ଦେଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା।

Share