ମମତା ବାନାର୍ଜୀଙ୍କ ପାଇଁ Shocking News! ‘ଟିଏମସିର ୧୯+୯ ଏମ୍‌ପି…’

କୋଲକାତା, ୫।୬: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଗୋଟିଏ ପଟେ ନିଜର ୫୮ ଜଣ ବିଦ୍ରୋହୀ ବିଧାୟକଙ୍କୁ ପୁଣି ଏକାଠି କରିବା ପାଇଁ ପ୍ରୟାସ କରୁଛନ୍ତି, ଅନ୍ୟପଟେ ଖୁବ ଶୀଘ୍ର ତାଙ୍କ ସାଂସଦମାନଙ୍କ ମଧ୍ୟରେ ବିଭାଜନ (ଦଳ ବଦଳ) ହେବା ନେଇ ଚର୍ଚ୍ଚା ସାମ୍ନାକୁ ଆସୁଛି। ମମତା ବାନାର୍ଜୀଙ୍କ ପୁରୁଣା ସହଯୋଗୀ ତଥା ତୃଣମୂଳ କଂଗ୍ରେସର ବରିଷ୍ଠ ରାଜ୍ୟ ସଭା ଏମ୍‌ପି ସୁଖେନ୍ଦୁ ଶେଖର ରାୟ ଏହି ଦାବି କରିଛନ୍ତି। ସେ ଦାବି କରିଛନ୍ତି ଯେ ଟିଏମସି (TMC) ର ବିଧାୟକମାନେ ଯେଭଳି ଭାବେ ଅଲଗା ହୋଇଛନ୍ତି, ସେହିଭଳି ଅତି ଶୀଘ୍ର ବଡ଼ ସଂଖ୍ୟାରେ ଏମ୍‌ପିମାନେ ମଧ୍ୟ ଦଳ ଛାଡ଼ିବାକୁ ଯାଉଛନ୍ତି।

୭୭ ବର୍ଷୀୟ ସୁଖେନ୍ଦୁ ଶେଖର ରାୟ ଗୁରୁବାର ନୂଆଦିଲ୍ଲୀରେ ଏକ ଇଂରାଜୀ ଖବରକାଗଜ ସହ ଆଲୋଚନା ବେଳେ କହିଛନ୍ତି- ‘ମୋତେ ଦୁଇ-ତିନୋଟି ସବୁଠାରୁ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ସଂସଦୀୟ ଦଳ (Parliamentary Party)ର ମଧ୍ୟ ଅନୁରୂପ ପତନ ଖୁବଶୀଘ୍ର ହୋଇପାରେ। କେହି ଭାବିବା ପୂର୍ବରୁ ହିଁ ଏହା ଅତି ଶୀଘ୍ର ଘଟିବ।’

ସେ ଆହୁରି ମଧ୍ୟ କହିଛନ୍ତି- ‘ହଁ, ଆଲୋଚନା ଚାଲିଛି। ଏହା ପ୍ରକୃତରେ ଘଟୁଛି, ସମ୍ପୂର୍ଣ୍ଣ ସତ। ସମ୍ପୃକ୍ତ ସ୍ଥାନଗୁଡ଼ିକରୁ ଅନେକ (ତୃଣମୂଳ) ଏମ୍‌ପିଙ୍କୁ ଇଶାରା ବା ସଂକେତ ପଠାଯାଉଛି। ଏହାକୁ ଅସ୍ବୀକାର କରାଯାଇପାରିବ ନାହିଁ। ବୋଧହୁଏ ଏହାକୁ ରୋକାଯାଇ ମଧ୍ୟ ପାରିବ ନାହିଁ।’

Odisha’s No.1 Odia Daily

Share