୭ଉଇକେଟରେ ରାଜସ୍ଥାନକୁ ହରାଇଲା କୋଲ୍‌କାତା

ମୁମ୍ବାଇ,୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୫ ଉଇକେଟ ହରାଇ ୧୫୨ ରନ୍‌ କରିଥିଲା। ଜବାବରେ କୋଲକାତା ୧୯.୧ ଓଭରରେ ୩ ଉଇକେଟ ହରାଇ ୧୫୮ ରନ ସଂଗ୍ରହ କରି ନେଇଥିଲା। କ୍ରମାଗତ ୫ ପରାଜୟ ପରେ ବିଜୟ ସ୍ବାଦ ଚାଖିଛି କୋଲକାତା। ଅନ୍ୟପକ୍ଷରେ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି ରାଜସ୍ଥାନ। କୋଲକାତା ୩୨ ରନରେ ୨ଟି ଉଇକେଟ ହରାଇ ବିପଦରେ ପଡ଼ି ଥିବାବେଳେ ଅଧିନାୟକ ଶ୍ରେୟସ ଆୟାର ୩୪(୩ ଚୌକା, ୧ ଛକା) ରନର ଉପଯୋଗୀ ଇନିଂସ ଖେଳିଥିଲେ। ନୀତୀଶ ରାଣା ୪୮ (୩୭ ବଲ, ୩ ଚୌକା, ୨ ଛକା) ଓ ରିଙ୍କୁ ସିଂ ୪୨ (୨୩ ବଲ, ୬ ଚୌକା, ୧ ଛକା) ରନରେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ଅସମାପ୍ତ ୪ର୍ଥ ଉଇକେଟରେ ଏ ଦୁହେଁ ୩୮ ବଲ୍‌ରୁ ୬୬ ରନର ଭାଗୀଦାରି ଗଢ଼ିଥିବାବେଳେ ୨୦ତମ ଓଭରର ପ୍ରଥମ ବଲ୍‌କୁ ଛକାମାରି ୫ ବଲ୍‌ ପୂର୍ବରୁ ମ୍ୟାଚକୁ ଶେଷ କରିଥିଲେ ନୀତୀଶ। ୧୦ ମ୍ୟାଚରୁ କୋଲକାତାର ଏହା ୪ର୍ଥ ବିଜୟ ହୋଇଥିବାବେଳେ ସମାନ ମ୍ୟାଚରୁ ରାଜସ୍ଥାନର ୪ର୍ଥ ପରାଜୟ।
ଗତ ସିଜନର ଦୁଇ ଷ୍ଟାର ବରୁଣ ଚକ୍ରବର୍ତ୍ତୀ ଓ ଭେଙ୍କଟେଶ ଆୟରଙ୍କ ବିନା ମ୍ୟାଚ୍‌କୁ ଓହ୍ଲାଇଥିଲା କେକେଆର୍‌। ସେମାନଙ୍କ ସ୍ଥାନରେ ଅନୁକୂଳ ରୟ ଓ ରିଙ୍କୁ ସିଂଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। କେକେଆର୍‌ ଅଧିନାୟକ ଶ୍ରେୟାସ ଆୟାର ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ନିଷ୍ପତ୍ତିକୁ ଠିକ୍‌ ପ୍ରମାଣିତ କରିଥିଲେ ଉମେଶ ଯାଦବ। ସେ ଇନିଂସର ତୃତୀୟ ଓଭରରେ ଦେବଦତ୍ତ ପଡିକଲ (୨)ଙ୍କୁ ପ୍ୟାଭିଲିଅନ ପଠାଇଥିଲେ। ଅନ୍ୟତମ ଓପ୍‌ନର ଜୋସ୍‌ ବଟ୍‌ଲର(୨୨)ଙ୍କ ସହ ମିଶି ଅଧିନାୟକ ସଞ୍ଜୁ ଦ୍ୱିତୀୟ ଉଇକେଟ ପାଇଁ ୪୮ ରନ୍‌ ଯୋଡ଼ିଥିଲେ। ହେଲେ କୋଲ୍‌କାତାର ବୋଲରମାନେ ସେମାନଙ୍କୁ କଦାପି ହାତ ଖୋଲି ଖେଳିବାକୁ ସୁଯୋଗ ଦେଇ ନ ଥିଲେ। ତା’ପରେ ଛକା ମାରିବାକୁ ଯାଇ ବଟ୍‌ଲରଙ୍କ ଭଳି ବାଉଣ୍ଡାରୀ ପାଖରେ କରୁଣ ନାୟାର (୧୩), ରିୟାନ ପରାଗ (୧୯) ଓ ଅଧିନାୟକ ସାମ୍‌ସନ ଧରାପଡ଼ିଥିଲେ। ସାମସନ ଆଉଟ୍‌ ହେବା ପୂର୍ବରୁ ୪୯ ବଲରେ ୫୪ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ୭ ଚୌକା ଓ ୧ ଛକା ସାମିଲ ଥିଲା। ଅନ୍ତିମ ଦୁଇ ଓଭରରେ ଶିମରନ ହେଟମେର ୨୭ (୧ ଚୌକା ଓ ୨ ଛକା) ରନ୍‌ କରିବାରୁ ରାଜସ୍ଥାନ ୨୦ ଓଭରରେ ୫ ଉଇକେଟ ହରାଇ ୧୫୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। କୋଲ୍‌କାତା ପକ୍ଷରୁ ଟିମ୍‌ ସୌଦି ୨ଟି ଏବଂ ଉମେଶ, ଅନୁକୂଳ ଓ ଶିବମ୍‌ ମାଭି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର: ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୫୨/୫ (ସଞ୍ଜୁ ସାମ୍‌ସନ-୫୪, ଶିମରନ ହେଟମେର-୨୭*, ଟିମ୍‌ ସୌଦି-୨/୪୬, ଉମେଶ ଯାଦବ-୧/୨୪ )। କୋଲକାତା ନାଇଟ ରାଇଡର୍ସ ୧୯.୧ ଓଭରରେ ୧୫୮/୩ (ନୀତୀଶ ରାଣା-୪୮*, ରିଙ୍କୁ ସିଂ-୪୨*, ଶ୍ରେୟସ ଆୟାର-୩୪, ଟ୍ରେଣ୍ଟ ବୋଲ୍ଟ-୧/୨୫, ପ୍ରସିଦ୍ଧ କ୍ରିଷ୍ଣା-୩୭, କୁଲଦୀପ ସେନ-୧/୨୮)।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri