Categories: ଖେଳ

ଶେଷ ବଲରେ ଚୌକା ମାରି ମ୍ୟାଚ୍‌ ଜିତାଇଲେ ରିଙ୍କୁ ସିଂ

କୋଲକାତା,୯।୫: ରିଙ୍କୁ ସିଂ ମ୍ୟାଚ୍‌ର ଶେଷ ବଲରେ ଚୌକା ମାରି କୋଲକାତାକୁ ବିଜୟୀ କରିଛନ୍ତି। ଆଇପିଏଲ୍‌ର ୫୩ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୫ ଉଇକେଟରେ ହରାଇ ଦେଇଛି କୋଲାକାତା ନାଇଟ୍‌ ରାଇଡର୍ସ(କେକେଆର୍‌)। ଏହି ବିଜୟ ସହ କୋଲକାତା ୧୦ ପଏଣ୍ଟ ପାଇ ପଏଣ୍ଟ ବେବୁଲର ପଞ୍ଚମ ସ୍ଥାନକୁ ଉନ୍ନିତ ହୋଇଛି।

ଟସ୍‌ ଜିତି ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ଶିଖର ଧାଓ୍ବନଙ୍କ ୫୭ ରନ୍‌ ବଳରେ ୨୦ ଓଭରରେ ୭ ଉଇକେଟ ୧୭୯ ରନ୍‌ କରିଥିଲା। ଜବାବରେ କେକେଆର୍‌ ୨୦ ଓଭରରେ ୫ ଉଇକେଟ ହରାଇ ୧୮୨ରନ୍‌ କରି ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ୧୮୦ ରନ୍‌ର ପିଛା କରୁଥିବା କେକେଆର୍‌ ପକ୍ଷରୁ ନୀତୀଶ ରାଣା ସର୍ବାଧିକ ୫୧ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାସନ୍‌ ରୟ ୩୮ ଓ ଆନ୍ଦ୍ରେ ରସେଲ ୪୨ ରନ୍‌ କରିଥିଲେ। ୧୦ ବଲ୍‌ରୁ ୨୧ ରନ୍‌ କରିଥିବା ରିଙ୍କୁ ସିଂ ଶେଷ ବଲରେ ଚୌକା ମାରି ଦଳକୁ ଜିତାଇଥିଲେ। ପଞ୍ଜାବ ପକ୍ଷରୁ ରାହୁଲ ଚହର ୨, ହରପ୍ରୀତ ବ୍ରାର ଓ ନାଥାନ ଏଲିସ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share