Posted inଖେଳ

ବାଜିଲା ମୋହର! ଆୟରଙ୍କଠାରୁ ୨୨.୨୫ କୋଟି ଟଙ୍କା କମ୍‌ରେ କିଣା ହୋଇଥିବା ଖେଳାଳି ହେବେ KKR ଅଧିନାୟକ

ନୂଆଦିଲ୍ଲୀ,୨।୧୨: କେକେଆର୍‌ ୨୩.୭୫ କୋଟି ଟଙ୍କାରେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ଭେଙ୍କଟେଶ ଆୟରଙ୍କୁ କିଣିଥିଲା। ଏହା ପରଠାରୁ ତାଙ୍କୁ ଦଳ ଅଧିନାୟକ କରିବ ବୋଲି ଆଶା କରାଯାଇଥିଲା। ନିଜେ ଆୟର ମଧ୍ୟ ନେତୃତ୍ୱ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଏବେ କିଛି ଭିନ୍ନ ଖବର ଆସୁଛି। କେକେଆର୍‌ ଆୟରଙ୍କୁ ନୁହେଁ ବରଂ ଯାହାଙ୍କୁ ୨୨.୨୫ କୋଟି ଟଙ୍କା କମ୍‌ ଦେଇ କିଣିଛି, ତାଙ୍କୁ ଅଧିନାୟକ କରିବା ବିଷୟରେ ଚିନ୍ତା କରୁଛି। ସେ ହେଲେ ଅଜିଙ୍କ୍ୟ ରାହାନେ।

ରାହାନେଙ୍କୁ କୋଲକାତା ତାଙ୍କ ବେସ୍‌ ପ୍ରାଇସ୍‌ ୧.୫ କୋଟିରେ କିଣିଛି। ଏହା ପୂର୍ବରୁ ସେ ସିଏସ୍‌କେର ଅଂଶ ଥିଲେ। ଦଳ ତାଙ୍କୁ ରିଟେନ ନ କରିବା ପରେ କେକେଆର୍‌ ତାଙ୍କୁ କିଣିଥିଲା। ତେବେ ତାଙ୍କ ପାଖରେ ରାଜସ୍ଥାନ ରୟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ରାଇଜିଂ ପୁଣେ ସୁପରଜାଏଣ୍ଟସ୍‌ ଏବଂ ସିଏସ୍‌କେର ଅଧିନାୟକ ଭାବେ ଅନୁଭବ ରହିଛି। ଏମିତିରେ ଯଦି କେକେଆର୍‌ ତାଙ୍କୁ ଅଧିନାୟକ କରିବାକୁ ଚିନ୍ତା କରୁଛି ତେବେ ନିଶ୍ଚିତ ଭାବେ ତାଙ୍କର ଅନୁଭବ କାମରେ ଆସିବ।

ଟାଇମ୍ସ ଅଫ ଇଣ୍ଡିଆ ନିଜର ରିପୋର୍ଟରେ କହିଛି ଯେ, ରାହାନେଙ୍କୁ ନୂଆ ଅଧିନାୟକ କରିବାର ସମ୍ଭାବନା ୯୦%। କେକେଆର ତାଙ୍କୁ କେବଳ ଏଥିଯୋଗୁ କିଣିଛି। କେବଳ ଏଥିରେ ଆଧିକାରୀକ ଭାବେ ମୋହର ବାଜିବା ବାକି ରହିଛି।
୩ ଥରର ଆଇପିଏଲ୍‌ ଚାମ୍ପିଅନ୍‌ କେକେଆର ସହ ରାହାନେଙ୍କର ଏହା ଦ୍ୱିତୀୟ ଟର୍ମ ହେବ। ଏହାପୂର୍ବରୁ ୨୦୨୨ରେ ସେ ଏହାର ଅଂଶ ଥିଲେ। ୨୦୨୩ରେ ସିଏସ୍‌କେରୁ ଖେଳୁଥିବା ବେଳେ ସେ ୧୪ ମ୍ୟାଚ୍‌ରେ ୧୭୨.୪୯ ଷ୍ଟ୍ରାଇକ୍‌ ରେଟ୍‌ରେ ୩୨୬ ରନ୍‌ କରିଛନ୍ତି। ୨୦୨୪ ତାଙ୍କ ପାଇଁ ଭଲ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri