ବିଜୟ ଲକ୍ଷ୍ୟରେ କୋଲକାତା

ଦୁବାଇ, ୨୯।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁରୁବାର ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। କୋଲକାତା ୧୨ ମ୍ୟାଚରୁ ୧୨ ପଏଣ୍ଟ ପାଇଥିବାରୁ ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରଖିବା ପାଇଁ ଅବଶିଷ୍ଟ ୨ଟି ମ୍ୟାଚ ଜିତିବା ଜରୁରୀ ହୋଇପଡ଼ିଛି। ତେଣୁ ଚେନ୍ନାଇ ବିପକ୍ଷରେ ନିଶ୍ଚିତ ବିଜୟ ଲକ୍ଷ୍ୟ ନେଇ ଦଳ ପଡ଼ିଆକୁ ଓହ୍ଲାଇବ। ନଭେମ୍ବର ୧ରେ ଦଳ ଏହାର ଶେଷ ଲିଗ୍‌ ମ୍ୟାଚ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିବ। ଅନ୍ୟପକ୍ଷରେ ୧୨ ମ୍ୟାଚରୁ ମାତ୍ର ୮ ପଏଣ୍ଟ ପାଇ ପ୍ଲେ-ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ି ସାରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସହଜରେ ବାଟ ଛାଡ଼ିବାକୁ ଚାହିଁବନାହିଁ। ଲିଗ୍‌ ଇତିହାସରେ ପ୍ରଥମଥରପାଇଁ ଦଳ ଏପରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାରୁ ସମ୍ମାନର ସହ ପ୍ରତିଯୋଗିତା ଶେଷ କରିବାକୁ ଚାହିଁବ। କୋଲକାତା ବିପକ୍ଷ ମ୍ୟାଚ ପରେ ଦଳ ଏହାର ଶେଷ ମ୍ୟାଚ ସେହି ୧ ତାରିଖରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ସହିତ ଖେଳିବ।
ଚଳିତ ଆଇପିଏଲର ପଏଣ୍ଟ ଟେବୁଲକୁ ଦେଖିଲେ ଏକାଧିକ ଦଳ ୧୬ କିମ୍ବା ୧୪ ପଏଣ୍ଟରେ ସ୍ଥିର ରହିବା ଜଣା ପଡ଼ୁଛି। ଏପରି କ୍ଷେତ୍ରରେ ବଡ଼ ବିଜୟ ହାସଲ କରି ନେଟ୍‌ ରନହାର ବଢ଼ାଉଥିବା ଦଳ ହିଁ ଫାଇଦାରେ ରହିବେ। ଚେନ୍ନାଇ ଏହାର ପୂର୍ବ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଉଇକେଟରେ ହରାଇ ମନୋବଳ ଦୃଢ଼ କରିଛି। ତେଣୁ ଧୋନୀଙ୍କ ଦଳକୁ ହରାଇବା କୋଲକାତା ପାଇଁ ଏତେଟା ସହଜ ହେବନି ନିଶ୍ଚିତ। ଲିଗ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିଲେ ହେଁ ନାଇଟ ରାଇଡର୍ସର ବ୍ୟାଟିଂ ଅର୍ଡର ଏପର୍ଯ୍ୟନ୍ତ ସଜଡ଼ା ହୋଇ ପାରିଲା ନାହିଁ। ତେଣୁ ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ ଦଳପାଇଁ ଏହା ଚିନ୍ତାର କାରଣ ହୋଇଛି। ଆଗାମୀ ମ୍ୟାଚରେ ପୂର୍ବତନ ଅଧିନାୟକ ଦୀନେଶ କାର୍ତ୍ତିକ ଶ୍ରେଷ୍ଠ ପ୍ରଦର୍ଶନ ଦେବା ଜରୁରୀ ହୋଇପଡ଼ିଛି। ଟପ୍‌ ଅର୍ଡରରେ ନୀତୀଶ ରାଣାଙ୍କ ପ୍ରଦର୍ଶନରେ ସ୍ଥିରତା ରହି ପାରିନାହିଁ। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସେ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ ହେଁ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ ବିଫଳ ହୋଇଥିଲେ। ଟପ୍‌ ଅର୍ଡର କ୍ଲିକ୍‌ କଲେ ଯାଇ କୋଲକାତା ବଡ଼ ସ୍କୋର କରି ପାରିବ। ଦଳର ବୋଲିଂ ବିଭାଗ ଏପର୍ଯ୍ୟନ୍ତ ଭଲ କରି ଆସିଛନ୍ତି। ବିଶେଷ କରି ତାମିଲନାଡ଼ୁ ସ୍ପିନର ବରୁଣ ଚକ୍ରବର୍ତ୍ତୀ ପ୍ରଭାବୀ ପ୍ରଦର୍ଶନ କରି ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇ ପାରିଛନ୍ତି। ତେଣୁ ତାଙ୍କୁ ଆଗାମୀ ମ୍ୟାଚ ଗୁଡ଼ିକରେ ତାଙ୍କୁ ସେହି ପ୍ରଦର୍ଶନ ବଜାୟ ରଖିବାକୁ ହେବ। ନାଇଟରାଇଡର୍ସର ସବୁଠାରୁ ଦାମୀ ଖେଳାଳି ପ୍ୟାଟ୍‌ କୁମିନ୍ସ ଏପର୍ଯ୍ୟନ୍ତ ନିଜ ଦମ୍‌ରେ ଦଳକୁ ଜିତାଇପାରି ନାହାନ୍ତି। ଦଳର ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କୁ ଦକ୍ଷତା ଅନୁସାରେ ଖେଳ ଦେଖାଇବାକୁ ପଡ଼ିବ। ମାର୍ଚ୍ଚ ୨୧ରେ ଅନୁଷ୍ଠିତ ଚେନ୍ନାଇ ବିପକ୍ଷ ମ୍ୟାଚରେ ଦଳ ୧୦ ରନରେ ବିଜୟ ହାସଲ କରିଥିଲା। ଇଂଲଣ୍ଡର ବିଶ୍ୱକପ ବିଜୟୀ ଅଧିନାୟକ ଇଅନ ମୋର୍ଗାନ ଆଗାମୀ ମ୍ୟାଚରେ ଦଳଗତ ପ୍ରଦର୍ଶନ ଆଶା ରଖିଛନ୍ତି। କେବଳ ସେତିକି ନୁହେଁ ବୃହତ୍‌ ବିଜୟ ଉପରେ ମଧ୍ୟ ଦଳର ନଜର ରହିବ।
ଲିଗ୍‌ ଇତିହାସରେ ପ୍ରଥମଥରପାଇଁ ପ୍ଲେ-ଅଫ୍‌ରୁ ବଞ୍ଚତ୍ତ ହୋଇଥିବା ଚେନ୍ନାଇ ଏବେ କେବଳ ସମ୍ମାନ ପାଇଁ ଖେଳିବ। ବାଙ୍ଗାଲୋର ବିପକ୍ଷ ବିଜୟ ମୋମେଣ୍ଟମ୍‌କୁ ଦଳ ପରବର୍ତ୍ତୀ ୨ଟି ମ୍ୟାଚରେ ମଧ୍ୟ ବଜାୟ ରଖିବାକୁ ଚାହିଁବ। ଯୁବ ଋତୁରାଜ ଗାଏକ୍ୱାଡ୍‌ଙ୍କୁ ସାମିଲ କରିବା ଦ୍ୱାରା ଦଳର ବ୍ୟାଟିଂ ବିଭାଗ ଶକ୍ତିଶାଳୀ ହୋଇଛି। ତାଙ୍କର ଏହି ଫର୍ମକୁ ଲିଗ୍‌ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଧୋନୀ ଚାହାନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଟିଂ ବିଭାଗ ଶକ୍ତିଶାଳୀ ହୋଇଥିଲେ ହେଁ ଚେନ୍ନାଇର ବୋଲିଂ ୟୁନିଟ ଏହାର ପଥରୋଧ କରିବାରେ ସକ୍ଷମ ହୋଇଥିଲା। କୋଲକାତା ବ୍ୟାଟ୍ସମ୍ୟାନମାନେ ପ୍ରଦର୍ଶନରେ ସ୍ଥିରତା ରକ୍ଷାକରିପାରି ନ ଥିବାରୁ ଚେନ୍ନାଇ ବୋଲର ଏହାର ଫାଇଦା ନେବାକୁ ଚାହିଁବେ। ଚଳିତ ସିଜନରେ ଅଧିକ କିଛି ହାସଲ କରିବାର ନ ଥିବାରୁ ଅବଶିଷ୍ଟ ମ୍ୟାଚରେ କେବଳ ବିଜୟ ହାସଲ ଚେନ୍ନାଇର ମୁଖ୍ୟ ଲକ୍ଷ୍ୟ ହୋଇଯାଇଛି।
ଚେନ୍ନାଇ ସୁପରକିଙ୍ଗ୍ସ: ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ଏନ. ଜଗଦୀଶନ, ଋତୁରାଜ ଗାଏକ୍ୱାଡ, କେ. ଏମ. ଅସିଫ, ରବୀନ୍ଦ୍ର ଜାଡେଜା, ମୁରଲୀ ବିଜୟ, ଜୋଶ ହାଜେଲଉଡ୍‌, କେଦାର ଯାଦବ, କର୍ନ ଶର୍ମା, ପୀୟୂଲ ଚାଓ୍ବଲା, ଅମ୍ବାତି ରାୟୁଡ଼ୁ, ଇମ୍ରାନ ତାହିର, ଦୀପକ ଚହର, ଫାଫ୍‌ ଡୁ ପ୍ଲେସି, ଶାର୍ଦ୍ଦୁଳ ଠାକୁର, ମିଚେଲ ସାଣ୍ଟନର, ଲୁନ୍‌ଗି ଏନ୍‌ଗିଡି, ସାମ୍‌ କୁରାନ, ମୋନୁ କୁମାର, ଶେନ ଓ୍ବାଟସନ, ସାଇ କିଶୋର।
କୋଲକାତା ନାଇଟ ରାଇଡର୍ସ: ଇଅନ ମୋର୍ଗାନ (ଅଧିନାୟକ), ଦୀନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, କମଲେଶ ନାଗରକୋଟି, କୁଲଦୀପ ଯାଦବ, ଲୋକି ଫର୍ଗୁସନ, ନୀତୀଶ ରାଣା, ପ୍ରସିଦ୍ଧ କ୍ରିଷ୍ଣା, ରିଙ୍କୁ ସିଂ, ସନ୍ଦୀପ ଓ୍ବାରିୟର, ଶିଭମ୍‌ ମାଭି, ଶୁବମନ ଗିଲ, ସିଦ୍ଧେଶ ଲାଡ୍‌, ସୁନୀଲ ନାରିନ, ପ୍ୟାଟ୍‌ କୁମିନ୍ସ, ବରୁଣ ଚକ୍ରବର୍ତ୍ତୀ, ଟମ୍‌ ବାଣ୍ଟନ, ରାହୁଲ ତ୍ରିପାଠୀ, କ୍ରିସ୍‌ ଗ୍ରୀନ, ଏମ ସିଦ୍ଧାର୍ଥ, ନିଖିଲ ନାଏକ, ଟିମ୍‌ ସିଫର୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri