ବିଜୟ ଲକ୍ଷ୍ୟରେ କୋଲକାତା

ଦୁବାଇ, ୨୯।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁରୁବାର ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। କୋଲକାତା ୧୨ ମ୍ୟାଚରୁ ୧୨ ପଏଣ୍ଟ ପାଇଥିବାରୁ ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରଖିବା ପାଇଁ ଅବଶିଷ୍ଟ ୨ଟି ମ୍ୟାଚ ଜିତିବା ଜରୁରୀ ହୋଇପଡ଼ିଛି। ତେଣୁ ଚେନ୍ନାଇ ବିପକ୍ଷରେ ନିଶ୍ଚିତ ବିଜୟ ଲକ୍ଷ୍ୟ ନେଇ ଦଳ ପଡ଼ିଆକୁ ଓହ୍ଲାଇବ। ନଭେମ୍ବର ୧ରେ ଦଳ ଏହାର ଶେଷ ଲିଗ୍‌ ମ୍ୟାଚ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିବ। ଅନ୍ୟପକ୍ଷରେ ୧୨ ମ୍ୟାଚରୁ ମାତ୍ର ୮ ପଏଣ୍ଟ ପାଇ ପ୍ଲେ-ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ି ସାରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସହଜରେ ବାଟ ଛାଡ଼ିବାକୁ ଚାହିଁବନାହିଁ। ଲିଗ୍‌ ଇତିହାସରେ ପ୍ରଥମଥରପାଇଁ ଦଳ ଏପରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାରୁ ସମ୍ମାନର ସହ ପ୍ରତିଯୋଗିତା ଶେଷ କରିବାକୁ ଚାହିଁବ। କୋଲକାତା ବିପକ୍ଷ ମ୍ୟାଚ ପରେ ଦଳ ଏହାର ଶେଷ ମ୍ୟାଚ ସେହି ୧ ତାରିଖରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ସହିତ ଖେଳିବ।
ଚଳିତ ଆଇପିଏଲର ପଏଣ୍ଟ ଟେବୁଲକୁ ଦେଖିଲେ ଏକାଧିକ ଦଳ ୧୬ କିମ୍ବା ୧୪ ପଏଣ୍ଟରେ ସ୍ଥିର ରହିବା ଜଣା ପଡ଼ୁଛି। ଏପରି କ୍ଷେତ୍ରରେ ବଡ଼ ବିଜୟ ହାସଲ କରି ନେଟ୍‌ ରନହାର ବଢ଼ାଉଥିବା ଦଳ ହିଁ ଫାଇଦାରେ ରହିବେ। ଚେନ୍ନାଇ ଏହାର ପୂର୍ବ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଉଇକେଟରେ ହରାଇ ମନୋବଳ ଦୃଢ଼ କରିଛି। ତେଣୁ ଧୋନୀଙ୍କ ଦଳକୁ ହରାଇବା କୋଲକାତା ପାଇଁ ଏତେଟା ସହଜ ହେବନି ନିଶ୍ଚିତ। ଲିଗ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିଲେ ହେଁ ନାଇଟ ରାଇଡର୍ସର ବ୍ୟାଟିଂ ଅର୍ଡର ଏପର୍ଯ୍ୟନ୍ତ ସଜଡ଼ା ହୋଇ ପାରିଲା ନାହିଁ। ତେଣୁ ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ ଦଳପାଇଁ ଏହା ଚିନ୍ତାର କାରଣ ହୋଇଛି। ଆଗାମୀ ମ୍ୟାଚରେ ପୂର୍ବତନ ଅଧିନାୟକ ଦୀନେଶ କାର୍ତ୍ତିକ ଶ୍ରେଷ୍ଠ ପ୍ରଦର୍ଶନ ଦେବା ଜରୁରୀ ହୋଇପଡ଼ିଛି। ଟପ୍‌ ଅର୍ଡରରେ ନୀତୀଶ ରାଣାଙ୍କ ପ୍ରଦର୍ଶନରେ ସ୍ଥିରତା ରହି ପାରିନାହିଁ। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସେ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ ହେଁ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ ବିଫଳ ହୋଇଥିଲେ। ଟପ୍‌ ଅର୍ଡର କ୍ଲିକ୍‌ କଲେ ଯାଇ କୋଲକାତା ବଡ଼ ସ୍କୋର କରି ପାରିବ। ଦଳର ବୋଲିଂ ବିଭାଗ ଏପର୍ଯ୍ୟନ୍ତ ଭଲ କରି ଆସିଛନ୍ତି। ବିଶେଷ କରି ତାମିଲନାଡ଼ୁ ସ୍ପିନର ବରୁଣ ଚକ୍ରବର୍ତ୍ତୀ ପ୍ରଭାବୀ ପ୍ରଦର୍ଶନ କରି ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇ ପାରିଛନ୍ତି। ତେଣୁ ତାଙ୍କୁ ଆଗାମୀ ମ୍ୟାଚ ଗୁଡ଼ିକରେ ତାଙ୍କୁ ସେହି ପ୍ରଦର୍ଶନ ବଜାୟ ରଖିବାକୁ ହେବ। ନାଇଟରାଇଡର୍ସର ସବୁଠାରୁ ଦାମୀ ଖେଳାଳି ପ୍ୟାଟ୍‌ କୁମିନ୍ସ ଏପର୍ଯ୍ୟନ୍ତ ନିଜ ଦମ୍‌ରେ ଦଳକୁ ଜିତାଇପାରି ନାହାନ୍ତି। ଦଳର ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କୁ ଦକ୍ଷତା ଅନୁସାରେ ଖେଳ ଦେଖାଇବାକୁ ପଡ଼ିବ। ମାର୍ଚ୍ଚ ୨୧ରେ ଅନୁଷ୍ଠିତ ଚେନ୍ନାଇ ବିପକ୍ଷ ମ୍ୟାଚରେ ଦଳ ୧୦ ରନରେ ବିଜୟ ହାସଲ କରିଥିଲା। ଇଂଲଣ୍ଡର ବିଶ୍ୱକପ ବିଜୟୀ ଅଧିନାୟକ ଇଅନ ମୋର୍ଗାନ ଆଗାମୀ ମ୍ୟାଚରେ ଦଳଗତ ପ୍ରଦର୍ଶନ ଆଶା ରଖିଛନ୍ତି। କେବଳ ସେତିକି ନୁହେଁ ବୃହତ୍‌ ବିଜୟ ଉପରେ ମଧ୍ୟ ଦଳର ନଜର ରହିବ।
ଲିଗ୍‌ ଇତିହାସରେ ପ୍ରଥମଥରପାଇଁ ପ୍ଲେ-ଅଫ୍‌ରୁ ବଞ୍ଚତ୍ତ ହୋଇଥିବା ଚେନ୍ନାଇ ଏବେ କେବଳ ସମ୍ମାନ ପାଇଁ ଖେଳିବ। ବାଙ୍ଗାଲୋର ବିପକ୍ଷ ବିଜୟ ମୋମେଣ୍ଟମ୍‌କୁ ଦଳ ପରବର୍ତ୍ତୀ ୨ଟି ମ୍ୟାଚରେ ମଧ୍ୟ ବଜାୟ ରଖିବାକୁ ଚାହିଁବ। ଯୁବ ଋତୁରାଜ ଗାଏକ୍ୱାଡ୍‌ଙ୍କୁ ସାମିଲ କରିବା ଦ୍ୱାରା ଦଳର ବ୍ୟାଟିଂ ବିଭାଗ ଶକ୍ତିଶାଳୀ ହୋଇଛି। ତାଙ୍କର ଏହି ଫର୍ମକୁ ଲିଗ୍‌ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଧୋନୀ ଚାହାନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଟିଂ ବିଭାଗ ଶକ୍ତିଶାଳୀ ହୋଇଥିଲେ ହେଁ ଚେନ୍ନାଇର ବୋଲିଂ ୟୁନିଟ ଏହାର ପଥରୋଧ କରିବାରେ ସକ୍ଷମ ହୋଇଥିଲା। କୋଲକାତା ବ୍ୟାଟ୍ସମ୍ୟାନମାନେ ପ୍ରଦର୍ଶନରେ ସ୍ଥିରତା ରକ୍ଷାକରିପାରି ନ ଥିବାରୁ ଚେନ୍ନାଇ ବୋଲର ଏହାର ଫାଇଦା ନେବାକୁ ଚାହିଁବେ। ଚଳିତ ସିଜନରେ ଅଧିକ କିଛି ହାସଲ କରିବାର ନ ଥିବାରୁ ଅବଶିଷ୍ଟ ମ୍ୟାଚରେ କେବଳ ବିଜୟ ହାସଲ ଚେନ୍ନାଇର ମୁଖ୍ୟ ଲକ୍ଷ୍ୟ ହୋଇଯାଇଛି।
ଚେନ୍ନାଇ ସୁପରକିଙ୍ଗ୍ସ: ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ଏନ. ଜଗଦୀଶନ, ଋତୁରାଜ ଗାଏକ୍ୱାଡ, କେ. ଏମ. ଅସିଫ, ରବୀନ୍ଦ୍ର ଜାଡେଜା, ମୁରଲୀ ବିଜୟ, ଜୋଶ ହାଜେଲଉଡ୍‌, କେଦାର ଯାଦବ, କର୍ନ ଶର୍ମା, ପୀୟୂଲ ଚାଓ୍ବଲା, ଅମ୍ବାତି ରାୟୁଡ଼ୁ, ଇମ୍ରାନ ତାହିର, ଦୀପକ ଚହର, ଫାଫ୍‌ ଡୁ ପ୍ଲେସି, ଶାର୍ଦ୍ଦୁଳ ଠାକୁର, ମିଚେଲ ସାଣ୍ଟନର, ଲୁନ୍‌ଗି ଏନ୍‌ଗିଡି, ସାମ୍‌ କୁରାନ, ମୋନୁ କୁମାର, ଶେନ ଓ୍ବାଟସନ, ସାଇ କିଶୋର।
କୋଲକାତା ନାଇଟ ରାଇଡର୍ସ: ଇଅନ ମୋର୍ଗାନ (ଅଧିନାୟକ), ଦୀନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, କମଲେଶ ନାଗରକୋଟି, କୁଲଦୀପ ଯାଦବ, ଲୋକି ଫର୍ଗୁସନ, ନୀତୀଶ ରାଣା, ପ୍ରସିଦ୍ଧ କ୍ରିଷ୍ଣା, ରିଙ୍କୁ ସିଂ, ସନ୍ଦୀପ ଓ୍ବାରିୟର, ଶିଭମ୍‌ ମାଭି, ଶୁବମନ ଗିଲ, ସିଦ୍ଧେଶ ଲାଡ୍‌, ସୁନୀଲ ନାରିନ, ପ୍ୟାଟ୍‌ କୁମିନ୍ସ, ବରୁଣ ଚକ୍ରବର୍ତ୍ତୀ, ଟମ୍‌ ବାଣ୍ଟନ, ରାହୁଲ ତ୍ରିପାଠୀ, କ୍ରିସ୍‌ ଗ୍ରୀନ, ଏମ ସିଦ୍ଧାର୍ଥ, ନିଖିଲ ନାଏକ, ଟିମ୍‌ ସିଫର୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri