Posted inଜାତୀୟ

ଟ୍ରେନି ଡାକ୍ତର ବଳତ୍କାର ଏବଂ ହତ୍ୟା ଘଟଣା, ବଡ଼ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ

କୋଲକାତା, ୧୩।୦୮: ପଶ୍ଚିମବଙ୍ଗର ରାଜଧାନୀରେ ଘଟିଥିବା ଟ୍ରେନି ମହିଳା ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟା ଘଟଣାରେ କୋଲକାତା ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଏହି ମାମଲାରେ ସିବିଆଇକୁ ତଦନ୍ତ ଭାର ଦେବାକୁ କହିଛନ୍ତି । ମୁଖ୍ୟ ବିଚାରପତି ଟିଏସ୍‌ ଶିବାଗନମ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ମୃତା ଡାକ୍ତରଙ୍କ ମାଆ-ବାପା ଦାଏର କରିଥିବା ଯାଚିକାର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏଥିସହିତ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବା ନେଇ ଏକାଧିକ ଯାଚିକା ଦାଏର ହୋଇଥିଲା । ତେବେ ଏହି ମାମଲା ବର୍ତ୍ତମାନ ପର୍ଯ୍ୟନ୍ତ ପଶ୍ଟିମବଙ୍ଗ ପୋଲିସ୍‌ ହାତରେ ରହିଛି।

ଉଚ୍ଚ ନ୍ୟାୟାଳୟ ଶୁଣାଣି ବେଳେ କହିଛନ୍ତି ଯେ, ମୃତା ଡାକ୍ତରଙ୍କ ମାଆ-ବାପା ଏହିଭଳି ତଦନ୍ତକୁ ନେଇ ଭୟଭୀତ ଅଛନ୍ତି । ସାଧାରଣ ଘଟଣା ହୋଇଥିଲେ ଆମେ ଏକ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଇଥାନ୍ତୁ । ହେଲେ ଏହି ଘଟଣା ଅତିନୃଶଂସନୀୟ ଏବଂ ବିନା ସମୟ ନଷ୍ଟ ନକରି ଏହାର ଉଚିତ୍‌ ତଦନ୍ତ ହେବା ଆବଶ୍ୟକ । ତଦନ୍ତରେ ସ଼୍ବଚ୍ଛତା ରହିବା ଆବଶ୍ୟକ । ତେଣୁ ମୃତା ଡାକ୍ତରଙ୍କ ମାଆ-ବାପାଙ୍କ ଦ଼୍ବାରା ଦାଏର ଯାଚିକାକୁ ଗ୍ରହଣ କରାଯାଇ ଏହା ସିବିଆଇକୁ ହସ୍ତାନ୍ତର କରାଯିବାକୁ ନିର୍ଦ୍ଦେଶ ଦିଆଯାଉଛି ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେ ସ୍ବାମୀ ଚାହାଁନ୍ତି ନାହିଁ, ହେଲେ ତାଙ୍କ ଶୁକ୍ରାଣୁ ବ୍ୟବହାର କରି ଏକ ସନ୍ତାନ ଚାହାଁନ୍ତି – ଏହି ମାମଲା ଶୁଣି ବିସ୍ମିତ ହେଲେ ହାଇକୋର୍ଟ

ମୁମ୍ବାଇ,୧୫।୩: ମୁମ୍ବାଇର ଜଣେ ମହିଳାଙ୍କ ସହିତ ଜଡିତ ଏକ ଅନନ୍ୟ ଆଇନଗତ ବିବାଦ ଏବେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି। ୪୬ ବର୍ଷୀୟ ମହିଳା ତାଙ୍କ ସ୍ବାମୀଙ୍କଠାରୁ ଅଲଗା…

ଜେଲ ଭିତରୁ କଏଦୀଙ୍କ ଝୁଲନ୍ତା ମୃତଦେହ ଜବତ ଘଟଣା, ତଦନ୍ତ ଆରମ୍ଭ କଲେ ଜେଲ ଡିଆଇଜି

ବଲାଙ୍ଗୀର,୧୫।୩(ସୁନିଲ କୁମାର ମହାନ୍ତି ): ଶନିବାର ବଲାଙ୍ଗୀର ଜେଲ ଭିତରେ ଜଣେ କଏଦୀଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଥିଲା। ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ଜେଲ…

ଏହି ଦିନରୁ ମହଙ୍ଗା ହେବ FASTag ବାର୍ଷିକ ପାସ୍: ଜାଣନ୍ତୁ କେତେ ବଢ଼ିଲା ଦର

ନୂଆଦିଲ୍ଲୀ,୧୫।୩: ଜାତୀୟ ରାଜପଥରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ନିଜ ଗାଡ଼ି ପାଇଁ FASTag ବାର୍ଷିକ ପାସ୍ ବ୍ୟବହାର କରୁଛନ୍ତି, ତେବେ…

କୁମ୍ଭ ରାଶିରେ ସୃଷ୍ଟି ହେବ ଚତୁର୍ଗ୍ରହୀ ଯୋଗ, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ପ୍ରଚୁର ଟଙ୍କା!

୧୬ ମାର୍ଚ୍ଚ ସନ୍ଧ୍ୟାରେ କୁମ୍ଭ ରାଶିରେ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେବ । ରାହୁ, ମଙ୍ଗଳ ଏବଂ ବୁଧ ଗ୍ରହ କୁମ୍ଭ ରାଶିରେ ପୂର୍ବରୁ ଅବସ୍ଥିତ ରହିଛନ୍ତି…

ବାଜିଲା ନିର୍ବାଚନି ବିଗୁଲ, ୪ମେ’ରେ ହେବ ଭୋଟ ଗଣତି

ନୂଆଦିଲ୍ଲୀ,୧୫।୩: ନିର୍ବାଚନ କମିଶନ ଆଜି ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି – ମାର୍ଚ୍ଚ ୧୫। ପଶ୍ଚିମବଙ୍ଗରେ ଭୋଟ…

ମଝି ପଡ଼ିଆରେ ସଲମାନ ଆଗାଙ୍କ ସହ ‘ଖେଳ’ ହୋଇଗଲା! ରନ-ଆଉଟକୁ ନେଇ ହାସ୍ୟାସ୍ପଦ ପୋଷ୍ଟ ଭାଇରାଲ

ରାଓ୍ବଲପିଣ୍ଡି,୧୫।୩: ବର୍ତ୍ତମାନ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳାଯାଉଛି। ସିରିଜର ଦ୍ୱିତୀୟ ମ୍ୟାଚରେ, ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସଲମାନ ଅଲି…

ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ସ୍ବାମୀଙ୍କ ଆତ୍ମହତ୍ୟା, ଅନାଥ ହୋଇଗଲା ୨ ବର୍ଷର ଶିଶୁକନ୍ୟା 

ବାହାନଗା,୧୫।୩(ଅରୂପ କୁମାର ଦାସ):  ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ମହାରୁଦ୍ରପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସନ୍ଦେହ ଯୋଗୁ ଗୋଟିଏ ହସଖୁସିର ସଂସାର…

ନିର୍ବାଚନ ପୂର୍ବରୁ ମମତାଙ୍କ ମାଷ୍ଟରଷ୍ଟ୍ରୋକ୍‌, କଲେ ବଡ଼ ଘୋଷଣା

କୋଲକାତା,୧୫।୩: ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ମାଷ୍ଟରଷ୍ଟ୍ରୋକ୍‌ ମାରିଛନ୍ତି। ରବିବାର ଏକ ଘୋଷଣା କରି, ସେ କହିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri