Posted inଜାତୀୟ

କୋଲକାତା ବଳାତ୍କାର ଘଟଣାରେ ସିବିଆଇ ହାତରେ ଲାଗିଲା ବଡ଼ ସୁରାକ, ପୀଡିତାଙ୍କ ସହ ହୋଇନାହିଁ…

କୋଲକାତା,୨୩।୮: କୋଲକାତାର ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାର ତଦନ୍ତ କରୁଥିବା ସିବିଆଇ ଏହି ମାମଲାରେ ତଦନ୍ତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛି। ଏହି ସମୟରେ ନୂଆ ପ୍ରମାଣ ସାମ୍ନାକୁ ଆସିଛି। ଯେଉଁଥିରେ ସିବିଆଇ ଜାଣିବାକୁ ପାଇଛି ଯେ ପୀଡିତାଙ୍କ ସହିତ କୌଣସି ଗଣବଳାତ୍କାର ହୋଇନାହିଁ। ଏଥିସହ ମୃତ ବଳାତ୍କାର ଓ ହତ୍ୟାରେ ସଞ୍ଜୟ ରୟ ନାମକ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ସମ୍ପର୍କରେ ସିବିଆଇକୁ ସଙ୍କେତ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଛି।

ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସିବିଆଇ କୋର୍ଟରେ ଅନୁସନ୍ଧାନର ସ୍ଥିତି ରିପୋର୍ଟ ଉପସ୍ଥାପନ କରିଛି। ସିବିଆଇ ଫୋରେନସିକ ରିପୋର୍ଟ ଦେଖିଛି। ପ୍ରକାଶ ଥାଉକି, ଏକ ରିପୋର୍ଟରେ ଦାବି କରାଯାଇଛି ଏପର୍ଯ୍ୟନ୍ତ ଯାଞ୍ଚରେ ସିବିଆଇ କେବଳ ବଳାତ୍କାର ଏବଂ ହତ୍ୟା ମାମଲାରେ ସଞ୍ଜୟ ରୟଙ୍କ ସମ୍ପୃକ୍ତି ପାଇଛି, ଅର୍ଥାତ୍‌ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଜଣେ ବ୍ୟକ୍ତି ବଳାତ୍କାର ଏବଂ ହତ୍ୟା ମାମଲାରେ ଜଡ଼ିତ ଥିବା ସାମ୍ନାକୁ ଆସିଛି ଏବଂ ଡିଏନଏ ରିପୋର୍ଟ ମଧ୍ୟ ସଞ୍ଜୟ ରୟଙ୍କ ସମ୍ପୃକ୍ତିକୁ ନିଶ୍ଚିତ କରିଛି।

କୋଲକାତା ବଳାତ୍କାର ଓ ହତ୍ୟା ମାମଲାର ତଳ ଭାଗକୁ ଆସିବା ପାଇଁ ସିବିଆଇ ନିରନ୍ତର କାର୍ଯ୍ୟ କରୁଛି। ତେବେ ଏହି ମାମଲାରେ ସିବିଆଇ ଏପର୍ଯ୍ୟନ୍ତ ପାଇଥିବା ସୂତ୍ର ଏବଂ ପ୍ରମାଣ ଗଣବଳାତ୍କାରକୁ ନିଶ୍ଚିତ କରେ ନାହିଁ। ଏପର୍ଯ୍ୟନ୍ତ କରାଯାଇଥିବା ସିବିଆଇ ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ଗଣବଳାତ୍କାର ନୁହେଁ। ତେବେ ଅଧିକ ଲୋକଙ୍କ ସମ୍ପୃକ୍ତି ଏବଂ ଗଣବଳାତ୍କାର ସିଦ୍ଧାନ୍ତ ଉପରେ ସିବିଆଇ ଏହାର ତଦନ୍ତ ଶେଷ କରିନାହିଁ। ଏହା ଉପରେ ଚୂଡ଼ାନ୍ତ ମତାମତ ପାଇବା ପାଇଁ ସିବିଆଇ ବ୍ୟକ୍ତିଗତ ଫୋରେନସିକ ରିପୋର୍ଟ ବିଶେଷଜ୍ଞଙ୍କ ସାହାଯ୍ୟ ନେଇପାରେ। କୋଲକାତା ଡାକ୍ତର ବଳାତ୍କାର ଓ ହତ୍ୟା ମାମଲାର ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ କହିଛି ଯେ ଫୋରେନସିକ ରିପୋର୍ଟ ଏବଂ ସିସିଟିଭି ପ୍ରମାଣ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଅଭିଯୁକ୍ତ ସଞ୍ଜୟ ରୟଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri