Posted inଖେଳ

ବାଙ୍ଗାଲୋର ବିପକ୍ଷରେ ତ୍ରୁଟି ସୁଧାରିବା ଲକ୍ଷ୍ୟରେ କୋଲକାତା

ଆବୁଧାବି,୨୧।୧୦(ପି.ଟି.): କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବୁଧବାର ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୯ତମ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ସ୍ଥାନୀୟ ଶେଖ ଜାଏଦା ଷ୍ଟାଡିୟମରେ ଖେ ଳାଯିବାକୁ ଥିବା ଏହି ମ୍ୟାଚ୍‌ରେ କୋଲକାତା ତା’ର ତ୍ରୁଟି ସୁଧାରିବାକୁ ପ୍ରୟାସ କରିବ। ଫାଷ୍ଟ ଲେଗ୍‌ରେ ବାଙ୍ଗାଲୋରଠାରୁ ପରାସ୍ତ ହୋଇଥିବାରୁ କୋଲକାତ ଏହା ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।
୯ଟି ମ୍ୟାଚ୍‌ ପରେ କୋଲକାତା ତା’ର ଅଧିନାୟକ ପରିବର୍ତ୍ତନ କରିବାକୁ ହୃଦୟଙ୍ଗମ କରିଥିଲା। ଦୀଦେଶ କାର୍ତ୍ତିକଙ୍କୁ ହଟାଇ ଇଂଲଣ୍ଡ ବିଶ୍ୱକପ୍‌ ବିଜୟୀ ଅଧିନାୟକ ଇଅନ ମୋର୍ଗାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏହା ମଧ୍ୟ କାମ ଦେଇଛି। ତାଙ୍କ ନେତୃତ୍ୱରେ କୋଲକାତା ପୂରା ଢଙ୍ଗରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ହରାଇଥିଲା। ବିଳମ୍ଭରେ ହେଲେ ମଧ୍ୟ ଦ୍ରୁତ ବୋଲର ଲୋକି ଫର୍ଗୁସନଙ୍କୁ ଦଳରେ ସାମିଲ କରି କୋଲକାତା ଭଲ ଫଳାଫଳ ହାସଲ କରିଛି। ଦମ୍‌ଦାର ବୋଲିଂ କରି ଫର୍ଗୁସନ ୪ ଓଭରରେ ମାତ୍ର ୧୫ ରନ ବ୍ୟୟ କରି ୩ ଉଇକେଟ ହାସଲ କରିଥିଲେ। ସେହିପରି ସୁପର ଓଭରରେ ୩ଟି ବଲରୁ ୨ ରନ ଦେଇ ୨ ଉଇକେଟ ଅକ୍ତିଆର କରି ସେ ଦଳକୁ ଜିତାଇଥିଲେ। ଗତ ସଂସ୍କରଣରେ କୋଲକାତା ପାଇଁ ଫର୍ଗୁସନ ୫ଟି ମ୍ୟାଚ୍‌ ଖେଳି ମାତ୍ର ୨ ଉଇକେଟ ହାସଲ କରିଥିଲେ। ନିଜ ପେସ୍‌ ଓ ଭେରିଏଶନରେ ସେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଚକ୍‌ମା ଦେବାକୁ ସକ୍ଷମ ହୋଇଥିଲେ। ପ୍ରଥମ ବଲ୍‌ରେ ହିଁ ସେ କେନ୍‌ ଓ୍ବଲିୟମସନଙ୍କୁ ଆଉଟ୍‌ କରିଥିଲେ। କୋଲକାତା ଏବେ ୯ଟି ମ୍ୟାଚ୍‌ ଖେଳି ୫ ବିଜୟ, ୪ ପରାଜୟ ସହ ୧୦ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଆଉ ୫ଟି ମ୍ୟାଚ୍‌ ବାକି ଥିବା ବେଳେ ଫର୍ଗୁସନ କୋଲକାତାକୁ ପ୍ଲେ-ଅଫ୍‌ରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ତେବେ ତାରକା ଅଷ୍ଟ୍ରେଲିଆ ବୋଲର ପ୍ୟାଟ୍‌ କୁମିନ୍ସ ତାଙ୍କ ଚମକ ଦେଖାଇପାରିନାହାନ୍ତି। ସେ ୯ଟି ମ୍ୟାଚ୍‌ ଖେଳି ମାତ୍ର ୩ଟି ଉଇକେଟ ହାସଲ କରିଛନ୍ତି। ତେବେ ମୋର୍ଗାନ କିପରି ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି, ଅଭିଜ୍ଞ ବ୍ୟାଟ୍ସମ୍ୟନ ଏବି ଡି’ଭିଲର୍ସ, ଆରୋନ ଫିଞ୍ଚ୍‌ଙ୍କ ବିପକ୍ଷରେ ଫର୍ଗୁସନଙ୍କୁ ବ୍ୟବହାର କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଫର୍ଗୁସନଙ୍କୁ ଦଳରେ ସାମିଲ କରିବା ପରେ କୋଲକାତାକୁ ଭଲ ଇନ୍‌ପୁଟ୍‌ ମିଳିଛି। ତେବେ ତାରକା ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ କ୍ରମାଗତ ଭାବେ ବିଫଳ ହେଉଥିବାରୁ ଦଳ ସଂଘର୍ଷ କରୁଛି। ଗତ ସଂସ୍କରଣରେ ଜବରଦସ୍ତ ପ୍ରଦର୍ଶନ କରିଥିବା ରସେଲ ଏଥର ୯ଟି ମ୍ୟାଚ୍‌ ଖେଳି ୧୧.୫୦ ହାରରେ ମାତ୍ର ୯୨ ରନ ସଂଗ୍ରହ କରିଛନ୍ତି। ଶର୍ଟ ବଲରେ ପ୍ରତିପକ୍ଷ ବୋଲର ତାଙ୍କୁ ବାରମ୍ବର ଚକ୍‌ମା ଦେବାରେ ସକ୍ଷମ ହୋଇଛନ୍ତି। ପଡିଆରେ ସେ ମଧ୍ୟ ବେଶ୍‌ କ୍ଳାନ୍ତ ଥିବା ଜଣାପଡୁଛି। ଏପଟେ ସୁନୀଲ ନାରିନଙ୍କ ଆକ୍ସନରେ ତ୍ରୁଟି ନ ଥିବାରୁ ତାଙ୍କୁ ପୁଣି ଦଳରେ ସାମିଲ କରାଯାଇପାରେ। ୮ଟି ମ୍ୟାଚ୍‌ରେ ବେଞ୍ଚ୍‌ରେ ବସିବା ପରେ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଗତ ମ୍ୟାଚ୍‌ରେ ଖେଳି ନିୟମିତ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ସହ ଭଲ ପ୍ରଦର୍ଶନ କରିଥିଲେ।
ଅପରପକ୍ଷରେ ବାଙ୍ଗାଲୋର ୯ଟି ମ୍ୟାଚ୍‌ ଖେଳି ୬ ବିଜୟ ଓ ୩ ପରାଜୟ ସହ ୧୨ ପଏଣ୍ଟ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହି କୋଲକାତାର ଠିକ୍‌ ଉପରେ ରହିଛି। ଗତ ମ୍ୟାଚ୍‌ରେ ବାଙ୍ଗାଲୋର ରାଜସ୍ଥାନକୁ ୭ ଉଇକେଟରେ ପରାସ୍ତ କରିଥିଲା। ୨୨ ବଲରୁ ଅପରାଜିତ ୫୫ ରନ ସଂଗ୍ରହ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଫଳରେ ଦଳ ୧୭୮ ରନର ବିଜୟ ଲକ୍ଷ୍ୟକୁ ବାଙ୍ଗାଲୋର ସହଜରେ ହାସଲ କରିଥିଲା। କୋହଲି ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କଲେ ଦଳ ସହଜରେ ପ୍ଲେ- ଅଫ୍‌କୁ ଯାଇ ପାରିବ।
କୋଲକାତା ନାଇଟ ରାଇଡର୍ସ ଦଳ:
ଇଅନ ମୋର୍ଗାନ (ଅଧିନାୟକ), ଶୁବମନ ଗିଲ, ନୀତୀଶ ରାଣା, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ (ଉଇକେଟକିପର), ଆନ୍ଦ୍ରେ ରସେଲ, କୁଲଦୀପ ଯାଦବ, ଲୋକି ଫର୍ଗୁସନ,’ପ୍ୟାଟ୍‌ କୁମିନ୍ସ, ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରିନ, ଟମ୍‌ ବାଣ୍ଟନ, ସିଦ୍ଧେଶ ଲାଡ, କମଳେଶ ନାଗରକୋଟି, ପ୍ରସିଦ୍ଧ କ୍ରିଷ୍ଣା, ସନ୍ଦୀପ ଓ୍ବାରିୟର, ଶିବମ ମାଭି, ରିଙ୍କୁ ସିଂ, କ୍ରିସ୍‌ ଗ୍ରୀନ୍‌, ଏମ. ସିଦ୍ଧାର୍ଥ ଓ ନିଖିଲ ନାଏକ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ:
ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲର୍ସ, ପାର୍ଥତ୍ବ ପଟେଲ, ଆରୋନ ଫିଞ୍ଚ୍‌, ଜୋଶ ଫିଲିପ, କ୍ରିସ୍‌ ମୋରିସ, ମୋଇନ ଅଲି, ମହମ୍ମଦ ସିରାଜ, ଶହାବାଜ ଅହମ୍ମଦ, ଦେବଦତ୍ତ ପଡିକାଲ, ୟୁଜବେନ୍ଦ୍ର ଚହଲ, ନବଦୀପ ସଇନି, ଡେଲ ଷ୍ଟୋଇନ୍‌, ପବନ ନେଗୀ, ଇସୁରୁ ଉଡାନା, ଶିବମ୍‌ ଦୁବେ, ଉମେଶ ଯାଦବ, ଗୁରକିରାତ ସିଂ ମାନ, ଓ୍ବାଶିଂଟନ ସୁନ୍ଦର, ପବନ ଦେଶପାଣ୍ଡେ ଓ ଆଡାମ ଜାମ୍ପା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ପଡ଼ିଆକୁ ହାତ ମିଳାଇବାକୁ ଆସିଥିଲେ ନେହେରା, ହେଲେ ଏମିତି କଲେ ବୈଭବ ସୂର୍ଯ୍ୟବଂଶୀ ଭିଡ଼ିଓ ଦେଖିଲେ ମନ ଖୁସି ହୋଇଯିବ

ନୂଆଦିଲ୍ଲୀ,୪।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗରେ ଏକ ଚମତ୍କାର ଆରମ୍ଭ କରିଥିବା ବୈଭବ ସୂର୍ଯ୍ୟବଂଶୀ ଶନିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ମଇଦାନକୁ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri