Posted inଜାତୀୟ

କୋଲକାତା ଅଭିଯୁକ୍ତ ସଞ୍ଜୟଙ୍କ ମା’ ଖୋଲି କହିଦେଲେ ସବୁକଥା: ସେ ଏମିତି କାମ…

କୋଲକାତା,୨୩।୮: କୋଲକାତାସ୍ଥିତ ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ଘଟଣା ଦେଶକୁ ଦୋହଲାଇ ଦେଇଛି। ଘଟଣାର ତଦନ୍ତ ଯେତିକି ବଢୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ପରିବାର ମଧ୍ୟ ଚିନ୍ତାରେ ଅଛନ୍ତି। ପୁଅର ଏଭଳି ଜଘନ୍ୟ କାଣ୍ଡ ଦେଖି ମା’ ମଧ୍ୟ ହତବାକ୍‌ ହୋଇପଡିଛନ୍ତି। ସେ ମଧ୍ୟ ଲଜ୍ଜାରେ ଆଉ ମୁଣ୍ଡ ଟେକି ଚାଲିପାରୁନାହାନ୍ତି।
ସଞ୍ଜୟଙ୍କ ମା’ କହିଛନ୍ତି, ପୁଅ ପାଇଁ ଆମେ ମୁଣ୍ଡ ଟେକି ଚାଲିପାରୁନୁ। ଝିଅ-ଜ୍ୱାଇଁ ବି ଘରକୁ ଆସୁନାହାନ୍ତି। ମୋ ପୁଅ ବହୁତ ଭଲ ଥିଲା। ଏମିତି କାମ ସେ କରିଥିବ ବୋଲି ବିଶ୍ୱାସ କରିପାରୁନି। ପୁଅ ୨ଟି ବିବାହ କରିଥିଲା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଅଗଷ୍ଟ ୯ରେ ହସ୍ପିଟାଲର ସେମିନାର ରୁମରୁ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ମୃତଦେହ ମିଳିବାର ୧୨ ଘଣ୍ଟା ମଧ୍ୟରେ ପୋଲିସ ସଞ୍ଜୟ ରାୟକୁ ଗିରଫ କରିଥିଲା। ପୂର୍ବରୁ ଜଣାପଡିଥିଲା ଯେ, ଯେ ଅଗଷ୍ଟ ୮ ତାରିଖ ରାତି ୧୧ଟା ବେଳେ ସଞ୍ଜୟ ହସ୍ପିଟାଲର ପଛ ପଟକୁ ଯାଇଥିଲେ ଓ ସେଠାରେ ମଦ ପିଇଥିଲା। ମଦ ପିଇବା ବେଳେ ସେ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖିଥିଲା। ଘଟଣା ଦିନ ରାତି ପ୍ରାୟ ୩.୫୦ ବେଳେ ସଞ୍ଜୟ ଆରଜି କର ହସ୍ପିଟାଲର ଟ୍ରମା ୟୁନିଟ ପାଖରେ ବୁଲୁଥିବା ଦେଖିବାକୁ ମିଳିଥିଲା। ତା’ଙ୍କୁ ନିଶା ଏତେ ମାତ୍ରାରେ ହୋଇ ଯାଇଥିଲା ଯେ ସେ ଅପରେଶନ ଥିଏଟରର କବାଡରେ ମଧ୍ୟ ପିଟି ହୋଇଯାଇଥିଲା। ଭୋର ପ୍ରାୟ ୪.୦୩ରେ ତୃତୀୟ ମହଲାର ସେମିନାର ହଲକୁ ଯାଇ ଏଭଳି କାଣ୍ଡ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri