ରାଜ୍ୟ ହୁଲୁସ୍ତୁଲ: କଂଗ୍ରେସର ବଡ଼ ଘୋଷଣା, ମୁଖ୍ୟମନ୍ତ୍ରୀଙ୍କ କୋକେଇ କରି…

ଭୁବନେଶ୍ୱର,୧୫।୭: ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ। ମୃତ୍ୟୁବରଣ କଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶି। ଏହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ଘେରିଛନ୍ତି। ଗୋଟିଏ ପଟେ ସାରା ରାଜ୍ୟରେ ବିଜେଡି ବିକ୍ଷୋଭ କରିବ ବୋଲି କହିଥିବା ବେଳେ ଅନ୍ୟପଟେ ଯୁବ କଂଗ୍ରେସ ପକ୍ଷରୁ ଏକ କୋକୋଇ ଶୋଭାଯାତ୍ରା ରାମ ମନ୍ଦିର ଠାରୁ ସତ୍ୟ ନଗର ଶ୍ମଶାନ ଯାଏଁ ଯିବ ବୋଲି ଘୋଷଣା କରିଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ କୋକେଇ କରାଯିବ। ରାଜ୍ୟରେ ସରକାର ଚିର ନିଦ୍ରାରେ ଶୋଇଥିବାରୁ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରାଯିବ ବୋଲି ଜଣାପଡିଛି।

ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବାଲେଶ୍ବର ଘଟଣାକୁ ବିରୋଧ କରି ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି। ୧୭ରେ ସାରା ରାଜ୍ୟରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିବ।

ଆଜି ସବୁ ସହରରେ କ୍ୟାଣ୍ଡେଲ ଜାଳି ମୃତା ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଡଗତି କାମନା କରାଯିବ। ବାଲେଶର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ମିଳିତ ବିରୋଧୀ ଦଳ ପକ୍ଷରୁ ସାମ୍ବାଦିକଙ୍କୁ ସୂଚନା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି,ଶେଷରେ ଭାଜପା ଦଳର ଏବିଭିପିର ଝିଅ ବି ବାଦ ପଡିଲାନି । ଛାତ୍ରୀ ଜଳୁଥିବା ସମସ୍ତେ ଦେଖୁଥିଲେ। କେହି ପ୍ରତିବାଦ କଲେଣି। ଭାଜପା ଦଳ ଶାସନକୁ ଆସିବାପରେ କାହାରି କଥା ଶୁଣୁନାହାନ୍ତି। ନୈତିକତା ଦୃଷ୍ଟିରୁ ଶାସନରୁ ଗାଦିରୁ ଏ ସରକାର ଓହରିଯିବା ଦରକାର। ତାଙ୍କ ଦଳ ଏବିଭିପିର ଝିଅକୁ ହତ୍ୟା କରିଛନ୍ତି। ଯାହାର ପ୍ରତିବାଦରେ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ଏଥିରେ କଂଗ୍ରେସ ସମେତ ୮ଟି ସମଭାବାପନ୍ନ ଦଳ ସାମିଲ ହେବେ। ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ ରହିବ ବୋଲି ଭକ୍ତ ଚରଣ ଦାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ଲଣ୍ଡନଠାରୁ ବି ମହଙ୍ଗା ହେଲା ପାଟନା-କୋଲକାତା ବିମାନ ଟିକେଟ, ଇଣ୍ଡିଗୋ ସଙ୍କଟ ପରେ ଭାଙ୍ଗିଲା ଭଡ଼ା ରେକର୍ଡ

ନୂଆଦିଲ୍ଲୀ,୫।୧୨: ଭାରତରେ ଗତ ଚାରି ଦିନ ମଧ୍ୟରେ ବିମାନ ଯାତ୍ରା ସମସ୍ୟା ବୃଦ୍ଧି ପାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ୧,୦୦୦ ରୁ ଅଧିକ ବିମାନ ବାତିଲ ହେବା...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ସମସ୍ୟା, ସମାଧାନ ପାଇଁ

ନୂଆପଡ଼ା,୫ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଷ୍ଟୋନ କ୍ରଶର ଓ ପଥର କ୍ୱାରୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣି...

ଅସୀମ ମୁନିର ହେଲେ CDF, ପାକିସ୍ତାନର ୩ ସେନା ରହିବେ କଣ୍ଟ୍ରୋଲରେ, ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ଇସଲାମାବାଦ,୫।୧୨: ପାକିସ୍ତାନ ତା’ର ସାମରିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିଛି, ଜେନେରାଲ ଅସୀମ ମୁନିରଙ୍କୁ ଦେଶର ପ୍ରଥମ ପ୍ରତିରକ୍ଷା ବାହିନୀ (CDF) ମୁଖ୍ୟ ଭାବରେ...

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

ପ୍ରଶଂସକଙ୍କ ପାଇଁ ଖୁସିଖବର: ଦକ୍ଷିଣ ଆଫ୍ରିକା ODI ସିରିଜ ପରେ ଟି-୨୦କୁ ଫେରିବେ ରୋହିତ!

ନୂଆଦିଲ୍ଲୀ,୫।୧୨: ରୋହିତ ଶର୍ମା ଭାରତୀୟ ଘରୋଇ କ୍ରିକେଟ ପ୍ରତି ଏତେ ପ୍ରତିବଦ୍ଧତା ଦେଖାଉଛନ୍ତି ଯେ ସେ କେବଳ ଲିଷ୍ଟ ଏ କ୍ରିକେଟ ନୁହେଁ ବରଂ ଟି-୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri