Posted inଖେଳ

କୋହଲିଙ୍କ ଦିଓ୍ବାନା ହେଲେ ପାକିସ୍ତାନ କ୍ରିକେଟର୍‌

ମୁମ୍ବାଇ,୧୬।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ବିଶ୍ୱକପ ସେମିଫାଇନାଲରେ ଭାରତ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ସାରା ଦେଶରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସବର ପରିବେଶ ରହିଛି। ଏହି ମ୍ୟାଚ୍‌ ବିରାଟ କୋହଲିଙ୍କ ପାଇଁ ବିଶେଷ ଥିଲା। ସେ ଗତକାଲି ନିଜର ୫୦ତମ ଦିନିକିଆ ଶତକ ହାସଲ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ।

ବିରାଟ କୋହଲିଙ୍କ ଏହି ସଫଳତା ଦେଖି ସାରା ବିଶ୍ୱରୁ କ୍ରିକେଟରମାନେ ତାଙ୍କୁ ପ୍ରଶଂସା କରୁଛନ୍ତି୧ ଏପରିକି ପାକିସ୍ତାନର ଅନେକ କ୍ରିକେଟର ବିରାଟ କୋହଲିଙ୍କୁ ବହୁତ ପ୍ରଶଂସା କରିଛନ୍ତି। ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାକର ୟୁନିସ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ସେ ଚାମ୍ପିୟନରୁ ଚାମ୍ପିୟନ୍‌ ହୋଇଛନ୍ତି। ଦୁନିଆର ସର୍ବଶ୍ରେଷ୍ଠ ଖେଳାଳି। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଆପଣଙ୍କ ଦେଶ ଆପଣଙ୍କ ପାଇଁ ଗର୍ବିତ।
ଏହା ବ୍ୟତୀତ ପାକିସ୍ତାନର ମହାନ ପୂର୍ବତନ ସ୍ବିଙ୍ଗ ବୋଲର ତଥା ଅଧିନାୟକ ୱାସିମ ଆକ୍ରମ ଲେଖିଛନ୍ତି, ଆମେ ବିରାଟ କୋହଲିଙ୍କ ଯୁଗରେ ବାସ କରୁଛୁ। ସମ୍ରାଟ ଅଭିନନ୍ଦନ। ଏମାନଙ୍କ ବ୍ୟତୀତ ଶୋଏବ ଅଖତର ବିରାଟ କୋହଲିଙ୍କୁ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ପ୍ରଶଂସା କରି କହିଛନ୍ତି ଯେ ତାଙ୍କ ରେକର୍ଡ ଅବିଶ୍ୱସନୀୟ।

ପାକିସ୍ତାନର ଅନ୍ୟ ପୂର୍ବତନ ଅଧିନାୟକ ଶୋଏବ ମଲିକ ଲେଖିଛନ୍ତି, ବିରାଟ କୋହଲିଙ୍କ ଏହା ଏକ ବଡ଼ ରେକର୍ଡ ଏବଂ ଏହା ହାସଲ କରିବା ପାଇଁ ବିଶ୍ୱକପ ସେମିଫାଇନାଲଠାରୁ ଭଲ ସୁଯୋଗ ଆଉ କିଛି ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଧୂଙ୍କୁ ମାରିଦେଲେ ଶାଶୁଘର ଲୋକେ! ସ୍ବାମୀ-ଶ୍ୱଶୁର ଅଟକ

ନନ୍ଦପୁର, ୧୧/୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଖିର୍ଜୀ ପଞ୍ଚାୟତର ନନ୍ଦୀଗାଁ ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକା ବଧୂର ମୃତ୍ୟୁକୁ ନେଇ ଉତ୍ତେଜନା…

ଭିଟାମାଟିକୁ ଫେରୁଥିଲେ ଦାଦନ ଶ୍ରମିକ: ବାଟରେ ହେଲା ମୃତ୍ୟୁ, ତଦନ୍ତ ଆରମ୍ଭ

ବଲାଙ୍ଗିର,୧୧।୫( ସୁନିଲ କୁମାର ମହାନ୍ତି): ଖପ୍ରାଖୋଲ ବ୍ଲକରୁ ଏକ ପରିବାର ନିଜ ସ୍ତ୍ରୀ ଛୁଆ ପିଲା ସହ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ। ରାଜ୍ୟ ବାହାରେ…

ବାଲି ଚୋରା ଚାଲାଣବେଳେ ମାଡ଼ିବସିଲେ ତହସିଲଦାର: ଆଉ ତା’ପରେ…

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବାହୁଦା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ଅଭିଯୋଗ ହୋଇଆସୁଛି। ସୋମବାର ପୂର୍ବାହ୍ନରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ…

ରାଜକିଶୋରଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଗଣଶିକ୍ଷକ ସଂଘ

ଦାରିଙ୍ଗବାଡି,୧୧।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଣଶିକ୍ଷକ ସଂଘ ପକ୍ଷରୁ ସାଥି ଶିକ୍ଷକଙ୍କ ଦେହାନ୍ତ ପରେ ସହାୟତାର ହାତ ବଢ଼ାଇଲା ସାଙ୍ଗ ଏଭଳି ଘଟଣାକୁ ନେଇ…

ଟାଟା ପାୱାରର ଛଟେଇ ବିରୋଧରେ ତେଜିଲା ଶ୍ରମିକ ଆନ୍ଦୋଳନ: ଜୋରଦାର ପ୍ରତିବାଦ

କେନ୍ଦୁଝର,୧୧।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଟା ପାୱାରର କେନ୍ଦୁଝର ନିର୍ବାହୀ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକମାନଙ୍କ ଛଟେଇ ବିରୋଧରେ ତେଜିଲା ଆନ୍ଦୋଳନ I…

୧ କୋଟି ଟଙ୍କିଆ ବାଇକ୍‌ ଭାରତରେ ଲଞ୍ଚ୍‌: ସାଙ୍ଗେ ସାଙ୍ଗେ Sold Out

ନୂଆଦିଲ୍ଲୀ,୧୧।୫: ଇଟାଲୀର ପ୍ରସିଦ୍ଧ ମୋଟରସାଇକେଲ ନିର୍ମାତା Ducati ଭାରତରେ ଏହାର ଅତ୍ୟନ୍ତ ସ୍ବତନ୍ତ୍ର ଏବଂ ସୀମିତ ସଂସ୍କରଣ ସୁପରବାଇକ – Ducati Panigale V4 Lamborghini –…

କେଉଁ ସେଲିବ୍ରିଟିଙ୍କ ପାଖରେ ଅଉଛି ସବୁଠୁ ଅଧିକ ସୁନା: ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲି ସମୟରେ ଦେଶର ନାଗରିକମାନଙ୍କୁ ଆଗାମୀ ବର୍ଷ ପାଇଁ ସୁନା କିଣିବାରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି। କାରଣ ଏହି…

ଭ୍ୟାନ୍‌-ବାଇକ ଧକ୍କା: ଚାଲିଗଲା ୨ ଜୀବନ, ଜଣ ଗୁରୁତର

କୁଚିଣ୍ଡା,୧୧।୫: ସମ୍ୱଲପୁର ଜିଲା ମହୁଲପାଲି ଥାନା କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ୍‌ ଭ୍ୟାନ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri