Posted inଖେଳ

ପାକିସ୍ତାନରେ କୋହଲିଙ୍କ ପୋଷ୍ଟର୍‌, ପ୍ରଶଂସକ କହିଲେ ଆମେ ଚାହୁଁଛୁ…

ଇସଲାମାବାଦ୍‌,୨୧।୧:ନିକଟରେ ପାକିସ୍ତାନର ଷ୍ଟାଡିୟମରେ ପ୍ରଶଂସକମାନେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପୋଷ୍ଟର ନେଇ ପହଞ୍ଚିଥିଲେ। ପାକିସ୍ତାନ ସୁପର ଲିଗରେ କୋହଲିଙ୍କ ପୋଷ୍ଟର ଧରି କିଛି ପ୍ରଶଂସକ ଷ୍ଟାଡିୟମରେ ନଜର ଆସିଥିଲେ। ପାକିସ୍ତାନୀ ପ୍ରଶଂସକମାନେ ଚାହୁଁଛନ୍ତି ଯେ କୋହଲି ପାକିସ୍ତାନ ସୁପର ଲିଗରେ ଖେଳନ୍ତୁ। ମୁଲତାନ୍‌ ସୁଲତାନ ଏବଂ କ୍ୱେଟା ଗ୍ଲାଡିଏଟର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ଏହା ଦେଖିବାକୁ ମିଳିଥିଲା।
ମୁଲତାନ ବ୍ୟାଟ୍ସମ୍ୟାନ ଶାନ ମାସୁଦ ଏବଂ ମହମ୍ମଦ ରିଜୱାନ ଅର୍ଦ୍ଧ ଶତକ କରି କ୍ରିଜ୍‌ରେ ଥିଲେ। ପ୍ରଶଂସକମାନେ ଷ୍ଟାଡିୟମରେ ପାକିସ୍ତାନୀ କ୍ରିକେଟରଙ୍କ ପୋଷ୍ଟର ଦେଖାଉଥିଲେ। ଏହି ସମୟରେ କୋହଲିଙ୍କ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଥିଲା। ଏହା ଉପରେ ପ୍ରଶଂସକ ଲେଖିଛନ୍ତି ଯେ ବିରାଟ, ମୁଁ ପାକିସ୍ତାନରେ ଆପଣଙ୍କ ଶତକ ଦେଖିବାକୁ ଚାହୁଁଛି।
ପ୍ରଶଂସକମାନେ ଦୀର୍ଘ ସମୟ ଧରି କୋହଲିଙ୍କ ୭୧ ତମ ଶତକକୁ ଅପେକ୍ଷା କରି ରହିଛନ୍ତି। ସେ ୨୦୧୯ରେ ବାଂଲାଦେଶ ବିପକ୍ଷ ଡେ ନାଇଟ ଟେଷ୍ଟ ମ୍ୟାଚରେ  ଶତକ ସ୍କୋର କରିଥିଲେ। ଖରାପ ପ୍ରଦର୍ଶନ ଯୋଗୁ କୋହଲି ମଧ୍ୟ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଏହି କାରଣରୁ ସେ ପ୍ରଥମେ ଭାରତୀୟ ଟି -୨୦ ଦଳର ଅଧିନାୟକତ୍ୱ ଛାଡିଥିଲେ। ତା’ପରେ ଦିନିକିଆ ଅଧିନାୟକତ୍ୱ ତାଙ୍କଠାରୁ ନିଆଯାଇଥିଲା। ଏହା ପରେ ସେ ଟେଷ୍ଟ ଦଳର ଅଧିନାୟକତ୍ୱ ମଧ୍ୟ ଛାଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri