Posted inଖେଳ

ପାକିସ୍ତାନରେ କୋହଲିଙ୍କ ପୋଷ୍ଟର୍‌, ପ୍ରଶଂସକ କହିଲେ ଆମେ ଚାହୁଁଛୁ…

ଇସଲାମାବାଦ୍‌,୨୧।୧:ନିକଟରେ ପାକିସ୍ତାନର ଷ୍ଟାଡିୟମରେ ପ୍ରଶଂସକମାନେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପୋଷ୍ଟର ନେଇ ପହଞ୍ଚିଥିଲେ। ପାକିସ୍ତାନ ସୁପର ଲିଗରେ କୋହଲିଙ୍କ ପୋଷ୍ଟର ଧରି କିଛି ପ୍ରଶଂସକ ଷ୍ଟାଡିୟମରେ ନଜର ଆସିଥିଲେ। ପାକିସ୍ତାନୀ ପ୍ରଶଂସକମାନେ ଚାହୁଁଛନ୍ତି ଯେ କୋହଲି ପାକିସ୍ତାନ ସୁପର ଲିଗରେ ଖେଳନ୍ତୁ। ମୁଲତାନ୍‌ ସୁଲତାନ ଏବଂ କ୍ୱେଟା ଗ୍ଲାଡିଏଟର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ଏହା ଦେଖିବାକୁ ମିଳିଥିଲା।
ମୁଲତାନ ବ୍ୟାଟ୍ସମ୍ୟାନ ଶାନ ମାସୁଦ ଏବଂ ମହମ୍ମଦ ରିଜୱାନ ଅର୍ଦ୍ଧ ଶତକ କରି କ୍ରିଜ୍‌ରେ ଥିଲେ। ପ୍ରଶଂସକମାନେ ଷ୍ଟାଡିୟମରେ ପାକିସ୍ତାନୀ କ୍ରିକେଟରଙ୍କ ପୋଷ୍ଟର ଦେଖାଉଥିଲେ। ଏହି ସମୟରେ କୋହଲିଙ୍କ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଥିଲା। ଏହା ଉପରେ ପ୍ରଶଂସକ ଲେଖିଛନ୍ତି ଯେ ବିରାଟ, ମୁଁ ପାକିସ୍ତାନରେ ଆପଣଙ୍କ ଶତକ ଦେଖିବାକୁ ଚାହୁଁଛି।
ପ୍ରଶଂସକମାନେ ଦୀର୍ଘ ସମୟ ଧରି କୋହଲିଙ୍କ ୭୧ ତମ ଶତକକୁ ଅପେକ୍ଷା କରି ରହିଛନ୍ତି। ସେ ୨୦୧୯ରେ ବାଂଲାଦେଶ ବିପକ୍ଷ ଡେ ନାଇଟ ଟେଷ୍ଟ ମ୍ୟାଚରେ  ଶତକ ସ୍କୋର କରିଥିଲେ। ଖରାପ ପ୍ରଦର୍ଶନ ଯୋଗୁ କୋହଲି ମଧ୍ୟ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଏହି କାରଣରୁ ସେ ପ୍ରଥମେ ଭାରତୀୟ ଟି -୨୦ ଦଳର ଅଧିନାୟକତ୍ୱ ଛାଡିଥିଲେ। ତା’ପରେ ଦିନିକିଆ ଅଧିନାୟକତ୍ୱ ତାଙ୍କଠାରୁ ନିଆଯାଇଥିଲା। ଏହା ପରେ ସେ ଟେଷ୍ଟ ଦଳର ଅଧିନାୟକତ୍ୱ ମଧ୍ୟ ଛାଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri