Categories: ଖେଳ

କୋହଲିଙ୍କ ଦମ୍‌ଦାର ଶତକ: ଆଫଗାନିସ୍ତାନ ଆଗରେ ୨୧୩ ରନ୍‌ର ଟାର୍ଗେଟ

ଦୁବାଇ,୮।୯: ଏସିଆ କପର ଗୁରୁବାର ଭାରତ-ଆଫଗାନିସ୍ତାନ ଶେଷ ମ୍ୟାଚରେ ବିରାଟ କୋହଲିିଙ୍କ ଦମ୍‌ଦାର ଶତକୀୟ ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ ହରାଇ ୨୧୨ ରନ୍‌ କରିବାରେ ସଫଳ ହୋଇଛି। ଫଳରେ ଭାରତ ଆଫଗାନିସ୍ତାନ ଆଗରେ ୨୧୩ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଭାରତ ପ୍ରଥମ ବ୍ୟାଟିଂ ଆରମ୍ଭ କରିଥିଲା। ଅଧିନାୟକ କେ.ଏଲ୍‌ ରାହୁଲ ଓ ବିରାଟ କୋହଲି ଅପନିଂ କରି ଦଳକୁ ଭଲ ଷ୍ଟାଟ୍‌ ଦେଇଥିଲେ। ୪୧ ବଲ୍‌ରେ ୬୨ ରନ୍‌ କରି ରାହୁଲ ପ୍ରଥମ ଆଉଟ୍‌ ହୋଇଥିବା ବେଳେ କୋହଲି ୬୧ ବଲ୍‌ରେ ୧୨୨ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ରିଷଭ ପନ୍ଥ ୨୦ରନ୍‌ କରି ନଟ୍‌ ଆଉଟ୍‌ ହୋଇଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ୬ରନ୍‌ କରିବାରେ ସକ୍ଷମ ହୋଇଥିଲେ। ଫଳରେ ଭାରତ ଆଫଗାନିସ୍ତାନକୁ ୨୧୩ ରନ୍‌ର ଟାର୍ଗେଟ ଦେଇଥିଲା। ମ୍ୟାଚ ସେତେଟା ଗୁରୁତ୍ୱ ନ ଥିବାରୁ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଖେଳୁ ନ ଥିବା ବେଳେ କେଏଲ ରାହୁଲ ଟିମ୍‌ର ନେତୃତ୍ୱ ନେଇଥିଲେ। ସୂଚନା ମୁତାବକ, ଭାରତ ଓ ଆଫଗାନିସ୍ତାନ ଏସିଆ କପ୍‌ରୁ ବାଦ୍‌ ପଡ଼ିଛି।

Share